ETV Bharat / politics

ଟିକେଟ ଘୋଷଣା ପରେ ବ୍ରହ୍ମପୁରରେ ବିଜେପିର ପ୍ରଚାର ଆରମ୍ଭ, ସାମିଲ ହେଲେ ପ୍ରଦୀପ - BJP Campaign in Berhampur

author img

By ETV Bharat Odisha Team

Published : Apr 4, 2024, 10:46 PM IST

BJP Campaign in Berhampur: ବ୍ରହ୍ମପୁରରେ ଆରମ୍ଭ ହେଲା ବିଜେପିର ନିର୍ବାଚନୀ ପ୍ରଚାର । ସାମିଲ ହେଲେ ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ବିଧାନସଭା ପ୍ରାର୍ଥୀ ଅନିଲ କୁମାର । ଅଧିକ ପଢନ୍ତୁ

BJP Campaign in Berhampur
BJP Campaign in Berhampur

ଟିକେଟ ଘୋଷଣା ପରେ ବ୍ରହ୍ମପୁରରେ ବିଜେପିର ପ୍ରଚାର ଆରମ୍ଭ, ସାମିଲ ହେଲେ ପ୍ରଦୀପ

ବ୍ରହ୍ମପୁର: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ରଣନୀତି ଆରମ୍ଭ କରି ଦେଇଛନ୍ତି । ଏଭଳି ସମୟରେ ବ୍ରହ୍ମପୁର ସହରରେ ଦଳର ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଟିକେଟ ଘୋଷଣା ପରେ ଆରମ୍ଭ ହୋଇଯାଇଛି ଦଳର ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ । ବ୍ରହ୍ମପୁରରେ ଆଜି (ଗୁରୁବାର) ବିଜେପି ତାର ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ ଓ କେ ଅନିଲ କୁମାର ।

ଏହା ବି ପଢନ୍ତୁ- ପ୍ରାର୍ଥୀ ଘୋଷଣା ପରେ ପାରଳାଖେମୁଣ୍ଡିରେ ପ୍ରଦୀପ ପାଣିଗ୍ରାହୀ, କହିଲେ ବାହୁବଳକୁ ବ୍ୟବହାର କଲେ କିଛି ଫରକ ପଡିବନି

ସହରର ଗୋଷାଣିନୂଆଗାଁ ଅଞ୍ଚଳରେ ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ. ଅନିଲ କୁମାରଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ଦଳର ନିର୍ବାଚନୀ ପ୍ରଚାର କରିଛନ୍ତି । ଏହା ସହିତ ଉଭୟ ଲୋକସଭା ଏବଂ ବିଧାନସଭାରେ ଦଳର ଡବଲ ଇଞ୍ଜିନ ସରକାର ବିଜୟୀ କରିବାକୁ ଆହ୍ବାନ କରିଥିଲେ । ଦଳର ଗୋଷାଣିନୂଆଗାଁର ମଣ୍ଡଳ ସଭାପତିଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଗାମୀ ୪୦ ଦିନର ନିର୍ବାଚନୀ ଯାତ୍ରାରେ ରାଜ୍ୟରେ ଏକ ନୂତନ ସରକାର ଗଠନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନ୍ନା ନିମନ୍ତେ ଅନୁରୋଧ କରିଥିଲେ ଦଳର ଲୋକସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ ।

ଏହା ବି ପଢନ୍ତୁ- ଲୋକସଭା ନିର୍ବାଚନରେ ପ୍ରଦୀପ ଓ ଭର୍ତ୍ତୃହରିଙ୍କ ପରି ନେତା ବିଜେଡି ପାଇଁ କ୍ଷତିକାରକ ହେବେ: ଅକ୍ଷୟ ସାହୁ

ସେପଟେ ସାଧାରଣ ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା ବେଳେ ବ୍ରହ୍ମପୁର ସହରରେ ଉଭୟ ଲୋକସଭା ସହିତ ବିଧାନସଭା ପ୍ରାର୍ଥୀ ଦଳୀୟ ମୁର୍ଦ୍ଧା ନେଇ ଲୋକଙ୍କ ନିକଟରେ ପହଞ୍ଚି ଲୋକଙ୍କୁ ଭୋଟ ମାଗିବା ପାଇଁ ପ୍ରଚାର କରାଯିବ ବୋଲି କହିଛନ୍ତି ପ୍ରଦୀପ । ସେପଟେ ବ୍ରହ୍ମପୁର ସହର ବାସିନ୍ଦାଙ୍କ ରହିଥିବା ମୌଳିକ ସମସ୍ୟାର ସମାଧାନ ପାଇଁ ଲଢେଇ କରିବା ସହିତ ସହରରେ ଯେପରି ଶାନ୍ତି ପ୍ରତିଷ୍ଠା ହୋଇ ରହିବ ତାହା ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ଦଳର ବିଧାୟକ ଭାବରେ ଟିକେଟ ପାଇ ପ୍ରତିଦ୍ବନ୍ଦ୍ବିତା କରୁଥିବା କେ.ଅନିଲ କୁମାର । ଗତ ଫେବୃଆରୀରେ ପ୍ରଦୀପ ପାଣିଗ୍ରାହୀ ପଦ୍ମ ଧରିଥିଲେ । ଏହାପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପ୍ରବଳ ବର୍ଷିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.