ଓଡିଶା

odisha

ବିଜେପିକୁ ଟାର୍ଗେଟ କରିବାକୁ ଯାଇ ଟ୍ରୋଲ ହେଲେ ଦିଦି, କହିଲେ ମହମ୍ମଦ ବିନ ତୋଗଲକ ଦିଲ୍ଲୀରୁ କୋଲକାତାକୁ ରାଜଧାନୀ ସ୍ଥାନାନ୍ତର କରିଥିଲେ

By ETV Bharat Odisha Team

Published : Oct 26, 2023, 9:36 PM IST

ବିଜେପିକୁ ଟାର୍ଗେଟ କରିବାକୁ ଯାଇ ଟ୍ରୋଲ ହେଲେ ଦିଦି । କହିଲେ ଦିଲ୍ଲୀରୁ କୋଲକାତାକୁ ରାଜଧାନୀ ସ୍ଥାନାନ୍ତର କରିଥିଲେ ମହମ୍ମଦ ବିନ ତୋଗଲକ । ଅଧିକ ପଢନ୍ତୁ

ମମତା ବାନାର୍ଜୀବିଜେପିକୁ ଟାର୍ଗେଟ କରିବାକୁ ଯାଇ ଟ୍ରୋଲ ହେଲେ ଦିଦି, କହିଲେ ତୋଗଲକ ଦିଲ୍ଲୀରୁ କୋଲକାତାକୁ ରାଜଧାନୀ କରିଥିଲେ ସ୍ଥାନାନ୍ତର
ମମତା ବାନାର୍ଜୀବିଜେପିକୁ ଟାର୍ଗେଟ କରିବାକୁ ଯାଇ ଟ୍ରୋଲ ହେଲେ ଦିଦି, କହିଲେ ତୋଗଲକ ଦିଲ୍ଲୀରୁ କୋଲକାତାକୁ ରାଜଧାନୀ କରିଥିଲେ ସ୍ଥାନାନ୍ତର

କୋଲକାତା:ବିଜେପିକୁ ଟାର୍ଗେଟ କରିବାକୁ ଯାଇ ଭୁଲ ଐତିହାସିକ ବ୍ୟାଖ୍ୟା କରି ଟ୍ରୋଲ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପି ଦେଶର ଇତିହାସ ପରିବର୍ତ୍ତନ କରିବାକୁ ଚାହୁଁଛି ବୋଲି କହି ସମାଲୋଚନା କରିବା ବେଳେ ଦିଦି କହିଥିଲେ, ମହମ୍ମଦ ବିନ ତୋଗଲକ ଦିଲ୍ଲୀରୁ କୋଲକାତାକୁ ରାଜଧାନୀ ସ୍ଥାନାନ୍ତର କରିଥିଲେ । ଏପରି ତ୍ରୁଟି ଦିଦିଙ୍କର ଐତିହାସିକ ଜ୍ଞାନକୁ ସମାଲୋଚନା ମଧ୍ୟକୁ ଠେଲି ଦେଇଛି ।

ଆଜି ନିଜର କାଳିଘାଟ ସ୍ଥିତ ସରକାରୀ ବାସଭବନରେ ଏକ ପ୍ରେସମିଟ କରି ବିଜେପି ଉପରେ ବର୍ଷିଥିଲେ ମମତା । କହିଥିଲେ ସେ ଶୁଣିଛନ୍ତି, ଶାସକ ମହମ୍ମଦ ବିନ ତୋଗଲକ ତାଙ୍କ ଶାସନ କାଳରେ ନିଜ ରାଜଧାନୀ ଦିଲ୍ଲୀରୁ କୋଲକାତାକୁ ସ୍ଥାନାନ୍ତରିତ କରିଥିଲେ । ଭାରତୀୟ ଜନତା ପାର୍ଟି ଏବେ ଦେଶର ଇତିହାସ ପରିବର୍ତ୍ତନ କରିବାକୁ ଚାହୁଁଛି । ଯଦି କୌଣସି ଅନୁଷ୍ଠାନର ନାମ କୌଣସି ବିପ୍ଳବୀଙ୍କ ନାମରେ ନାମିତ ହେଉଛି, ତାହା ଠିକ ଅଛି । ଅନ୍ୟଥା କଣ ଆବଶ୍ୟକତା ବୋଲି ସେ ପ୍ରଶ୍ନ କରିଥିଲେ ।

