ଓଡିଶା

odisha

ଦାବି ପୂରଣ ହୋଇନଥିବାରୁ ଭୋଟ ବର୍ଜନ କଲେ 10ଟି ଗାଁର ବାସିନ୍ଦା - Villagers Boycott Election

By ETV Bharat Odisha Team

Published : May 13, 2024, 10:49 PM IST

ଦାବି ପୂରଣ ହୋଇନଥିବାରୁ ଭୋଟ ବର୍ଜନ କଲେ 10ଟି ଗାଁର ବାସିନ୍ଦା (ETV Bharat Odisha)

Villagers Boycott Election ନବରଙ୍ଗପୁର: ଆଜି ଥିଲା ରାଜ୍ୟରେ ପ୍ରଥମ ପର୍ଯ୍ୟୟ ମତଦାନ । କିନ୍ତୁ ନିଜ ଦାବି ପୂରଣ ହୋଇନଥିବାରୁ ଭୋଟ ବର୍ଜନ କରିଛନ୍ତି ପ୍ରାୟ 10ଟି ଗ୍ରାମର ବାସିନ୍ଦା । ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜଙ୍ଗଲ ଅଧିକାର ଆଇନର ଉଲ୍ଲଘଂନ ବା ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟି ଗଠନ ଦାବି ସହ ଅନ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ନେଇ ରାଇଘର ବ୍ଲକ ଅନ୍ତର୍ଗତ ଖୁଡୁକୁ ପଞ୍ଚାୟତର 10 ଗୋଟି ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ଗ୍ରାମଗୁଡ଼ିକ ହେଉଛି ଆଡାମାଧମକି, ଲାଲବଟରାଲି, ଘାଇତାବେଡ଼ା, ମଦନଶ୍ରୀ, ଚିଡ଼େଇ ପାଣି, ଗଦ୍ରାବାଟି, ଛାପରପାଣି, ତରାଇଡଙ୍ଗରି, ମାକଡଟେଣ୍ଡୁ, କେରାଡ଼ିହି ଓ ଭକ୍ତିପାରା ଇତ୍ୟାଦି ଗ୍ରାମବାସୀଙ୍କ ଭୋଟ ବର୍ଜନ କରିଛନ୍ତି । ସେମାନଙ୍କ ଦାବି ପୂରଣ ନ ହେବା ଯାଏଁ ଭୋଟ ଦେବୁ ନାହିଁ କହି ଗ୍ରାମବାସୀ ନିଜ ଯିଦରେ ଅଟଳ ରହିଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ଆଲୋଚନା ପରେ ମଧ୍ୟ ସମଧାନର ରାସ୍ତା ଫିଟିନାହିଁ । ଏହାସହ ଝରିଗାଁ ନିର୍ବାଚନ ମଣ୍ଡଳୀ କୁହୁରାକୋଟରେ କୁହୁରାକୋଟକୁ ରାଜସ୍ବ ଗ୍ରାମ ଦାବିରେ ଭୋଟ ବର୍ଜନ ଅଞ୍ଚଳବାସୀ । 
ଏହା ମଧ୍ୟ ପଢ଼ନ୍ତୁ...ମୌଳିକ ସୁବିଧାରୁ ବଞ୍ଚିତ କାନ୍ଧ ଚମ୍ପିଆ ଗ୍ରାମବାସୀ, କାଲେ ଭୋଟ ବର୍ଜନ - Villagers Boycott Election

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details