ଚେନ୍ନାଇ: କର୍ଣ୍ଣାଟକ ମହୀଶୁରରେ ଚିତା ଆତଙ୍କ । ଚିତା ଆକ୍ରମଣରେ ଚାଲିଗଲା ୧୧ ବର୍ଷର ନିରୀହ ବାଳକର ଜୀବନ । ତେବେ ଏପରି ଅଭାବନୀୟ ଘଟଣା ମୈସୁର ଜିଲ୍ଲାର ହୋରାଲାହାଲା ଗ୍ରାମରେ ଦେଖିବାକୁ ମିଳିଛି । ଆଜି ସକାଳେ ଗାଁ ନିକଟରେ ବାଳକଟିର ମୃତଦେହ ମିଳିଥିବା ବେଳେ ପରିବାର ଲୋକ ଶୋକରେ ବୁଡ଼ି ରହିଛନ୍ତି । ତେବେ ଚିତାବାଘ 11 ବର୍ଷର ବାଳକ ଜୟନ୍ତଙ୍କ ଉପରେ ଆକ୍ରମଣ କରିଥିବା ନେଇ ଗ୍ରାମବାସୀ ସୂଚନା ଦେଇଛନ୍ତି । ପରିବାର ଲୋକଙ୍କ କହିବା ଆନୁଯାୟୀ, ଜୟନ୍ତ ଗତକାଲି ଖୋଲିବାକୁ ଯାଇଥିଲା, ଏହାପରେ ଆଉ ଘରକୁ ଫେରି ନଥିଲା । ପରିବାର ଲୋକଙ୍କ ସହ ଗ୍ରାମବାସୀମାନେ ରାତିସାରା ପିଲାଟିକୁ ଖୋଜିଥିଲେ ମଧ୍ୟ ତାଙ୍କୁ ପାଇଲେ ନାହିଁ । ଆଜି ସକାଳେ କ୍ଷତାକ୍ତ ଅବସ୍ଥାରେ ବାଳକର ମୃତଦେହ ମିଳିଥିଲା ।
ଗ୍ରାମବାସୀ ଏବଂ ଜଙ୍ଗଲ ଅଧିକାରୀମାନେ ଉକ୍ତ ସ୍ଥାନ ପରିଦର୍ଶନ କରି ଏହାର ଯାଞ୍ଚ କରିବା ସମୟରେ ତାଙ୍କୁ ଚିତାର ପଦଚିହ୍ନ ଦେଖିବାକୁ ପାଇଥିଲେ । ଗ୍ରାମରେ ଚିତା ଆକ୍ରମଣ ଘଟଣାକୁ ନେଇ ଗାଁରେ କୋକୁଆ ଭୟ ଖେଳିଯାଇଛି । କ୍ରୋଧିତ ସ୍ଥାନୀୟ ଲୋକେ ନରସିପୁରାରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗାଁରେ ଉତ୍ତେଜନା ଓ ଉଦ୍ବେଗଜନକ ପରିସ୍ଥିତି ଥିବାରୁ ବିଧାୟକ ଅଶ୍ୱିନ କୁମାର ଏବଂ ଡିସି କେ.ଭି ରାଜେନ୍ଦ୍ର ରାତିରେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲେ । ଏହାପରେ ବନ ଅଧିକାରୀମାନେ ଉକ୍ତ ସ୍ଥାନ ପରିଦର୍ଶନ କରି ଏହାର ଯାଞ୍ଚ କରିଛନ୍ତି । ଚିତାବାଘ ଆକ୍ରମଣ ଉପରେ ପଦକ୍ଷେପ ନେବାକୁ ଲୋକମାନେ ପୁନର୍ବାର ସରକାରଙ୍କୁ ବିରୋଧ କରୁଛନ୍ତି ।