ଲକ୍ଷ୍ନୌ:ସରଗରମ ଉତ୍ତରପ୍ରଦେଶ ରାଜନୀତି । ଆସନ୍ତାମାସରେ ବିଧାନସଭା ଆସନ ପାଇଁ ଭୋଟ ପଡିବାକୁ ଥିବା ବେଳେ ଆରମ୍ଭ ହୋଇଗଲାଣି ପ୍ରଚାର । ଉତ୍ତରପ୍ରଦେଶକୁ ଏବେ ବଡବଡ ନେତାଙ୍କ ସୁଅ ଛୁଟୁଥିବା ବେଳେ ଭର୍ଚୁଆଲ ମାଧ୍ୟରେ ଜୋରସୋରରେ ପ୍ରଚାର ଆରମ୍ଭ କରିଛି ବିଜେପି । ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ନୋଏଡାରେ ଡୋରଟୁଡୋର ପ୍ରଚାର କରିବା ସହ ଜନସାଧାରଣଙ୍କ ସହ କଥା ହେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହାପୂର୍ବରୁ ଶାହା ମଥୁରାରେ ଦଳ ପାଇଁ ପ୍ରଚାର କରିବେ ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବଡ ବଡ ନେତାଙ୍କ ସହ ଅମିତ ଶାହା ଆଲୋଚନା ହେବା ନେଇ ମଧ୍ୟ କୁହାଯାଉଛି । ଶାହଙ୍କ ଗସ୍ତକୁ ନେଇ ପ୍ରଶାସନ ତରଫରୁ ପ୍ରସ୍ତୁତି ଶେଷ ହୋଇଛି ।
ଅମିତ ଶାହଙ୍କ ଆଜିର କାର୍ଯ୍ୟକ୍ରମ