ଓଡିଶା

odisha

ବିଜେପିର ପ୍ରତିଷ୍ଠା ଦିବସ: ବ୍ରହ୍ମପୁରରେ ଗଣଦୌଡ, ଅରେଞ୍ଜ ସୁନାମୀ ଶୁଭାରମ୍ଭରେ ସାମିଲ ହେବାକୁ ପ୍ରଦୀପଙ୍କ ଆହ୍ବାନ - BJP Foundation Day

By ETV Bharat Odisha Team

Published : Apr 6, 2024, 8:36 AM IST

BJP Foundation Day: ଆଜି ଭାରତୀୟ ଜନତା ପାର୍ଟୀର ପ୍ରତିଷ୍ଠା ଦିବସରେ ବ୍ରହ୍ମପୁରରେ ବିଜେପି ପକ୍ଷରୁ ଏକ ଗଣଦୌଡ ପଦଯାତ୍ରା ଆୟୋଜନ କରାଯାଇଛି । ଅଧିକ ପଢ଼ନ୍ତୁ

ପ୍ରତିଷ୍ଠା ଦିବସରେ ବ୍ରହ୍ମପୁରରେ ବିଜେପିର ଗଣଦୌଡ ପଦଯାତ୍ରା
ପ୍ରତିଷ୍ଠା ଦିବସରେ ବ୍ରହ୍ମପୁରରେ ବିଜେପିର ଗଣଦୌଡ ପଦଯାତ୍ରା

ତିଷ୍ଠା ଦିବସରେ ବ୍ରହ୍ମପୁରରେ ବିଜେପିର ଗଣଦୌଡ ପଦଯାତ୍ରା

ବ୍ରହ୍ମପୁର:ଆଜି(ଏପ୍ରିଲ 6) ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ । ଏହି ପରିପ୍ରେକ୍ଷୀରେ ଆଜି (ଶନିବାର) ବ୍ରହ୍ମପୁରରେ ବିଜେପି ପକ୍ଷରୁ ଗଣଦୌଡ ପଦଯାତ୍ରାର ଆୟୋଜନ କରାଯାଇଛି । ବିଜେପିର ପ୍ରତିଷ୍ଠା ଦିବସରେ ଅରେଞ୍ଜ ସୁନାମୀର ଶୁଭାରମ୍ଭରେ ସମସ୍ତେ ସାମିଲ ହେବା ପାଇଁ ଅନୁରୋଧ କଲେ ବ୍ରହ୍ମପୁର ଲୋକସଭା ଆସନ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ।

୧୯୮୦ ମସିହା ଅପ୍ରେଲ ୬ ତାରିଖରେ ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା ହୋଇଥିଲା । ଅର୍ଥାତ ଆଜି ହେଉଛି ବିଜେପିର ପ୍ରତିଷ୍ଠା ଦିବସ । ଏହି ଅବସରେ ବ୍ରହ୍ମପୁରରେ ବିଜେପି ପକ୍ଷରୁ ଆୟୋଜିତ କରାଯାଇଛି ଏକ ଗଣଦୌଡ ପଦଯାତ୍ରା । ଏନେଇ ବ୍ରହ୍ମପୁର ଲୋକସଭା ଆସନ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, "ବ୍ରହ୍ମପୁରରୁ ଅରେଞ୍ଜ ସୁନାମୀର ଶୁଭାରମ୍ଭ ହେବ । ସାରା ରାଜ୍ୟ ତଥା ଦେଶ ଦେଖିବ ଜନତା କିଭଳି ଦେଶର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ସମର୍ଥନ କରୁଛନ୍ତି । ବ୍ରହ୍ମପୁର ସହରରୁ ଏନେଇ ଏକ ବାର୍ତ୍ତା ଯିବ । ଭାରତୀୟ ଜନତା ପାର୍ଟୀର ପ୍ରତିଷ୍ଠା ଦିବସରେ ବ୍ରହ୍ମପୁର ସହରରେ ବିଜେପି ପକ୍ଷରୁ ଏକ ଗଣଦୌଡ ପଦଯାତ୍ରା ଆୟୋଜନ କରାଯାଇଛି । ଏହାରି ମାଧ୍ୟମରେ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ବ୍ୟକ୍ତିବିଶେଷ ଏବଂ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀର ସାଧାରଣ ଜନତା ସାମିଲ ହେବେ ।"

ଏହା ମଧ୍ୟ ପଢ଼ନ୍ତୁ...ଟିକେଟ ଘୋଷଣା ପରେ ବ୍ରହ୍ମପୁରରେ ବିଜେପିର ପ୍ରଚାର ଆରମ୍ଭ, ସାମିଲ ହେଲେ ପ୍ରଦୀପ - BJP Campaign In Berhampur

ଏହା ମଧ୍ୟ ପଢ଼ନ୍ତୁ...ପ୍ରାର୍ଥୀ ଘୋଷଣା ପରେ ପାରଳାଖେମୁଣ୍ଡିରେ ପ୍ରଦୀପ ପାଣିଗ୍ରାହୀ, କହିଲେ ବାହୁବଳକୁ ବ୍ୟବହାର କଲେ କିଛି ଫରକ ପଡିବନି - PRADEEP PARALAKHEMUNDI Visit

ପ୍ରଦୀପ ଏହା ମଧ୍ୟ କହିଛନ୍ତି, "ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ସହରର ଖଲ୍ଲିକୋଟ କଲେଜ ନିକଟରୁ ସକାଳ ୭ଟା ସମୟରେ ଏକ ପଦଯାତ୍ରା ବାହାରିବ । ପ୍ରାୟ ଦୁଇ କିଲୋମିଟର ପଦଯାତ୍ରା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣ କରିବା ସହିତ ଓଡିଶାକୁ ସୁଦୃଢ ଏବଂ ଶ୍ରେଷ୍ଠ ଓଡିଶା କରିବା ପାଇଁ ଏହି ପଦଯାତ୍ରା କରାଯାଇଛି । ଅରେଞ୍ଜ ସୁନାମୀ ବ୍ରହ୍ମପୁରରୁ ଆରମ୍ଭ ହେବ । ସମସ୍ତଙ୍କୁ ଏହି ବାର୍ତ୍ତା ଦେବା ପାଇଁ ମୁଁ ସମସ୍ତ ଗଞ୍ଜାମବାସୀ ଓ ବ୍ରହ୍ମପୁରବାସୀଙ୍କୁ ଅନୁରୋଧ କରୁଛି ଯେ, ସକାଳ 7ଟାରୁ 2 ଘଣ୍ଟା ସମୟ ଦେଇ ପଦଯାତ୍ରାରେ ସାମିଲ ହୁଅନ୍ତୁ ।"

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details