ଓଡିଶା

odisha

Punjab Assemly Poll Result: ହାରିଲେ ଚନ୍ନି, ସିଦ୍ଧୁ ଓ କ୍ୟାପଟେନ

By

Published : Mar 10, 2022, 4:03 PM IST

Updated : Mar 10, 2022, 4:43 PM IST

ଝାଡୁ ମାଡରେ ସଫା ହୋଇଛନ୍ତି ହେବିୱେଟ ନେତା । ପଞ୍ଜାବର ଦୁଇଟି ଆସନରୁ ଲଢ଼ିଥିଲେ ଚନ୍ନି। ହେଲେ ଦୁଇଟି ଯାକ ଆସନରୁ ବି ଗୋଟିଏରେ ମଧ୍ୟ ଜିତି ପାରିନାହାନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ। ସେହପରି କ୍ୟାପଟେନ ଅମରିନ୍ଦର ସିଂ ଓ ନବଜୋତ ସିଂ ସିଦ୍ଧୁ ପରାସ୍ତ ହୋଇଛନ୍ତି ।

ହାରିଲେ ଚନ୍ନି, ସିଦ୍ଧୁ ଓ କ୍ୟାପଟେନ
ହାରିଲେ ଚନ୍ନି, ସିଦ୍ଧୁ ଓ କ୍ୟାପଟେନ

ଚଣ୍ଡିଗଡ: ପଞ୍ଜାବରେ ଭୋଟ ଗଣତି ଜାରି ରହିଛି । ପଞ୍ଜାବରେ ଝାଡୁର ଝଡ ଦେଖିବାକୁ ମିଳିଛି । ଝାଡୁ ମାଡରେ ସଫା ହୋଇଛନ୍ତି ହେବିୱେଟ ନେତା । ଜିତିବା ଆଶା ଆଶାରେ ରହିଯାଇଛି । ପଞ୍ଜାବର ଦୁଇଟି ଆସନରୁ ଲଢ଼ିଥିଲେ ଚନ୍ନି। ହେଲେ ଦୁଇଟି ଯାକ ଆସନରୁ ବି ଗୋଟିଏରେ ମଧ୍ୟ ଜିତି ପାରିନାହାନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ। ସେହପରି କ୍ୟାପଟେନ ଅମରିନ୍ଦର ଓ ନବଜୋତ ସିଂ ସିଦ୍ଧୁ ମଧ୍ୟ ପରାସ୍ତ ହୋଇଛନ୍ତି ।

ଚରଣଜିତ ସିଂହ ଚନ୍ନି

ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବର ଚମକୌର ସାହିବ ଏବଂ ଭଦୌର ସିଟ୍‌ରୁ ଲଢ଼ିଥିଲେ ଚନ୍ନି। ଦୁଇଟି ଆସନରୁ ଗୋଟିଏ ବି ଜିତି ପାରିନାହାନ୍ତି ଚନ୍ନି । ଦୁଇଟି ଯାକ ଆସନରୁ ନିରାଶ ହେବାକୁ ପଡିଛି ଚରଣଜିତ ଚନ୍ନିଙ୍କୁ। ଭୋଟ ଗଣତି ଟ୍ରେଣ୍ଡରୁ ପଞ୍ଜାବରେ ଆମ ଆଦମୀ ପାର୍ଟି ବହୁମତ ଆଣିବା ସରକାର ଗଠନ କରିବା ନେଇ ଏକ ପ୍ରକାରର ନିଶ୍ଚିତ ହୋଇସାରିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ପଛୁଆ ଥିଲେ ଚନ୍ନି । ପରିଣାମ ପରାଜୟ ବରଣ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ।

ଚମକୌର ସାହିବ ଆସନରୁ ଆପ୍ ପ୍ରାର୍ଥୀ ଚରଣଜିତ ସିଂଙ୍କ ଠୁ ହାରିଛନ୍ତି ଚନ୍ନି । ଚରଣଜିତ୍ ୭୦ ହଜାର ୨୪୮ ଖଣ୍ଡ ଭୋଟ ପାଇଛନ୍ତି । ଚରଣଜିତ ସିଂ ଚନ୍ନି ୬୨ ହଜାର ୩୦୬ ଖଣ୍ଡ ଭୋଟ ମିଳିଛି । ସେହିପରି ଭଦୌର ସିଟ୍‌ରୁ ଚନ୍ନି ୨୬ ହଜାର ୪୦୯ ଭୋଟ ପାଇଥିବା ବେଳେ ଆପର ଲଭ ସିଂ ୬୩ ହଜାର ୯୬୭ ଭୋଟ ପାଇଛନ୍ତି ।

