ଓଡିଶା

odisha

ସଂସଦରେ ଆଲୋଚନା ବିନା ଆଇନ ପ୍ରଣୟନକୁ ନେଇ ଚିନ୍ତା ପ୍ରକଟ କଲେ CJI

By

Published : Aug 15, 2021, 5:15 PM IST

ବିନା ଆଲୋଚନାରେ ସଂସଦରେ ଆଇନ ପ୍ରଣୟନ ନେଇ ଚିନ୍ତା ପ୍ରକଟ କରିଛନ୍ତି CJI । ସ୍ବାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ ପରେ ସଂସଦରେ ହେଉଥିବା ଆଲୋଚନାର ଗୁଣବତ୍ତା ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ସଂସଦରେ ଆଲୋଚନା ବିନା ଆଇନ ପ୍ରମଣୟନ ଉପରେ ଚିନ୍ତା ପ୍ରକଟ କଲେ CJI
ସଂସଦରେ ଆଲୋଚନା ବିନା ଆଇନ ପ୍ରମଣୟନ ଉପରେ ଚିନ୍ତା ପ୍ରକଟ କଲେ CJI

ନୂଆଦିଲ୍ଲୀ: ସଂସଦୀୟ କାର୍ଯ୍ୟପ୍ରଣାଳୀକୁ ସମାଲୋଚନା କରିଛନ୍ତି ଦେଶର ପ୍ରଧାନ ବିଚାରପତି ଏନଭି ରମଣା । ବିନା ଆଲୋଚନାରେ ସଂସଦରେ ଆଇନ ପ୍ରଣୟନ ନେଇ ଚିନ୍ତା ପ୍ରକଟ କରିଛନ୍ତି ସିଜେଆଇ । ସ୍ବାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ ପରେ ସଂସଦରେ ହେଉଥିବା ଆଲୋଚନାର ଗୁଣବତ୍ତା ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ମୁଖ୍ୟ ବିଚାରପତି ଏନଭି ରମଣା କହିଛନ୍ତି, ସଫଳ ଆଲୋଚନା ବିନା ପ୍ରଣୟନ ହେଉଥିବା ଆଇନରେ ସ୍ପଷ୍ଟତା ନଥାଏ । ଏହାକୁ ନେଇ ମାମଲା ଦାଏର ହୁଏ । ଆଲୋଚନା ଅଭାବ ଆଇନ ପ୍ରଣୟନ କ୍ଷେତ୍ରରେ ସଂସଦର ଭାବନାକୁ ବିଚାରପତି ମାନେ ସଠିକ ଭାବରେ ବୁଝିପାରୁନଥିବା କହିଛନ୍ତି ରମଣା ।

ସିଜେଆଇ କହିଛନ୍ତି, ଏହା ପୂର୍ବରୁ ଏହିପରି ନଥିଲା । ବହୁ ସଂଖ୍ୟାରେ ଆଇନଜୀବୀ ମଧ୍ୟ ଗୃହରେ ଥିଲେ । ଏକ ଗୁଣାତ୍ମକ ବିତର୍କ ହେଉଥିଲା । କୌଣସି ଆଇନ ସହ ଜଡିତ ବିବାଦର ଶୁଣାଣି ବେଳେ ବିଚାରପତିଙ୍କ ପାଇଁ ଗୃହର ଉଦ୍ଦେଶ୍ୟ ବୁଝିବା ଜରୁରୀ ଅଟେ। ଏଥିରେ ବିଫଳ ହେଲେ କାର୍ଯ୍ୟ କରିବା ଅଧିକ କଷ୍ଟସାଧ୍ୟ କରିଥାଏ ବୋଲି ମୁଖ୍ୟ ବିଚାରପତି କହିଛନ୍ତି ।

ମୁଖ୍ୟ ବିଚାରପତି ଆଇନଜୀବୀ ସମୁଦାୟଙ୍କୁ କେବଳ ଓକିଲାତି ଭିତରେ ସୀମିତ ନ ହେବାକୁ ଆହ୍ବାନ ଦେଇଛନ୍ତି। ଏହାକୁ ରାଜନୈତିକ ସକ୍ରିୟ କରି ସଂସଦରେ ପହଞ୍ଚିବାକୁ ଚେଷ୍ଟା କରନ୍ତୁ ବୋଲି କହିଛନ୍ତି । ଜଷ୍ଟିସ ରମଣା କହିଛନ୍ତି ଯେ ଏହା ଦେଶ ପାଇଁ ଏକ ଉତ୍ତମ ସେବା ହେବ। ଆଇନ ବିଶେଷଜ୍ଞଙ୍କ ଉପସ୍ଥିତି ଏକ ଉତ୍ତମ ବିତର୍କର କାରଣ ହେବ । ଲୋକଙ୍କ ପାଇଁ ଉତ୍ତମ ଏବଂ ସ୍ବଚ୍ଛ ଆଇନ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ସିଜେଆଇ ରମଣା ।

ABOUT THE AUTHOR

...view details