ଓଡିଶା

odisha

ଉଲିବୁରୁ ଖଣି ଦୁର୍ନୀତି ମାମଲା, ମାଲିକ ଦୀପକ ଗୁପ୍ତାଙ୍କ ବାସଭବନରେ ଇଡି ରେଡ୍

By ETV Bharat Odisha Team

Published : Mar 1, 2024, 9:52 PM IST

Uliburu Mining Corruption: ଉଲିବୁରୁ ଖଣି ଦୁର୍ନୀତି ମାମଲା । ମାଲିକ ଦୀପକ ଗୁପ୍ତାଙ୍କ ବାସଭବନରେ ଓ ଅଫିସ କାର୍ଯ୍ୟାଳୟରେ ଚଢାଉ କରିଛି ଇଡି । ପଢନ୍ତୁ ପୁରା ଖବର

ଉଲିବୁରୁ ଖଣି ଦୁର୍ନୀତି
ଉଲିବୁରୁ ଖଣି ଦୁର୍ନୀତି

କେନ୍ଦୁଝର: ଇଡି ସ୍କାନରରେ ଖଣି ମାଲିକ । ଉଲିବୁରୁ ଖଣି ମାଲିକ ଦୀପକ ଗୁପ୍ତାଙ୍କ ବାସଭବନରେ ଓ ଅଫିସ କାର୍ଯ୍ୟାଳୟରେ ଚଢାଉ କରିଛି ଇଡି ।କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରର ଖଣି ମାଲିକ ଦୀପକ ଗୁପ୍ତାଙ୍କ ହୋଟେଲ୍ ସମ୍ମୁଖରେ ଥିବା ବାସଭବନରେ ଛାନଭିନ କରିଛି ଇଡି। ଏହାସହ ସେଣ୍ଟମେରୀ ସ୍କୁଲ ପଛ ପଟେ ଥିବା ଅଫିସ କାର୍ଯ୍ୟାଳୟରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏକକାଳୀନ ରେଡ୍ କରାଯାଇଛି। ଖଣି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିବା ସୂଚନା ମିଳିଛି ।

ଏହାସହ ଖଣି ମାଲିକ ଦୀପକ ଗୁପ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବଡ଼ବିଲ ଉଲିବୁରୁ ଖଣିରେ ୧୮ ଶହ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ରେଡ୍ କରାଯାଇଥିବା ସୂଚନା ମିଳିଛି । ବଡ଼ବିଲ ସମେତ ରାଉରକେଲାରେ ଥିବା ଚାଟାର୍ଡ ଆକାଉଣ୍ଟାଣ୍ଟ ତଥା ବ୍ୟବସାୟୀ ଅଜୟ କଦମୱାଲାଙ୍କ ବାସଭବନ, ଅଫିସ କାର୍ଯ୍ୟାଳୟ ଓ ଗୋଦାମ ଆଦି ସ୍ଥାନରେ ଏକକାଳୀନ ରେଡ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଉଲିବୁରୁ ଖଣି ଦୁର୍ନୀତିର ଛାନଭିନ୍, ଭୁବନେଶ୍ୱର ଓ ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ED ରେଡ୍

ଖାଲି ସେତିକି ନୁହେଁ, କୋଲକତା, ଝାରସୁଗୁଡ଼ା, ରାଉରକେଲା ଓ ଭୁବନେଶ୍ୱରରେ ଖଣି ଲିଜ୍ ଧାରୀଙ୍କ ବାସ ଭବନରେ ମଧ୍ୟ ରେଡ ଚାଲୁ ରହିଥିବା ସୂଚନା ରହିଛି । ଏହି ରେଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ସହ CRPF ତଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ମଧ୍ୟ ସାମିଲ ରହିଛନ୍ତି । ସୂଚନା ଅନୁସାରେ, ଇଲିବୁରୁ ଖଣି ଦୁର୍ନୀତି ମାମଲାରେ ଭିଜିଲାନ୍ସ ବିଭାଗ ୨୦୧୩ ମସିହାରେ ଦୀପକ ଗୁପ୍ତାଙ୍କୁ ଗିରଫ କରିଥିଲା। ଏହାସହ ଖଣି ବିଭାଗର ଅଧିକାରୀଙ୍କୁ ମଧ୍ୟ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ। ଆଜି ଭୁବନେଶ୍ଵର ଓ ରାଉରକେଲାରେ ମଧ୍ୟ ତାଙ୍କ ବାସଭବନରେ ରେଡ ହେଉଥିବା ସୂଚନା ମିଳିଛି। ଚଢାଉରେ କେଉଁ କେଉଁ ତଥ୍ୟ ଇଡି ହାତରେ ଲାଗିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଓଡ଼ିଶା ଭିଜିଲାନ୍ସ ଏନେଇ ପୁର୍ବରୁ ମାମଲା ରୁଜୁ କରି ତଦନ୍ତ କରୁଥିଲା । ବେଆଇନ ଖଣି ଖନନ ନେଇ ହୋଇବା ମାମଲାରେ ନିର୍ଦ୍ଦିଷ୍ଟ ଜମି ଆଲୋକେସନ ଥିବା ବେଳେ ତାଠାରୁ ଅଧିକ ଅଞ୍ଚଳରେ ଆଣି ଖନନ ହୋଇଥିବା ଘଟଣା ଅଭିଯୋଗ ରହିଥିଲା । ଏହା ପଛରେ କିଛି ଖଣି ଅଧିକାରୀ ମଧ୍ୟ ସାମିଲ ଥିଲେ । ଏନେଇ ଭିଜିଲାନ୍ସ ମାମଲାକୁ ଆଧାର ସେତେବେଳେ ୨୯ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା । ଏପରିକି ଏହାର ଚାର୍ଜସିଟ୍ ମଧ୍ୟ କୋର୍ଟରେ ଦାଖଲ ହୋଇଥିଲା । ତେବେ ଏହି କେସକୁ ଆଧାରକରି କରି ED PMLA ଆକ୍ଟରେ ଚଢ଼ାଉ କରିଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details