ଓଡିଶା

odisha

ଗୁଜୁରାଟରେ ୫ଟି ଆସନରେ ବିଜୟୀ ହେବା ବଳଦ କ୍ଷୀର ଦେବା ଭଳି ଥିଲା: କେଜ୍ରିୱାଲ

By

Published : Dec 19, 2022, 12:58 PM IST

ଗୁଜୁରାଟ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ୫ଟି ସିଟରେ ବିଜୟୀ ହେବା ବଳଦ କ୍ଷୀର ଦେଲା ଭଳି ଅସମ୍ଭବ ଘଟଣା । ଏମିତି କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ

Arvind Kejriwal on Gujarat election result
Arvind Kejriwal on Gujarat election result

ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନରେ ୧୪ ପ୍ରତିଶତ ଭୋଟ ପାଇ ୫ ଆସନ ଅକ୍ତିଆର କରିଛି ଆମ ଆଦମି ପାର୍ଟି । ଯାହାକୁ 'ବଳଦ କ୍ଷୀର ଦେଲା ଭଳି' (milking an ox) ଅସମ୍ଭବ ଘଟଣା ସହିତ ତୁଳନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ରବିବାର ଦିନ କାପାସେରାର କାଲିସ୍ତା ରିସର୍ଟରେ ଆମ୍ ଆଦାମୀ ପାର୍ଟିର ଜାତୀୟ ପରିଷଦ ବୈଠକରେ ଅଧ୍ୟକ୍ଷତା କରୁଥିବାବେଳେ କେଜ୍ରିଓ୍ବାଲ ଏପରି ବିବୃତ୍ତି ଦେଇଥିଲେ ।

ଅରବିନ୍ଦ କେଜ୍ରିଓ୍ବାଲ କହିଥିଲେ ଯେ, ''ଚଳିତ ବର୍ଷ ପଞ୍ଜାବରେ ଆମେ ପ୍ରଥମ ଥର ନିର୍ବାଚନ ଲଢି ସରକାର ଗଠନ କରିଛୁ, ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଦିଲ୍ଲୀ ନିର୍ବାଚନରେ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଛି ଆପ, ଗୋଆରେ ଦୁଇଟି ଆସନରେ ଆପର ବିଧାୟକ ଏବଂ ଗୁଜୁରାଟରେ ୧୪ ପ୍ରତିଶତ ଭୋଟ ସହିତ ୫ଟି ଆସନରେ ଆମର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଗୁଜୁରାଟରେ ସଫଳତା ନେଇ ଜଣେ ବ୍ୟକ୍ତି ମୋତେ କହିଛନ୍ତି ଯେ, ମୁଁ ବଳଦ ଠାରୁ କ୍ଷୀର ଆଣୁଛି, ଗାଈ କ୍ଷୀର ତ ସମସ୍ତେ ଆଣିପାରିବେ । କିନ୍ତୁ ଆମେ ବଳଦ ଠାରୁ କ୍ଷୀର ଆଣିବାରେ ସଫଳ ହୋଇଛୁ’’ ବୋଲି କହିଥିଲେ କେଜ୍ରିଓ୍ବାଲ । ଆମର ବିଶ୍ବାସ ଆସନ୍ତା ୨୦୨୭ରେ ଆମ ଦଳ ଗୁଜୁରାଟରେ ସରକାରୀ ଗଠନ କରିବ ।

ଏହା ମଧ୍ୟ ପଢନ୍ତୁ-ମୃତକଙ୍କ ପ୍ରତି କଠୋର ଓ ହୃଦୟହୀନ ହୋଇପଡିଛନ୍ତି ନୀତିଶ: ସୁଶୀଲ ମୋଦି

ଗୁଜୁରାଟ ନିର୍ବାଚନ ପରେ ଆପ ଏକ ଜାତୀୟ ଦଳର ମାନ୍ୟତା ପାଇଥିଲା । ଏହାପରେ ପ୍ରଥମ ଥର ପାଇଁ ଆମ୍ ଆଦମୀ ପାର୍ଟି ଜାତୀୟ ପରିଷଦ ଏବଂ ଜାତୀୟ କାର୍ଯ୍ୟକାରିଣୀ ରବିବାର ପ୍ରଥମ ବୈଠକ କରିଥିଲେ । ଏହି ବୈଠରେ ବିଭିନ୍ନ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ଓ ସଂକଳ୍ପ ପାରିତ ହୋଇଥିଲା ।

ଗୁଜୁରାଟ ବିଧାନସଭା ନିର୍ବାଚନରେ ମୋଟ ୧୮୨ ସିଟ ମଧ୍ୟରୁ ଆପ ୫ଟି ଆସନରେ ବିଜୟୀ ହୋଇ ଥିବା ବେଳେ କଂଗ୍ରେସ ୧୭ଟି ଆସନ, ସ୍ବାଧୀନ ୩ଟି, ବିଜେପି ୧୫୬ଟି ଆସନରେ ବିଜୟୀ ହୋଇଥିଲା ।

ABOUT THE AUTHOR

...view details