ଓଡିଶା

odisha

Same Sex Marriage: ରାଜ୍ୟସଭାରେ ସମଲିଙ୍ଗୀ ବିବାହ ପ୍ରସଙ୍ଗ, ବିରୋଧ କଲେ ସୁଶୀଲ ମୋଦି

By

Published : Dec 19, 2022, 6:17 PM IST

ରାଜ୍ୟସଭା ଶୂନ୍ୟକାଳରେ ସମଲିଙ୍ଗୀ ବିବାହ ପ୍ରସଙ୍ଗ ଉଠାଇଲେ ବିଜେପି ସାଂସଦ ସୁଶୀଲ କୁମାର ମୋଦି (BJP MP Sushil Modi opposes same sex marriage) । ଏଭଳି ନିଷ୍ପତ୍ତି ସୁପ୍ରିମକୋର୍ଟ ନେବା ଅନୁଚିତ । ସଂସଦରେ ଏହାର ଆଲୋଚନା ଆବଶ୍ୟକ ରହିଛି । ଅଧିକ ପଢନ୍ତୁ

Same sex marriage issue in Rajya Sabha
ରାଜ୍ୟସଭାରେ ସମଲିଙ୍ଗୀ ବିବାହ ପ୍ରସଙ୍ଗ

ନୂଆଦିଲ୍ଲୀ:ରାଜ୍ୟସଭା ଶୂନ୍ୟକାଳରେ ଉଠିଲା ସମଲିଙ୍ଗୀ ବିବାହ ପ୍ରସଙ୍ଗ (Same sex marriage issue in Rajya Sabha) । ସମଲିଙ୍ଗୀ ବିବାହ ଲାଗି ଆଇନଗତ ଅନୁମତି ପ୍ରଦାନ ନ କରିବାକୁ ବିଜେପି ସାଂସଦ ସୁଶୀଲ କୁମାର ମୋଦି (BJP MP Sushil Modi) ସରକାରଙ୍କୁ ସୋମବାର ଅନୁରୋଧ କରିଛନ୍ତି (BJP MP Sushil Modi opposes same sex marriage) । ରାଜ୍ୟସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ ଦାବି କରିଛନ୍ତି ଯେ କେତେକ ବାମପନ୍ଥୀ କାର୍ଯ୍ୟକର୍ତ୍ତାମାନେ ଭାରତରେ ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତା ପାଇବାକୁ ଚେଷ୍ଟା କରୁଛନ୍ତି । ଏଣୁ ଏଭଳି ପ୍ରୟାସକୁ ବିରୋଧ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି, "ଭାରତରେ ସମଲିଙ୍ଗୀ ବିବାହର କୌଣସି ମାନ୍ୟତା ନାହିଁ କି ଏହାକୁ ସ୍ବୀକାର ମଧ୍ୟ କରାଯାଏ ନାହିଁ । ଯଦି ଏପରି କାର୍ଯ୍ୟକୁ ଅନୁମତି ଦିଆଯିବ, ତେବେ ଏହା ପୁନର୍ବିନାଶକର କାରଣ ହେବ ।" ଗତ ୨୦୧୮ ମସିହାରେ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଅନୁମତି ଦେଇଥିଲେ ଏବଂ ଏହା ବେଆଇନ କାର୍ଯ୍ୟର ତାଲିକାରୁ ହଟିଥିଲା । ଚଳିତ ମାସର ପ୍ରାରମ୍ଭରୁ ଲେସ୍‌ବିଆନ, ଗେ', ବାଇସେକ୍ସୁଆଲ, ଟ୍ରାନ୍ସଜେଣ୍ଡର ଓ କ୍ୟୋୟର (LGBTQ) ଏଲଜିବିଟିକ୍ୟୁ ଦମ୍ପତି କୋର୍ଟରେ ଏକ ଆବେଦନ କରିଥିଲେ । ଏହାର ଶୁଣାଣି କରିବା ସମୟରେ କୋର୍ଟ କହିଥିଲେ ଯେ ରାଜ୍ୟ ସରକାର ସେମାନଙ୍କ ବିବାହକୁ ଅନୁମତି ନଦେବା ଦ୍ବାରା ଏହା ସେମାନଙ୍କ ସାମ୍ବିଧାନିକ ଅଧିକାରର ଉଲ୍ଲଘଂନ ହେବ ।

ଏହା ବି ପଢନ୍ତୁ- ବର୍ଣ୍ଣ କୌଣସି ନିର୍ଦ୍ଦିଷ୍ଟ ଜାତି ଓ ଧର୍ମ ସ୍ଥିର କରେ ନାହିଁ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଏହି ମାମଲାରେ ରାଜ୍ୟସଭାରେ ବିଜେପି ସାସଂଦ କହିଛନ୍ତି, "ଭାରତ ମଧ୍ୟରେ ସମଲିଙ୍ଗୀ ବିବାହକୁ ଦେଶରେ ବିବାହ ପାଇଁ ରହିଥିବା ଆଇନରେ ମାନ୍ୟତା ଦିଆଯାଇନଥିବା ବେଳେ ଏହାକୁ ସ୍ବୀକାର ମଧ୍ୟ କରାଯାଏନାହିଁ । କାରଣ ଏହା ବିଭିନ୍ନ ଆଇନର ସନ୍ତୁଳନର ରକ୍ଷା କରିବାରେ ବାଧା ସାଜିବ । ଏହା ଉକ୍ତ ଆଇନର ପୁନର୍ବିନାଶର କାରଣ ସାଜିବ ।" ସେ ଆହୁରି କହିଛନ୍ତି ଯେ ଘରୋଇ ହିଂସା, ଛାଡ଼ପତ୍ର ଆଦି ସମ୍ପର୍କରେ ଆଇନ କେବଳ ଜଣେ ପୁରୁଷ ଓ ମହିଳାଙ୍କ ବିବାହ ପାଇଁ ରହିଛି । ତେବେ ସମଲିଙ୍ଗୀ ବିବାହରେ କୋର୍ଟ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଏହାବ୍ୟତୀତ ବିବାହ ହେଉଛି ଏକ ଏପରି କାର୍ଯ୍ୟ ଯାହାଦ୍ବାରା ପୁରୁଷ ଓ ମହିଳା ଏକାଠି ରହିଥାନ୍ତି । ନିଜ ପିଢିକୁ ଆଗକୁ ବଢାଇଥାନ୍ତି ।

ସମଲିଙ୍ଗୀ ବିବାହକୁ କେତେକ ବାମପନ୍ଥୀ କାର୍ଯ୍ୟକର୍ତ୍ତାମାନେ ଆଇନଗତ ମାନ୍ୟତା ପାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣି ସେ କହିଛନ୍ତି, "ସୁପ୍ରିମକୋର୍ଟଙ୍କ ବିଚାରପତି ଏହାର ନିଷ୍ପତ୍ତି ନେଇପାରିବେ ନାହିଁ । ଏଥିଲାଗି ସଂସଦରେ ଏହାର ଆଲୋଚନାର ଆବଶ୍ୟକ ରହିଛି । ସମଲିଙ୍ଗୀ ବିବାହ ଏକ ଅସାମାଜିକ କାର୍ଯ୍ୟ । ବିଚାରପତି ଏହାର ବୈଧତା ଉପରେ ନିଷ୍ପତ୍ତି ନେବା ଅନୁଚିତ । ଏଥିଲାଗି କେବଳ ସଂସଦ ଓ ସମାଜରେ ଆଲୋଚନା କରିବାର ଆବଶ୍ୟକତା ରହିଛି ।"

ABOUT THE AUTHOR

...view details