ଓଡିଶା

odisha

Anantnag Encounter: ଅନନ୍ତନାଗରେ ଆଉ ଜଣେ ଯବାନ ଶହୀଦ, ୪ଜଣ ଶହୀଦ

By ETV Bharat Odisha Team

Published : Sep 15, 2023, 12:50 PM IST

Updated : Sep 15, 2023, 5:28 PM IST

ଅନନ୍ତନାଗରେ ଆଉ ଜଣେ ଯବାନ ଶହୀଦ । ୩ ଦିନରେ ଶହୀଦ ହେଲେଣି ୪ ବୀର ଯବାନ । ଅଧିକ ପଢନ୍ତୁ

Anantnag Encounter
Anantnag Encounter

ଶ୍ରୀନଗର:ଜମ୍ମୁ-କାଶ୍ମୀର ଅନନ୍ତନାଗ ଏନକାଉଣ୍ଟରେ ଆଉ ଜଣେ ଯବାନ ଶହୀଦ ହୋଇଯାଇଛନ୍ତି । ଆଜି(ଶୁକ୍ରବାର) ସକାଳେ ଜଣେ ଆହତ ଯବାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଯାହାଫଳରେ ଶଦୀହଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏହାପୂର୍ବରୁ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଗତ ବୁଧବାର ଦିନ ଦୁଇ ଜଣେ ସେନା ଅଧିକାରୀଙ୍କ ସମେତ ଜଣେ ଡିଏସପି ଶହୀଦ ହୋଇଯାଇଥିଲେ । ଗୁଳିମାଡରେ ଦୁଇ ଜଣ ଯବାନ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଆଜି ଜଣେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।

ଗତ ବୁଧବାର ଠାରୁ ଅନନ୍ତନାଗର କୋକେରନାଗ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଗତ ବୁଧବାର ଦିନ ଏହି ଗୁଳି ବିନିୟମରେ ସେନାର ରାଷ୍ଟ୍ରୀୟ ରାଇଫଲ ୟୁନିଟିର କମାଣ୍ଡିଂ ଅଫିସର କର୍ଣ୍ଣେଲ ମନପ୍ରୀତି ସିଂହ, ମେଜର ଆଶିଷ ଓ ଜମ୍ମୁ କାଶ୍ମୀର ପୋଲିସ ଡିଏସପି ହୁମାୟୁନ ଭଟଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଦୁଇ ଜଣ ଯବାନ ଆହତ ହୋଇଥିଲେ । ଏହାପରଠୁ ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ଅପେରସନ ଜୋରଦାର କରାଯାଉଛି । ସର୍ଚ୍ଚ ଅପରେସନରେ ସହାୟତା ପାଇଁ ଏବେ ହେରନ ଡ୍ରୋନ ଓ କ୍ବାଡକାପ୍ଟର ମୁତୟନ କରାଯାଇଛି ।

ସୁରକ୍ଷାବଳ ଓ ଆତଙ୍କୀ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଇତିମଧ୍ୟରେ ଆଜି ଆଉ ଜଣେ ବୀର ଯବାନଙ୍କ ମୃତ୍ୟୁ ପରେ ୩ ଦିନରେ ଶହୀଦଙ୍କ ୪ରେ ପହଞ୍ଚିଛି । ତେବେ ଆଜି ଶହୀଦ ହୋଇଥିବା ଯବାନଙ୍କ ସମ୍ପର୍କରେ କୌଣସି ସୂଚନା ସାର୍ବଜନୀନ କରାଯାଇ ନାହିଁ ।

ଏହାମଧ୍ୟ ପଢନ୍ତୁ: Anantnag Martyrs Bravery story: ଅପରେସନରେ ବ୍ୟସ୍ତ ଅଛି ମା’...କର୍ଣ୍ଣେଲଙ୍କ ଶେଷ କଲ

ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି, କୋକେରନାଗ ଅଞ୍ଚଳରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ଥିବାର ବିଶେଷ ସୂତ୍ରରୁ ସୂଚନା ପାଇ ସେନା ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଆତଙ୍କବାଦୀମାନେ ସୁରକ୍ଷାବଳ ଉପରକୁ ଗୁଳି ଚାଳନା କରିଥିଲେ । ଏଥିରେ ଘଟଣାସ୍ଥଳରେ ହିଁ କର୍ଣ୍ଣେଲଙ୍କ ମୃତ୍ୟୁ ହୋଇଥିଲା । ପରେ ଆଉ ଦୁଇ ଅଧିକାରୀ ହସ୍ପିଟାଲରେ ଶେଷନିଶ୍ବାସ ତ୍ୟାଗ କରିଥିଲେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେମାନଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ଗୁଳିମାଡ କରିଥିବା ଆତଙ୍କବାଦୀମାନେ ରେଜିଷ୍ଟନ୍ସ ଫ୍ରଣ୍ଟର ହୋଇଥିବା ସନ୍ଦେହ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: Encounter in Anantnag: ସେନାର 2 ଓ ଜଣେ ପୋଲିସ ଅଧିକାରୀ ଶହୀଦ, ଘଟଣାସ୍ଥଳରେ ହାଇଆଲର୍ଟ

Last Updated :Sep 15, 2023, 5:28 PM IST

ABOUT THE AUTHOR

...view details