ଓଡିଶା

odisha

ରାଜସ୍ଥାନରେ ଚାଞ୍ଚଲ୍ୟ, ତିନି କୋଚିଂ ଛାତ୍ରଙ୍କ ଆତ୍ମହତ୍ୟା

By

Published : Dec 13, 2022, 9:16 AM IST

ରାଜସ୍ଥାନ କୋଟାରେ ଗୋଟିଏ ଦିନରେ ତିନି କୋଚିଂ ଛାତ୍ରଙ୍କ ଆତ୍ମହତ୍ୟା । ମୃତକଙ୍କ ମଧ୍ୟରୁ ଦୁଇଜଣ ବିହାରର ହୋଇଥିବାବେଳେ ଅନ୍ୟଜଣେ ମଧ୍ୟପ୍ରଦେଶର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଅଧିକ ପଢ଼ନ୍ତୁ

Two coaching students committed suicide by hanging in Kota preparing for medical
ରାଜସ୍ଥାନରେ ଚାଞ୍ଚଲ୍ୟ, ତିନି କୋଚିଂ ଛାତ୍ରଙ୍କ ଆତ୍ମହତ୍ୟା

ଜୟପୁର:ରାଜସ୍ଥାନର କୋଟାରେ ତିନି କୋଚିଂ ଛାତ୍ର ଆତ୍ମହତ୍ୟା କରିଛନ୍ତି(coaching students committed suicide) । ଆତ୍ମହତ୍ୟା କରିଥିବା ତିନି ଛାତ୍ରଙ୍କ ମଧ୍ୟରୁ ଦୁଇ ଜଣ ବିହାର ହୋଇଥିବାବେଳେ ଅନ୍ୟଜଣେ ମଧ୍ୟପ୍ରଦେଶର ହୋଇଥିବା ଜଣାପଡ଼ିଛି । ଉକ୍ତ ଦୁଇ ଛାତ୍ର ଏକାଠି ଗୋଟିଏ ହଷ୍ଟେଲରେ ରହି ପାଠ ପଢୁଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆତ୍ମହତ୍ୟା କରିଥିବା ଦୁଇ ଛାତ୍ର ହେଉଛନ୍ତି ଅଙ୍କୁଶ ଆନନ୍ଦ ଏବଂ ଉଜ୍ଜଳ କୁମାର । ଅଙ୍କୁଶ ବିହାରର ସୁପୌଲ ଜିଲ୍ଲା ବମ୍ଭଗବା ବାସିନ୍ଦା ହୋଇଥିବାବେଳେ ଉଜ୍ଜଳ ଗୟା ଜିଲ୍ଲାର ନୟଜିପୁର ବାସିନ୍ଦା ଅଟନ୍ତି । ଉଭୟେ କୋଟାରେ ଗୋଟିଏ ପିଜିରେ ରହୁଥିଲେ । ଏପରିକି ସେମାନଙ୍କ ରୁମ ମଧ୍ୟ ପାଖାପାଖି ଥିଲା । ଜଣେ ଇଞ୍ଜିନିୟରିଂ ଏବଂ ଅନ୍ୟ ଜଣେ ମେଡିକାଲ ପାଇଁ ପ୍ରସ୍ତୁତ ହେଉଥିଲେ । ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରମାନଙ୍କ କହିବା ଅନୁଯାୟୀ, ସୋମବାର ସକାଳୁ ଉଭୟେ ବାହାରକୁ ବାହାରିନଥିଲେ। ଏପରିକି ଅଙ୍କୁଶ ତାଙ୍କ ପରିବାର ଲୋକଙ୍କ ଫୋନ୍‌ ମଧ୍ୟ ଉଠାଇନଥଲେ । ପରିବାର ଲୋକେ ଅନ୍ୟ ଛାତ୍ରଙ୍କୁ ଫୋନ କରିବାରୁ ସେମାନେ କବାଟ ବାଡେଇଥିଲେ। ମାତ୍ର ସେ ଖୋଲିନଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ ।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ୍‌ ପହଞ୍ଚି କବାଟ ଭାଙ୍ଗି ଦେଖନ୍ତି ତ ଅଙ୍କୁଶ ଆଉ ନାହାନ୍ତି । ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏହି ସମୟରେ ଉଜ୍ଜଳଙ୍କ ଭଉଣୀ ହଷ୍ଟେଲରେ ଆସି ପହଞ୍ଚିଥିଲେ ଏବଂ ସେ ଫୋନ ଉଠାଉନଥିବା କହିଥିଲେ । ତାଙ୍କ ରୁମ୍‌ କବାଟ ଭାଙ୍ଗି ଦେଖିବା ବେଳକୁ ଉଜ୍ଜଳ ମଧ୍ୟ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ପୋଲିସ ଉଭୟ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଛି । ଅନ୍ୟପକ୍ଷରେ ଆତ୍ମହତ୍ୟା କରିଥିବା ଅନ୍ୟ ଜଣେ ଛାତ୍ର ପ୍ରଣବ ମଧ୍ୟପ୍ରଦେଶରୁ ଆସି ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିଲେ । ସେ ପୁନାଲି ଥାନାଞ୍ଚଳରେ ରହୁଥିଲେ ।

ହଷ୍ଟେଲ ମାଲିକ କହିଛନ୍ତି, "ଉଭୟ ଛାତ୍ର ମେ-ଜୁନ ମାସରେ ଏଠାକୁ ଆସିଥିଲେ । କିନ୍ତୁ ସେମାନଙ୍କ କାର୍ଯ୍ୟକଳାପ ଉପରେ ମୁଁ ଅବଗତ ନାହିଁ।" ତେବେ ଭଉୟଙ୍କ ଆତ୍ମହତ୍ୟା ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। କାହିକିଁ ଦୁହେଁ ଏଭଳି ନିଷ୍ପତ୍ତି ନେଲେ? ପଢା ଚାପ ନା ଅନ୍ୟ କିଛି ସେନେଇ ପୋଲିସ ତଦନ୍ତ କରୁଛି।

ABOUT THE AUTHOR

...view details