କଟକ: ସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ଏସସିବି ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଏସସିବିର ନ୍ୟୁ-ମେଡିସିନ ବିଭାଗର ଆଇସିୟୁରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ଡାକ୍ତରୀ ଟିମ୍ ତାଙ୍କୁ ଘରକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ପୂର୍ବରୁ କମଳା ପୂଜାରୀ କଟକ ମେଡିକାଲରୁ ଘରକୁ ଫେରିଥିବା ବେଳେ ଗତ ସୋମବାର ଦିନ ପୁନର୍ବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜୟପୁରରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।
ଏସସିବିରେ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଦ୍ବାରା ତାଙ୍କର ଚିକିତ୍ସା କରାଯାଇଥିବା ବେଳେ ସେ ବର୍ତ୍ତମାନ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଘରକୁ ପଠାଯାଇଛି । ଘରକୁ ଯିବାପରେ ଜୟପୁରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିବେ ବୋଲି ଜଣାପଡ଼ିଛି । ଯଦି ଆବଶ୍ୟକ ପଡେ, ତେବେ କଟକ ଅଣାଯିବ ବୋଲି ହିଛନ୍ତି ବରିଷ୍ଠ ଚିକିତ୍ସକ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା । ବୃକକଜନିତ ସମସ୍ୟା, ରକ୍ତ ହୀନତା, ପରିସ୍ରା, ବୃକକ ସଂକ୍ରମଣ ଯୋଗୁଁ ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ଗତ 12 ତାରିଖ ସକାଳେ ଏସସିବିରେ ଭର୍ତ୍ତି କରାଯାଇଥିଲା । ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିଲା ।
ଏହା ମଧ୍ୟ ପଢନ୍ତୁ ......ସୁଧୁରୁଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା, ଖୁବଶୀଘ୍ର ହେବେ ଡିସଚାର୍ଜ !