ଓଡିଶା

odisha

ସମୂହ ଛୁଟିରେ ପ୍ରାଣୀ ଚିକିତ୍ସକ, ପଶୁପକ୍ଷୀଙ୍କ ଚିକିତ୍ସା ଠପ୍

By ETV Bharat Odisha Team

Published : Jan 24, 2024, 10:59 AM IST

Veterinary doctor association protest: ସାମୂହିକ ଛୁଟିରେ ପ୍ରାଣୀ ଚିକିତ୍ସକ । ଫଳରେ ପ୍ରାଣୀ ଚିକିତ୍ସା ପ୍ରଭାବିତ ହୋଇଥିବା ବେଳେ ସାପ କାମୁଡ଼ାରେ ଆହତ ହେଉଥିବା ପ୍ରାଣୀମାନଙ୍କ ପାଇଁ କୌଣସି ଔଷଧ କିମ୍ଵା ଇଞ୍ଜେକସନ ନ ଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିଛନ୍ତି ଆନ୍ଦୋଳନରତ ଡାକ୍ତର । ଅଧିକ ପଢ଼ନ୍ତୁ

Veterinary doctor association protest
Veterinary doctor association protest

Veterinary doctor association protest

ଭଦ୍ରକ:ଦୀର୍ଘ ୨୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟରେ ପ୍ରାଣୀ ଚିକିତ୍ସକଙ୍କୁ ସରକାର ଅବହେଳା କରିଆସୁଥିବା ଅଭିଯୋଗ। ସେମାନଙ୍କୁ ପଦୋନ୍ନତି ନ ମିଳିବା ଏବଂ ବିଭାଗର ରୂପାନ୍ତରୀକରଣ ସମେତ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠାରୁ ଭଦ୍ରକ ଜିଲ୍ଲାରେ ଆନ୍ଦୋଳନରେ ବସିଛନ୍ତି ପ୍ରାଣୀ ଚିକିତ୍ସକ । ଯାହାଫଳରେ ପ୍ରାଣୀ ଚିକିତ୍ସା ପ୍ରଭାବିତ ହୋଇଛି । ଜିଲ୍ଲାର 7 ଗୋଟି ବ୍ଲକ ଅଧିନରେ 13ଟି ପ୍ରାଣୀ ଚିକିତ୍ସାଳୟରେ ଗୃହପାଳିତ ପଶୁପକ୍ଷୀର ଚିକିତ୍ସା ତଥା କୃତ୍ରିମ ପ୍ରଜନନ ପ୍ରକ୍ରିୟା ପ୍ରଭାବିତ ହୋଇଛି। ସେହିପରି ସାପ କାମୁଡ଼ାରେ ଆହତ ହେଉଥିବା ପ୍ରଣୀମାନଙ୍କ ପାଇଁ କୌଣସି ଔଷଧ କିମ୍ଵା ଇଞ୍ଜେକସନ ଦୀର୍ଘ ବର୍ଷ ଧରି ମହଜୁଦ ନାହିଁ ବୋଲି ପ୍ରକାଶ କରିଛନ୍ତି ଭଦ୍ରକରେ ଆନ୍ଦୋଳନ ଜାରି ରଖିଥିବା ପ୍ରାଣୀ ଚିକିତ୍ସକମାନେ। ଫଳରେ ସେମାନଙ୍କ ଉପଯୁକ୍ତ ଚିକିତ୍ସା ମଧ୍ୟ ହୋଇପାରୁନି । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

ଏନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାର ସମସ୍ତ ପ୍ରାଣୀ ଡାକ୍ତର ଏକତ୍ରିତ ହେବା ସହ ସେମାନଙ୍କର ନ୍ୟାଯ୍ୟ ଦାବି ସମ୍ବନ୍ଧୀୟ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି । ପ୍ରମୁଖ ଦାବିଗୁଡିକ ମଧ୍ୟରେ ପ୍ରାଣୀ ପାଳକମାନଙ୍କୁ ନିଃଶୁଳ୍କ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦେବା, ଜିଲ୍ଲାରେ 24 ଘଣ୍ଟିଆ ବିଶେଷଜ୍ଞ ସେବା, ରେଫରାଲ ସୁବିଧା ବ୍ୟବସ୍ଥା ସାମିଲ। ଏହି ଚିକିତ୍ସା ବ୍ୟବସ୍ଥା ନଥିବାରୁ ପ୍ରାଣୀ ପାଳକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପ୍ରାଣୀ ଚିକିତ୍ସକମାନେ ବିନା ଦୋଷରେ ସେମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଏଥିସହ ଦୀର୍ଘ 22/23 ବର୍ଷ ଧରି ଗୋଟିଏ ଦରମା ହାରରେ କାର୍ଯ୍ୟ କରୁଛନ୍ତି ସମସ୍ତ ପ୍ରାଣୀ ଚିକିତ୍ସକମାନେ ।

ଜିଲ୍ଲାରେ ଏବେ ମୋଟ 26 ଜଣ ପ୍ରାଣୀ ଚିକିତ୍ସକ ଥିବାବେଳେ ରାଜ୍ୟରେ 1910 ଡାକ୍ତରଙ୍କ କାମ 1300 ଡାକ୍ତର ତୁଲାଉଥିବା ଜଣାପଡିଛି। ହେଲେ ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁବିଧା ନଥିବା ସେମାନଙ୍କୁ ହତୋତ୍ସାହିତ କରିଛି ବୋଲି କହିଛନ୍ତି ସାମୂହିକ ଭାବେ ଛୁଟିରେ ଥିବା ପ୍ରାଣୀ ଚିକିତ୍ସକ। ସେହିପରି ପାଖାପାଖି 4୦ ପ୍ରତିଶତ କର୍ମଚାରୀ ପଦ ମଧ୍ୟ ଖାଲି ପଡ଼ିଛି, ଫଳରେ ପ୍ରାଣୀ ଚିକିତ୍ସକମାନଙ୍କୁ ଅଧିକ ଚାପଗ୍ରସ୍ତ କରିଛି । ଏଥିସହ ଓଡ଼ିଶାର ପ୍ରାଣୀ ଚିକିତ୍ସକମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ମାନଙ୍କ ସହ ସମାନ ପଦୋନ୍ନତି ସୁବିଧା ଏବଂ ଦରମା ପ୍ରଦାନ କରିବା ପାଇଁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ତାତିଲେ ପ୍ରାଣୀ ଚିକିତ୍ସକ, ବିଭିନ୍ନ ଦାବିରେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ

ପ୍ରାଣୀ ପାଳନ ବିଭାଗର ସମ୍ପୂର୍ଣ୍ଣ ରୂପାନ୍ତରଣ ସହିତ ଆବଶ୍ୟକ କ୍ୟାଡର ପୁନର୍ଗଠନ ପାଇଁ ସଂଘ ବାରମ୍ବାର ଦାବି କରି ଆସୁଛି। ହେଲେ ଏହି ସମସ୍ୟାର ସମାଧାନ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଉ ଥିଲେ ମଧ୍ୟ ଅଦ୍ୟାବଧି କୌଣସି ଅଦୃଶିଆ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ସେମାନଙ୍କର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସମସ୍ତେ ସାମୂହିକ ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଭଦ୍ରକ ଜିଲ୍ଲା ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଚନ୍ଦ୍ର ଶେଖର ରଥ ଏବଂ ପ୍ରାଣୀ ଚିକିତ୍ସା ସେବା ସଂଘର ପ୍ରତିନିଧି ଡାକ୍ତର ଲିଜାରାଣୀ ପାଢ଼ି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details