ETV Bharat / state

ମୌଳିକ ସୁବିଧାରୁ ବଞ୍ଚିତ କାନ୍ଧ ଚମ୍ପିଆ ଗ୍ରାମବାସୀ, କାଲେ ଭୋଟ ବର୍ଜନ - villagers boycott election

author img

By ETV Bharat Odisha Team

Published : May 13, 2024, 8:18 PM IST

VILLAGERS BOYCOTT ELECTION: ଭୋଟ ବର୍ଜନ କଲେ ରାୟଗଡ଼ା ଜିଲ୍ଲାର କାନ୍ଧ ଚମ୍ପିଆ ଗ୍ରାମବାସୀ । ସଡ଼କ,ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଲୋକେ । ଅଧିକ ପଢନ୍ତୁ

ମୌଳିକ ସୁବିଧାରୁ ବଞ୍ଚିତ କାନ୍ଧ ଚମ୍ପିଆ ଗ୍ରାମବାସୀ, କାଲେ ଭୋଟ ବର୍ଜନ
ମୌଳିକ ସୁବିଧାରୁ ବଞ୍ଚିତ କାନ୍ଧ ଚମ୍ପିଆ ଗ୍ରାମବାସୀ, କାଲେ ଭୋଟ ବର୍ଜନ (ETV Bharat Odisha)

ମୌଳିକ ସୁବିଧାରୁ ବଞ୍ଚିତ କାନ୍ଧ ଚମ୍ପିଆ ଗ୍ରାମବାସୀ, କାଲେ ଭୋଟ ବର୍ଜନ (ETV Bharat Odisha)

ରାୟଗଡ଼ା: ବିକାଶ ନାହିଁ ତ ଭୋଟ ନାହିଁ । ଏଭଳି କିଛି ମୁଦ୍ଦାକୁ ନେଇ ଭୋଟ ବର୍ଜ୍ଜନ କରିଛନ୍ତି ରାୟଗଡ଼ା ଜିଲ୍ଲାର କୁର୍ଲି ପଞ୍ଚାୟତବାସୀ । କୁର୍ଲି ପଞ୍ଚାୟତର କାନ୍ଧ ଚମ୍ପିଆ ଗ୍ରାମବାସୀ ବାରମ୍ବାର ମୌଳିତ ସୁବିଧାରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି । ତେବେ ଅଞ୍ଚଳର ବିକାଶ ହେବେ ପରେ ହିଁ ଭୋଟ ଦେବେ ବୋଲି ଲୋକେ କହିଛନ୍ତି ।

ରାୟଗଡ଼ା ବିଷମକଟକ ବିଧାନସଭା ନିର୍ବାଚନ କ୍ଷେତ୍ରର କଲନରା ବ୍ଲକ ଅନ୍ତର୍ଗତ କୁର୍ଲି ପଞ୍ଚାୟତରୁ 482 ଭୋଟରଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବୁଥ ନମ୍ବର 293ରେ ଏପର୍ଯ୍ୟନ୍ତ ଗୋଟିଏ ବି ଭୋଟ ଦିଆ ଯାଇନାହିଁ । ସକାଳୁ ଗ୍ରାମବାସୀ ମାନେ ନିଜ ଅଞ୍ଚଳର ସମସ୍ୟାକୁ ନେଇ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେବା ସହ ଭୋଟକେନ୍ଦ୍ର ସାମ୍ନାରେ ଶାନ୍ତି ପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ଏହି ପ୍ରତିବାଦରେ ଧୂମୁକାପଡ଼ୁ, କର୍ଣ୍ଣିପାଡୁ ଚମ୍ପିଆର ମୋଟ 482 ଭୋଟର ଭାଗ ସାମିଲ ଥିଲେ । ନିଜ ଗ୍ରାମକୁ ସଡ଼କ, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ଭଳି ମୌଳିକ ସୁବିଧା ପହଞ୍ଚି ନ ପାରିବାରୁ ପ୍ରତିବାଦରେ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ କରିବା କଥା ଗ୍ରାମବାସୀ କହିଛନ୍ତି l

ଏଠାରେ ସୂଚନା ଯୋଗ୍ୟ କି, ଧୂମୁକାପଡ଼ୁ, କର୍ଣ୍ଣି ପାଡୁ ଏବଂ କାନ୍ଧ ଚମ୍ପିଆ ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡିଏ ନାହିଁ । ଫଳରେ ସ୍ୱାସ୍ଥ୍ୟ ସେବା ଏଠି ସାତ ସପନ । କେବଳ ସେତିକି ନୁହଁ ତିନୋଟି ଗାଁରେ ରହିଛି ମାତ୍ର 4ଟି ନଳକୂପ ହେଲେ ଦୀର୍ଘ ଦିନ ଧରି ଅଚଳ ହୋଇ ପଡି ରହିବା ଫଳରେ ଲୋକେ ନିକଟସ୍ଥ ଝରଣା ଉପରେ ନିର୍ଭର କରନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ନୋ ବୁଥ ନୋ ଭୋଟ ଦାବିରେ ଭୋଟବର୍ଜନ କଲେ ସିର୍ଲିଗୁଡା ଗ୍ରାମବାସୀ - Villagers Boycott Assembly Election

ଏହା ମଧ୍ୟ ପଢନ୍ତୁ ..... ମିଳିଲା ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି, ଭୋଟ ଦେବାକୁ ରାଜି ହେଲେ 22 ଖଣ୍ଡ ଗ୍ରାମବାସୀ - FARMERS DROP VOTE BOYCOTT DECISION

ତେବେ ଏନେଇ ଆମେ କୋଲନରା ବିଡିଓ ସହିତ ଯୋଗାଯୋଗ କରିଥିଲୁ କିନ୍ତୁ ନିର୍ବାଚନର ଦ୍ଵାହିଦେଇ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଥିଲେ । ତେବେ ଦେଖିବାକୁ ବାକି ରହିଲା ଏହି ଅଞ୍ଚଳର ଲୋକମାନେ କେବେ ମୌଳିକ ସୁବିଧାର ସୁଯୋଗ ପାଉଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.