ଓଡିଶା

odisha

ଭାରତକୁ ଆରମ୍ଭରୁ ଆଟାକିଂ ଖେଳିବାକୁ ହେବ କହିଲେ ସିନିୟର କୋଚ

By ETV Bharat Odisha Team

Published : Feb 13, 2024, 8:16 PM IST

'ଭାରତକୁ ଆରମ୍ଭରୁ ଆଟାକିଙ୍ଗ ଖେଳିବାକୁ ହେବ'

FIH Pro League 2024: ରାଉରକେଲା: ଆସନ୍ତାକାଲି ଭାରତ ବନାମ ନେଦରଲ୍ୟାଣ୍ଡ ମହିଳା ହକି ଦଳ ମଧ୍ୟରେ ହେବ କଡା ଟକ୍କର । ଏହାପୂର୍ବରୁ ଗତ ମ୍ୟାଚ୍‌ରେ ଚାଇନା ବିପକ୍ଷରେ ହାରିଛି ଭାରତ । ପ୍ରଥମ 3ଟି ମ୍ୟାଚ୍‌ ଭଳି ଏକପାଖିଆ ଭାବେ ଭାରତୀୟ ମହିଳା ଦଳ ଚାଇନାଠାରୁ ପରାସ୍ତ ହୋଇଛି । ଏଭଳି ସ୍ଥିତିରେ ଆସନ୍ତାକାଲି ଶକ୍ତିଶାଳୀ ନେଦରଲ୍ୟାଣ୍ଡ ଦଳ ସହ ମୁହାଁମୁହିଁ ହେବ ଟିମ୍‌ ଇଣ୍ଡିଆ । ଏହାକୁ ନେଇ ରାଉରକେଲାରେ ସିନିୟର ହକି କୋଚ୍‌ କାଳୁ ଚରଣ ଚୌଧୁରୀଙ୍କ ସହ ଆମେ ଆଲୋଚନା କରିଥିଲୁ । ଭାରତ କେଉଁଠି ଫେଲ ମାରୁଛି ଏବଂ ଆଗାମୀ ମ୍ୟାଚରେ କେଉଁ କେଉଁ ଭଲୁ ସୁଧାରିବାକୁ ହେବ, ସେନେଇ ବିସ୍ତୃତ ଆଲୋଚନା କରିଛନ୍ତି ବରିଷ୍ଠ ହକି ପ୍ରଶିକ୍ଷକ ।  

ଏହା ମଧ୍ୟ ପଢ଼ନ୍ତୁ...ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ପ୍ରଥମ ମ୍ୟାଚ୍‌ ଜିତିଲା ନେଦରଲ୍ୟାଣ୍ଡ, ଭାରତର ପରାଜୟ ଧାରା ଜାରି

ସେ କହିଛନ୍ତି, "ମ୍ୟାଚ ଆରମ୍ଭରୁ ଆମକୁ ଆକ୍ରାମକ ଢଙ୍ଗରେ ଖେଳିବାକୁ ପଡିବ । ପ୍ରଥମ ଦୁଇ କ୍ବାର୍ଟରରେ ଭାରତୀୟ ଦଳକୁ ଆଟାକିଙ୍ଗ ଗେମ୍‌ ଖେଳି ଗୋଲ କରିବାକୁ ପଡିବ । ସବୁବେଳେ ଭାରତ ପ୍ରଥମ ହାଫ୍‌ରେ ଭଲ ପ୍ରଦର୍ଶନ କରିବା ସହ ଶେଷ ପର୍ଯ୍ୟାୟରେ ଟିକେ ଅଧିକ ଡିଫେଣ୍ଡ କରିବା ଫଳରେ ଲୁଜ ପଏଣ୍ଟରେ ରହିଥାଏ । ଯେଉଁଥିପାଇଁ ମ୍ୟାଚ୍‌ର ପରିଣାମ ଭାରତ ହାତରୁ ବାହାରିଯାଏ । ତେଣୁ ପ୍ରଥମ ହାଫ୍‌ରେ ଜୋରଦାର ଟକ୍କର ଦେଇ ଶେଷ ପର୍ଯ୍ୟାୟରେ ଆକ୍ରାମକ ଖେଳ ଜାରି ରଖିବା ସହ ସୁରକ୍ଷିତ ରହି ଅଟାକ୍‌ ଏବଂ ଡିଫେଣ୍ଡ କରି ଖେଳ ପ୍ରଦର୍ଶନ କରୁବାକୁ ପଡିବ । ଦଳକୁ ପୂର୍ବ କଥା ଭୁଲି ନୂତନ ଭାବରେ ଏହି ପ୍ରୋ ଲିଗ୍‌ର ପ୍ରାରମ୍ଭ କରିବାକୁ ପଡିବ । ଆରମ୍ଭରୁ ଆମ ଦଳରେ ଥିବା ଭୁଲକୁ ସୁଧାରିବା ଏବଂ ବିପକ୍ଷ ଦଳର ଗେମ ପ୍ଲାନକୁ ଭଲ ଭାବରେ ବୁଝି ତାଙ୍କର ଲୁଜ ପଏଣ୍ଟ୍‌ରେ ଅଟାକ କରିବା । ଏବଂ ଯଦି ଭାରତୀୟ ଦଳ ଫରୱାର୍ଡ ଖେଳାଳିମାନଙ୍କ ସହ ଡିଫେନ୍ସରେ ଭଲ ଖେଳ ପ୍ରଦର୍ଶନ କରେ, ତେବେ ଆମର ବିଜୟ ନିଶ୍ଚିତ ।" ଶୁଣନ୍ତୁ ସେ ଆଉ କଣ କହୁଛନ୍ତି...

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details