ETV Bharat / bharat

ମୃତକଙ୍କ ପ୍ରତି କଠୋର ଓ ହୃଦୟହୀନ ହୋଇପଡିଛନ୍ତି ନୀତିଶ: ସୁଶୀଲ ମୋଦି

author img

By

Published : Dec 19, 2022, 8:50 AM IST

ବିହାର ମଦ ମୃତ୍ୟୁ ମାମଲା, ନୀତିଶଙ୍କ ମନ୍ତବ୍ୟକୁ କଟାକ୍ଷ କଲେ ସୁଶୀଲ ମୋଦି । ମୃତକଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ କଠୋର ଓ ହୃଦୟହୀନ ହୋଇପଡିଥିବା କହିଲେ ବିଜେପି ସାଂସଦ । ଅଧିକ ପଢନ୍ତୁ

Sushil Modi slams CM Nitish
Sushil Modi slams CM Nitish

ପାଟନା: ବିହାର ଛପରା ଜିଲ୍ଲାରେ ମଦ ମୃତ୍ୟୁ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । କିନ୍ତୁ ମୃତ ବ୍ୟକ୍ତି ପରିବାରକୁ କ୍ଷତିପୂରଣ ଦେବାକୁ ମନା କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମଦ ପିଇ ଯଦି କାହାର ମୃତ୍ୟୁ ଘଟେ, ତେବେ ସରକାର ଗୋଟିଏ ଟଙ୍କା ବି ଦେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଏହାକୁ କଟାକ୍ଷ କରିଛନ୍ତି ସୁଶିଲ ମୋଦି । ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରେ ଏକାଧିକ ଦଳିତ ଓ ପଛୁଆ ବର୍ଗର ରହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କ୍ଷତିପୂରଣ ଦେବାକୁ ମନା କରିଦେବା ନିନ୍ଦନୀୟ ବିଷୟ । ମୃତକଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ କଠୋର ଓ ହୃଦୟହୀନ ହୋଇପଡିଛନ୍ତି ବୋଲି କହିଛନ୍ତି ସୁଶୀଲ ।

ସୁଶୀଲ ମୋଦି କହିଛନ୍ତି ଯେ, ''ନୀତିଶ କହିଛନ୍ତି ଯେଉଁ ମାନେ ମଦ ପିଇବେ ସେମାନେ ମରିବେ, କିନ୍ତୁ ଯଦି କେହି ଆଇନ ଉଲ୍ଲଘଂନ କରି ମଦ ପିଇଛନ୍ତି, ତେବେ ସରକାର ସେହି ବ୍ୟକ୍ତିଙ୍କୁ ମରିବାକୁ ଛାଡିଦେବେ କି ? ପୀଡିତଙ୍କୁ ହସ୍ପିଟାଲରେ ଚିକିତ୍ସିତ ହେବାର ମଧ୍ୟ ଅଧିକାର ରହିଛି । ରାଜ୍ୟ ସରକାର ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଆବଶ୍ୟକତା ରହିଛି । ଏଥି ପାଇଁ ବିଜେପି ସବୁ ସ୍ଥରକୁ ଯିବାକୁ ମଧ୍ୟ ପ୍ରୟାସ କରିବ'' ।

ସୁଶୀଲ ମୋଦି ଆହୁରୀ ମଧ୍ୟ କହିଛନ୍ତି ଯେ, ''ବିହାରର ବିଷାକ୍ତ ମଦ ପିଇ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ମୁଁ ଭେଟିଛି । ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୧୦୦ ପାର କରିଛି । କିନ୍ତୁ ରାଜ୍ୟ ସରକାର ପୋଲିସ ଭୟରେ ଏହାକୁ ଲୁଚାଉଛନ୍ତି । ମୃତଦେହ ବ୍ୟବଚ୍ଛେଦ କରାନଯାଇ ଦାହ କରୁଛନ୍ତି ପରିବାର ଲୋକେ । ସ୍ଥାନୀୟ ପ୍ରଶାସନ ଏଥି ପାଇଁ ମୃତକଙ୍କ ପରିବାର ଉପରେ ଚାପ ପକାଉଛି'' ।

ଏହା ମଧ୍ୟ ପଢନ୍ତୁ-ଅନଲାଇନ ଗେମିଂକୁ ନେଇ ଆସିବ ନୂଆ ନିୟମ: ଅଶ୍ବିନୀ ବୈଷ୍ଣବ

ତେବେ ବର୍ତ୍ତମାନ ଛପରା ଜିଲ୍ଲାରେ ବିଷାକ୍ତ ମଦ ଯୋଗୁଁ ୭୫ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିବାର ସମ୍ଭାବନା ମଧ୍ୟ ରହିଛି । କିନ୍ତୁ ବିଷାକ୍ତ ମଦ ଯୋଗୁଁ ୬୭ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟରୁ ପ୍ରକାଶ ପାଇଛି । ସମସ୍ତ ମୃତକ ମଶ୍ରକ ପୋଲିସ ଷ୍ଟେସନ ଅଞ୍ଚଳର ମଧୌରା, ଇସୁପୁର ଓ ସରାନ ଅଞ୍ଚଳର । ମଦ ମୃତ୍ୟୁ ଘଟଣା ପରେ ଏସଆଇଟି ଗଠନ କରାଯାଇ ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.