ଓଡିଶା

odisha

ଦୁର୍ଗମ ଅଞ୍ଚଳକୁ ପହଞ୍ଚିବ ବିକାଶ, ସଂଯୋଗ ହେବ ସବୁଦିନିଆ ରାସ୍ତା

By ETV Bharat Odisha Team

Published : Mar 6, 2024, 2:29 PM IST

Road for REmote Area: ବୌଦ୍ଧ: ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଏଣିକି ପହଞ୍ଚିବ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା । ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳର ଅଧିବାସୀଙ୍କ ନିକଟରେ ଆମ୍ବୁଲାନ୍ସ ସେବା ଠାରୁ ନେଇ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜଙ୍ଗଲ ଅଞ୍ଚଳରେ ନିର୍ମାଣ ହେବ ସବୁଦିନିଆ ରାସ୍ତା । ବୌଦ୍ଧ ଜିଲ୍ଲାର ସୀମାନ୍ତ ପଞ୍ଚାୟତ ଆଢେଣୀଗଡରେ ରହିଛି ଦଶରୁ ଊର୍ଦ୍ଧ୍ବ ଅତ୍ୟନ୍ତ ଦୁର୍ଗମ ଗ୍ରାମ । ଆଢେଣୀଗଡ ପଞ୍ଚାୟତର କଣ୍ଡରା, କାଚପାଜୁ, ବାଙ୍କପାଜୁ, ଫାଲପାଜୁ, ଲେଙ୍ଗେରପାଜୁ, ମାଣ୍ଡାଲି, ଛତ୍ରପଡା, ରହସାହି, ସୁଲଗା, ବାଲେଜୁ, ସବେରୀ ଭଳି ବିଭିନ୍ନ ଦୁର୍ଗମ ଅଞ୍ଚଳକୁ  ବଣ ଜଙ୍ଗଲ ଘେରି ରହିଥିବା ବେଳେ ଏସବୁ ଅଞ୍ଚଳରେ ସରକାରଙ୍କ ବିକାଶମୂଳକ ଯୋଜନା ଅପହଞ୍ଚ ହୋଇ ରହିଛି । 

ଆଢେଣୀଗଡ ପଞ୍ଚାୟତର କଣ୍ଡରା କାଚପାଜୁ ଗ୍ରାମରେ ଏକ ସ୍ବତନ୍ତ୍ର ପୋଲିଂ ବୁଥ ରହିଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନରେ ଉକ୍ତ ଅଞ୍ଚଳର ଅଧିବାସୀ ରାସ୍ତା ସମସ୍ୟା ଯୋଗୁଁ ଭୋଟ ବର୍ଜନ କରିଥିଲେ । ଏସବୁ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଏକ ପ୍ରକାର ଅପହଞ୍ଚ ରହିଥିବା ବେଳେ ଉକ୍ତ ଅଞ୍ଚଳକୁ ଏକ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲା । ତେବେ ଏହି ଦୁର୍ଗମ ଅଞ୍ଚଳରେ ବୌଦ୍ଧର ପୂର୍ବତନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଗତବର୍ଷ ପରିଦର୍ଶନ ପରେ ଏନେଇ ପଦକ୍ଷେପ ଗ୍ରହଣ କରିଥିଲେ । କଣ୍ଡରା କାଚପାଜୁକୁ ସଂଯୋଗ କରୁଥିବା ରାସ୍ତା ଜଙ୍ଗଲ ବିଭାଗ ଅଧିନରେ ଥିବା ହେତୁ ଉକ୍ତ ରାସ୍ତା ବର୍ତ୍ତମାନ ଆରଡ଼ି ବିଭାଗକୁ ହସ୍ତାନ୍ତର କରି ଏହି ରାସ୍ତା ନିର୍ମାଣ ପାଇଁ ୧୦ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାର ଶିଳାନ୍ୟାସ କରିଛନ୍ତି ।  

ଏହା ମଧ୍ୟ ପଢନ୍ତୁ- ପିସି ପାଇଁ ପାଣିରେ ପଡିଲା କୋଟି କୋଟି ଟଙ୍କା ! ରାସ୍ତା କାମ ନସରୁଣୁ ଅବସ୍ଥା ବେହାଲ, ଧାନତଳି ରୋଇ ପ୍ରତିବାଦ

ଇଟିଭି ଭାରତ,ବୌଦ୍ଧ

ABOUT THE AUTHOR

...view details