ଓଡିଶା

odisha

ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ଏବଂ ଭବିଷ୍ୟତ ନିର୍ମାଣରେ ସହାୟକ ହେଉଛି କ୍ରୀଡାଙ୍ଗନ କ୍ଲବ - SPORTS CLUB

By ETV Bharat Odisha Team

Published : Apr 24, 2024, 7:30 AM IST

Sports club helps in personality development and future building of students: ଚଳିତ ବର୍ଷରୁ ଦଶମ ଶ୍ରେଣୀ ପାଇଁ ନୂଆ ପାଠ୍ୟକ୍ରମ । ସଫଳତାର ସହିତ କିପରି ନିଜ ଭବିଷ୍ୟତ ନିର୍ମାଣ କରିବେ ସେଥିପାଇଁ କ୍ରୀଡାଙ୍ଗନ କ୍ଲବର କାର୍ଯ୍ୟକୁ ଚଳିତବର୍ଷ ଅଧିକ ତ୍ୱରାନ୍ୱିତ କରାଯିବ । ଅଧିକ ପଢନ୍ତୁ

ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ଏବଂ ଭବିଷ୍ୟତ ନିର୍ମାଣରେ ସହାୟକ ହେଉଛି କ୍ରୀଡାଙ୍ଗନ କ୍ଲବ
ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ଏବଂ ଭବିଷ୍ୟତ ନିର୍ମାଣରେ ସହାୟକ ହେଉଛି କ୍ରୀଡାଙ୍ଗନ କ୍ଲବ

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ଏବଂ ଭବିଷ୍ୟତ ନିର୍ମାଣରେ ସହାୟକ କ୍ରୀଡାଙ୍ଗନ କ୍ଲବ । ଚଳିତବର୍ଷରୁ ଦଶମ ଶ୍ରେଣୀ ପାଇଁ ନୂଆ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଆତ୍ମପରିଚାଳନା, ଦୃଢତା, ନିଷ୍ପତ୍ତି ନେବା ଦକ୍ଷତା, ସୃଜନଶୀଳତା, ସହଯୋଗିତାକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି । ଅଲିମ୍ପିକ ମୂଲ୍ୟବୋଧ ଆଧାରିତ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

କ୍ରୀଡା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ଏବଂ କୌଶଳର ବିକାଶ ହେଉଛି । ଆଗମୀ ଦିନରେ ସେମାନଙ୍କ ମଧ୍ୟରେ ପରସ୍ପର ପାଇଁ ସହଯୋଗ ମନୋଭାବ, ଆତ୍ମ ପରିଚାଳନା, ନିଷ୍ପତି ନେବା, ଦୃଢତାର ସହିତ ମତ ପ୍ରକାଶ କରିବାର ଗୁଣ ସୃଷ୍ଟି ହେବ । ନିଜର ସାମର୍ଥ୍ୟ ଏବଂ ଦୃର୍ବଳତା ମଧ୍ୟ ସେମାନେ ଜାଣିପାରେବେ । ସଫଳତାର ସହିତ କିପରି ନିଜ ଭବିଷ୍ୟତ ନିର୍ମାଣ କରିବେ ସେଥିପାଇଁ କ୍ରୀଡାଙ୍ଗନ କ୍ଲବର କାର୍ଯ୍ୟକୁ ଚଳିତବର୍ଷ ଅଧିକ ତ୍ୱରାନ୍ୱିତ କରାଯିବ । ସେହି ଆଧାରରେ ଶିକ୍ଷକ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଛାତ୍ରଛାତ୍ରୀ ନୂତନ ଜୀବନ କୌଶଳ ଆଧାରରେ କିପରି ଶିକ୍ଷାଗ୍ରହଣ କରିବା ସହିତ ବୃତ୍ତିଗତ ଜୀବନରେ ସଫଳ ହେବେ ସେ ନେଇ ଯୋଜନା ପ୍ରସ୍ତୁତ କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।


ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ଗଠନରେ କିପରି କ୍ରୀଡାଙ୍ଗନ କ୍ଲବ ସହାୟକ ହୋଇପାରିବ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ ନେବାର କୌଶଳ ବିକଶିତ ହେବା ସହିତ ଆତ୍ମ ସଚେତନତା, ସମୟ ପରିଚାଳନା, ସମସ୍ୟା ସମାଧାନ ଗୁଣ ବୃଦ୍ଧି ପାଇବ ସେ ଦିଗରେ କ୍ରୀଡାଙ୍ଗନ ଶିକ୍ଷାର୍ଥୀ କ୍ଲବର ପରିକଳ୍ପନା କରାଯାଇଛି । ଏହି ଆଧାରରେ ଉଚ୍ଚ ବିଦ୍ୟାଳୟସ୍ତରରେ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ କ୍ରୀଡାଙ୍ଗନା କ୍ଲବର ଗଠନ କରାଯାଇ ଛାତ୍ରଛାତ୍ରୀଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ କରାଯାଉଛି । ଚଳିତ ବର୍ଷ ଏହି ଶିକ୍ଷାର୍ଥୀ କ୍ଲବ କିପରି ସୁଚାରୁରୂପେ କାର୍ଯ୍ୟ କରିବ ଏବଂ ନୂତନ ଜୀବନ କୌଶଳ ଆଧାରିତ ଶିକ୍ଷାକୁ ନେଇ ଆଗକୁ ବଢିବ ସେ ନେଇ ରୂପରେଖ ପ୍ରସ୍ତୁତ ହେଉଛି ।ଚଳିତ ବର୍ଷ ନୂଆ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ଦୃଢତାର ସହିତ ମତ ପ୍ରକାଶ କରିବା, ସୃଜନଶୀଳତାର ବିକାଶ, ସହଯୋଗିତା, ସ୍ୱପରିଚାଳନା ଏବଂ ନିଷ୍ପତ୍ତି ନେବା ଭଳି ଦକ୍ଷତା ଶିଖିବେ । ଯାହା ସେମାନଙ୍କୁ ଭବିଷ୍ୟତରେ ଯଥେଷ୍ଟ ସହାୟକ ହେବ ।


କ୍ରୀଡାଙ୍ଗନ କ୍ଲବ ମାଧ୍ୟମରେ ପ୍ରମୁଖ କ୍ରୀଡା ଯେପରିକି ହକି, ଭଲିବଲ, ଖୋ ଖୋ, ଫୁଟବଲ, କବାଡି ସହିତ ଅଲିମ୍ପିକ ମୂଲ୍ୟବୋଧ ଆଧାରିତ ଶିକ୍ଷାକୁ ଛାତ୍ରଛାତ୍ରୀଙ୍କ ନିକଟତର କରାଯାଇ ପାରିବ ସେ ଦିଗରେ ମଧ୍ୟ ବିଚାର ବିମର୍ଶ ଆରମ୍ଭ ହୋଇଛି । କ୍ରୀଡାଙ୍ଗନ ପାଇଁ ୨୧ଟି ସ୍ୱତନ୍ତ୍ର ଅଧିବେଶନ ଥିବା ବେଳେ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ରହିଛି । ଅଧିବେଶନ ପରେ ଛାତ୍ରଛାତ୍ରୀ ଯେପରି ପ୍ରକଳ୍ପ କାର୍ଯ୍ୟ ସାରିବେ ଏବଂ ଶିକ୍ଷା ବର୍ଷର ଶେଷରେ ଉପସ୍ଥାପନ କରିବେ ସେ ଦିଗରେ ଶିକ୍ଷକମାନେ ନଜର ଦେବେ । ଏଥିପାଇଁ ସ୍ୱତନ୍ତ୍ର ଭିଡିଓ ନିର୍ମାଣ କରାଯାଇଥିବା ବେଳେ ମୋ ସ୍କୁଲ ୟୁଟ୍ୟୁବ ଚ୍ୟାନେଲରେ ଉପଲବ୍ଧ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ମେ’ ୬ରୁ OJEE ପରୀକ୍ଷା, 27ରୁ ମିଳିବ ଆଡମିଟ କାର୍ଡ - OJEE Exam 2024


ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଆକାଂକ୍ଷୀ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ସକରାତ୍ମକ ଭାବନା ବୃଦ୍ଧି କରିବାରେ ସହାୟକ ହେଉଥିବା ବେଳେ, ଭବିଷ୍ୟତ ନିର୍ମାଣରେ ନୂତନ ମାର୍ଗଦର୍ଶନ କରୁଛି । ସର୍ବୋପରି ଶିକ୍ଷାର୍ଥୀ କ୍ଲବ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details