ଏହା ବି ପଢନ୍ତୁ...ପଞ୍ଜାବରେ ଝାଡୁ ଝଡ ! କମେଡିଆନରୁ ମୁଖ୍ୟମନ୍ତ୍ରୀ ହେବେ ଭଗବନ୍ତ ମାନ

ନବଜୋତ ସିଂହ ସିଦ୍ଧୁ

ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା କରୁଥିବା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଜୋରଦାର ଝଟକା ଲାଗିଛି। ସେ ଅମୃତସର ଇଷ୍ଟ ଆସନରୁ ପ୍ରାର୍ଥୀ ହୋଇ ହାରିଛନ୍ତି । ଏଠାରେ ତାଙ୍କର ଟକ୍କର ଅକାଳୀ ଦଳର ନେତା ବିକ୍ରମ ମାଜିଥିଆ ଓ ଆପ୍‌ର ଜୀବନ ଜ୍ୟୋତି କୌରଙ୍କ ସହ ହୋଇଥିଲା। ତେବେ ମାଜିଥିଆ ଓ ସିଦ୍ଧୁଙ୍କୁ ହରାଇ ଜୀବନ ଜ୍ୟୋତି ବିଜୟ ଲାଭ କରିଛନ୍ତି। ଭୋଟ ଗଣତି ଆରମ୍ଭରୁ ସିଦ୍ଧୁ ପଛରେ ପଡ଼ିଥିଲେ। ସିଦ୍ଧୁ ନିଜର ଆସନ ବଞ୍ଚାଇ ପାରିନାହାନ୍ତି। ସିଦ୍ଧୁ ଅମୃତସର ଆସନରୁ ୩ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେହିପରି ସେ ଅମୃତସର ଇଷ୍ଟରୁ ୨୦୧୭ରେ କଂଗ୍ରେସ ଟିକେଟରେ ଲଢ଼ି ବିଧାନସଭାକୁ ଯାଇଥିଲେ ।

କ୍ୟାପଟେନ ଅମରିନ୍ଦ ସିଂ

ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ସହ ମେଣ୍ଟ କରିଥିବା କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ଜୋରଦାର ଝଟକା ଲାଗିଛି। ସେ ନିଜ ପଟିଆଲା ଅର୍ବାନ ଆସନରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାସ୍ତ ହୋଇଛନ୍ତି । ଏଠାରେ ଆପ୍‌ ପ୍ରାର୍ଥୀ ଅଜିତ ପାଲ ସିଂହ ଜବରଦସ୍ତ ବିଜୟ ହାସଲ କରିଛନ୍ତି । ଭୋଟ ଗଣତି ଆରମ୍ଭ ବେଳଠୁ କ୍ୟାପ୍ଟେନ ପଛରେ ଚାଲିଥିଲେ । ଶେଷରେ ସେ ପ୍ରାୟ ୧୩ ହଜାରରୁ ଅଧିକ ଭୋଟରେ ଅଜିତ ପାଲ ସିଂହଙ୍କ ଠାରୁ ହାରିଛନ୍ତି କ୍ୟାପଟେନ ।

୨ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା କ୍ୟାପ୍ଟେନଙ୍କୁ ଅଜିତ ପାଲ ସିଂହ ହରାଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ୨୦୧୭ରେ ଏହି ଆସନରେ ତାଙ୍କ ବିଜୟ ବ୍ୟବଧାନ ୪୯% ଥିଲା। କ୍ୟାପ୍ଟେନ କଂଗ୍ରେସରେ ଦୀର୍ଘ ଦଶନ୍ଧି ଧରି ରହିଥିଲେ। ହେଲେ ପଞ୍ଜାବ କଂଗ୍ରେସ ମୁଖ୍ୟ ସିଦ୍ଧୁଙ୍କ ସହ ତାଙ୍କର ତିକ୍ତତା ଆରମ୍ଭ ହେବାରୁ ସେ ଦଳ ଓ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ । ଏହା ପରେ ପଞ୍ଜାବ ଲୋକ କଂଗ୍ରେସ ନାଁରେ ନିଜର ଗୋଟିଏ ଦଳ ଗଠନ କରିଥିଲେ ଅମରିନ୍ଦର । ବିଜେପି ସହ ମେଣ୍ଟ ମଧ୍ୟ କରିଥିଲେ କ୍ୟାପଟେନ ।

ସେହିପରି ପଞ୍ଜାବରେ ଅକାଳୀ ସୁପ୍ରିମୋ ତଥା ୫ ଥର ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ମଧ୍ୟ ଲମ୍ବି ଆସନରେ ଜିତି ପାରି ନାହାନ୍ତି। ସେ ଏଠାରେ ଆପ୍‌ ପ୍ରାର୍ଥୀ ଗୁରମିତ ସିଂହ ଖୁଡିଆନଙ୍କ ଠାରୁ ପରାସ୍ତ ହୋଇଛନ୍ତି । ସୁକବୀର ସିଂ ବାଦଲ ମଧ୍ୟ ହାରିଛନ୍ତି । ପଞ୍ଜାବରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ସରକାର ଗଠନ କରିବା ଏକ ପ୍ରକାରର ସ୍ପଷ୍ଟ ହୋଇଛି । ଆପ୍‌ ୯୦ ଆସନରେ ଲିଡ କରୁଥିବେ ବେଳେ କଂଗ୍ରେସ ୧୮ଟି, ଅକାଳୀ ମେଣ୍ଟ ୬, ବିଜେପି ମେଣ୍ଟ ୨ ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗରେ ରହିଛନ୍ତି ।

Last Updated :Mar 10, 2022, 4:43 PM IST

ABOUT THE AUTHOR

...view details