ଓଡିଶା

odisha

'ହସ୍ପିଟାଲ୍ ଅଫ ୱାର୍ଲ୍ଡ'ରେ ପରିଣତ ହେବ ଭାରତ

By

Published : Aug 20, 2020, 8:26 PM IST

ଭାରତ ଆଗାମୀ ଦିନରେ 'ଫାର୍ମାସି ଅଫ ୱାର୍ଲ୍ଡ' ହେବା ସହିତ 'ହସ୍ପିଟାଲ ଅଫ ୱାର୍ଲ୍ଡ'ରେ ମଧ୍ୟ ପରିଣତ ହେବ ବୋଲି କହିଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ । ଅଧିକ ପଢନ୍ତୁ...

'ହସ୍ପିଟାଲ୍ ଅଫ ୱାର୍ଲ୍ଡ'ରେ ପରିଣତ ହେବ ଭାରତ
'ହସ୍ପିଟାଲ୍ ଅଫ ୱାର୍ଲ୍ଡ'ରେ ପରିଣତ ହେବ ଭାରତ

ନୂଆଦିଲ୍ଲୀ: ମହାମାରୀ କୋରୋନା ସମୟରେ ବିଶେଷ କରି ସ୍ବାସ୍ଥ୍ୟକ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ସରକାର । ଏପରିସ୍ଥିତିରେ ଭାରତ ଆଗାମୀ ଦିନରେ 'ଫାର୍ମାସି ଅଫ ୱାର୍ଲ୍ଡ' ହେବା ସହିତ 'ହସ୍ପିଟାଲ ଅଫ ୱାର୍ଲ୍ଡ'ରେ ମଧ୍ୟ ପରିଣତ ହେବ ବୋଲି କହିଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ।

ସିଆଇଆଇର ଦ୍ବାଦଶ ମେଡଟେକ ଗ୍ଲୋବାଲ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ଗୋୟଲ ଏକ ବିବୃତ୍ତିରେ କହିଛନ୍ତି ଯେ ଭାରତ ମଧ୍ୟ 'ବିଶ୍ବ ହସ୍ପିଟାଲ' ହୋଇଯିବ, ଯେଉଁଠାରେ ବିଶ୍ବ ସୁବିଧା, ଉଚ୍ଚମାନର ଚିକିତ୍ସା ସେବା ଉପଲବ୍ଧ ରହିବ |

ଗୋୟଲ ଦର୍ଶାଇଛନ୍ତି ଯେ ଔଷଧ ଶିଳ୍ପ ଭାରତ ଏବଂ ବିଶ୍ବ ପାଇଁ ପର୍ଯ୍ୟାପ୍ତ ଔଷଧ ଯୋଗାଣ ସୁନିଶ୍ଚିତ କରିବାକୁ ନିଷ୍ପତ୍ତି ନେଇଛି । ସେ ବିବୃତ୍ତିରେ କହିଛନ୍ତି ଯେ ମେଡିକାଲ ଉପକରଣ ଶିଳ୍ପ କଠିନ ପରିଶ୍ରମ କରି ଆମକୁ କୋରୋନା ସହିତ ଲଢିବା ପାଇଁ ଆବଶ୍ୟକ ଉତ୍ପାଦ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲା।

ଆମର ଡାକ୍ତର, ପାରାମେଡିକ ଏବଂ ଭାରତର ନିରାପତ୍ତା ତଥା କଲ୍ୟାଣ ପାଇଁ ପ୍ରତିଶ୍ରୁତି ବଦ୍ଧ ଭାବରେ ସାଧାରଣ ଲୋକଙ୍କୁ ନିରନ୍ତର ସେବା କରି ଦେଶକୁ ଗର୍ବିତ କରିଛନ୍ତି ବୋଲି ଗୋୟଲ କହିଛନ୍ତି।

ABOUT THE AUTHOR

...view details