ଓଡିଶା

odisha

ଜନତାଙ୍କଠୁ ଜନ୍ମଦିନର ଉପହାର ମାଗିଲେ ମୋଦି

By

Published : Sep 18, 2020, 7:55 AM IST

Updated : Sep 18, 2020, 8:43 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ନିଜର 70 ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ଦେଶବାସୀ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ସୁସ୍ଥତା କାମନା କରିଥିଲେ । ମୋଦି ତାଙ୍କ ଜନ୍ମଦିନରେ କେଉଁ ଉପହାର ପାଇବାକୁ ଚାହାଁନ୍ତି ବୋଲି ଅନେକ ପଚାରିଥିଲେ । ଯାହାର ଉତ୍ତର ଦେବାକୁ ଯାଇ ପିଏମ ଏପରି କହିଛନ୍ତି । ଅଧିକ ପଢନ୍ତୁ...

ଜନତାଙ୍କ ଠାରୁ ଜନ୍ମଦିନର ଉପହାର ମାଗିଲେ ମୋଦି
ଜନତାଙ୍କ ଠାରୁ ଜନ୍ମଦିନର ଉପହାର ମାଗିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ନିଜର 70 ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ଦେଶବାସୀ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ସୁସ୍ଥତା କାମନା କରିଥିଲେ । ବିଭିନ୍ନ ସୋସିଆଲ ମିଡିଆରେ ସାଧାରଣ ଜନତାଙ୍କ ଠାରୁ ରାଜନେତା ଓ ଫିଲ୍ମ ଷ୍ଟାର୍ସ ଦେଶର ପ୍ରଧାନମନ୍ତ୍ରୀଙ୍କ ଶୁଭ କାମନା ଜଣାଇଥିଲେ। ଏହା ବଦଳରେ ପିଏମ ମୋଦି ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ଜନ୍ମଦିନର ଉପହାର ଜନତାଙ୍କ ଠାରୁ ମାଗିଛନ୍ତି ।

ପିଏମ ଗୁରୁବାର ବିଳମ୍ବିତ ରାତିରେ ଟ୍ବିଟ କରି କହିଛନ୍ତି, ଜନ୍ମଦିନ ଅବସରରେ ତାଙ୍କୁ ଅନେକ ପଚାରିଥିଲେ ଯେ, ମୋଦି ତାଙ୍କ ଜନ୍ମଦିନରେ କେଉଁ ଉପହାର ପାଇବାକୁ ଚାହାଁନ୍ତି । ଯାହାର ଉତ୍ତର ସେ କହିଥିଲେ, ଠିକ୍‌ ଭାବେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ଅବଲମ୍ବନ କରନ୍ତୁ । ‘ଦୋ ଗଜ କି ଦୂର’ ଅର୍ଥାତ୍‌ 2 ଇଞ୍ଚ ଦୂରତାକୁ ମନେ ରଖି ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ ଏବଂ ଶରୀରରେ ପ୍ରତିରୋଧ ଶକ୍ତିକୁ ବଢାନ୍ତୁ । ଏଥିସହ ପୃଥିବୀକୁ ସୁସ୍ଥ ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଛନ୍ତି ।

70 ବର୍ଷରେ ପଦାର୍ପଣ କରିଥିବା ପିଏମ କହିଛନ୍ତି, ସମସ୍ତଙ୍କ ଜନ୍ମଦିନର ଶୁଭେଚ୍ଛା ତାଙ୍କୁ ଅଧିକ ଦୃଢ କରିବା ସହ ଲୋକଙ୍କ ଜୀବନଶୈଳରେ ପରିବର୍ତ୍ତନ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇ ପାରିଛି । ଦେଶବ୍ୟାପୀ ତଥା ବିଶ୍ବବ୍ୟାପୀ ଶୁଭେଚ୍ଛା ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 18, 2020, 8:43 AM IST

ABOUT THE AUTHOR

...view details