ସେହିପରି ଏକାଧିକ ପ୍ରସଙ୍ଗରେ ସେ ଭାରତୀୟ ଜନତା ପାର୍ଟିର ନିଷ୍ପତ୍ତିକୁ ସମାଲୋଚନା କରିଥିଲେ । ଏନସିଆରଟି ପୁସ୍ତକରେ ଦେଶର ନାମ ପରିବର୍ତ୍ତନକୁ ମଧ୍ଯ ସେ ଟାର୍ଗେଟ କରିଥିଲେ । 2 ହଜାର ଟଙ୍କିଆ ପ୍ରଚଳନକୁ ବାଦ ଦେବା, ଜିଏସଟି ପ୍ରସଙ୍ଗରେ ମଧ୍ୟ ସେ ବିଜେପିକୁ ଟାର୍ଗେଟ କରିଥିଲେ । ଏହି ନୀତି ତୋଗଲଗଙ୍କ ଶାସନ ପରି କହିବାକୁ ଚେଷ୍ଟା କରିଥିଲେ ମମତା । ହେଲେ ଇତିହାସର ଉଦାହରଣ ଦେଇ ସମାଲୋଚନା କରିବା ବେଳେ ଏପରି ଭୁଲ ବ୍ୟାଖାନ ତାଙ୍କୁ ଅଡୁଆରେ ପକାଇଛି ।

ତେବେ ଏଠାରେ ଉଲ୍ଲେଖଯୋଗ୍ଯ ଯେ, କୌଣସି ମୁସଲମାନ ଶାସକଙ୍କ ସମୟରେ ନୁହେଁ ବରଂ ବ୍ରିଟିଶ ଶାସନ ଅମଳରେ ଦେଶର ରାଜଧାନୀ କୋଲକାତାରୁ ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଥିଲା । ମୁସଲମାନ ଶାସକ ମହମ୍ମଦ ବିନ ତୋଗଲକ ତାଙ୍କ ରାଜଧାନୀ ଦିଲ୍ଲୀରୁ ଦେବଗିରିକୁ ସ୍ଥାନାନ୍ତରିତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- କିଏ ଶୁଣିବ ଜନ ପ୍ରତିନିଧୀଙ୍କ ଦୁଃଖ: ନାହିଁ ମୁଣ୍ଡ ଗୁଞ୍ଜିବାକୁ ଛାତ, ସରକାରୀ ସାହାଯ୍ୟ ଅପେକ୍ଷାରେ ୱାର୍ଡମେମ୍ବର

ସେହିପରି ତାଙ୍କ ସରକାରରେ ମନ୍ତ୍ରୀ ଥିବା ଜ୍ୟୋତିପ୍ରିୟ ମଲ୍ଲିକଙ୍କ ବାସଭବରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉକୁ ମଧ୍ୟ ବିରୋଧ କରିଛନ୍ତି । ମମତା କହିଛନ୍ତି, ମନ୍ତ୍ରୀ ଜ୍ୟୋତିପ୍ରିୟ ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଅଛନ୍ତି । ତାଙ୍କୁ ତଦନ୍ତ ଆଳରେ ନିର୍ଯାତନା ଦିଆଯାଉଛି । ଯଦି ତାଙ୍କର କିଛି ହେବ, ତାହାଲେ ସେ ସିଧା ଭାରତୀୟ ଜନତା ପାର୍ଟି ଓ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ ମାମଲା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details