ଓଡିଶା

odisha

ଆଇପିଏଲ ସଟ୍ଟା ଖେଳରେ ହାରି ଆତ୍ମହତ୍ୟା କଲେ ଯୁବକ

By

Published : Nov 3, 2020, 10:52 PM IST

ଝାଡଖଣ୍ଡର ଜଣେ ଯୁବକ ଆଇପିଏଲ ସଟ୍ଟା ଖେଳରେ ହାରିଯିବା ପରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଯୁବକ ଜଣକ ଦୁଇବନ୍ଧୁଙ୍କ ସହ ହାଇଦ୍ରାବାଦରେ ରହୁଥିଲେ । ଅଧିକ ପଢନ୍ତୁ...

ଆଇପିଏଲ ସଟ୍ଟା ଖେଳରେ ହାରି ଆତ୍ମହତ୍ୟା କଲେ ଯୁବକ
ଆଇପିଏଲ ସଟ୍ଟା ଖେଳରେ ହାରି ଆତ୍ମହତ୍ୟା କଲେ ଯୁବକ

ହାଇଦ୍ରାବାଦ: ଆଇପିଏଲରେ ସଟ୍ଟାଖେଳି ହାରିବା ପରେ ଆତ୍ମହତ୍ୟା କରିଛନ୍ତି ଯୁବକ । ଏପରି ଏକ ଅଭାବନୀୟ ଘଟଣା ହାଇଦ୍ରାବାଦର ଦ୍ବାରକାନଗର କଲୋନୀରେ ଦେଖିବାକୁ ମିଳିଛି ।

ଆଇପିଏଲ ସଟ୍ଟା ଖେଳରେ ହାରି ଆତ୍ମହତ୍ୟା କଲେ ଯୁବକ

ସୂଚନା ଅନୁଯାୟୀ ଝାଡଖଣ୍ଡର ସୋନୁ କୁମାର ଯାଦବ ନାମକ ଜଣେ 19 ବର୍ଷୀୟ ଯୁବକ ତାଙ୍କର ଦୁଇ ବନ୍ଧୁ ସଞ୍ଜୟ ଏବଂ ମନୋଜଙ୍କ ସହ ହାଇଦ୍ରାବାଦର ଦ୍ବାରକାନଗର କଲୋନୀରେ ରହୁଥିଲେ । ସେ ଆଇପିଏଲରେ ସଟ୍ଟା ଖେଳି ଅର୍ଥ ବାଜି ଲଗାଇଥିଲେ । ତେବେ ସୋନୁ ସଟ୍ଟା ଖେଳରେ ହାରିଯିବା ପରେ ମାନସିକ ଚାପ ସହି ନ ପାରି ଗାଧୁଆଘରେ ନିଜ ଲୁଗାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଦୁଇ ବନ୍ଧୁ ବାହାରକୁ ଯାଇଥିବାବେଳେ ଏପରି ଏକ ଚରମ ନିଷ୍ପତ୍ତି ନେଇଛନ୍ତି ସୋନୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details