ଓଡିଶା

odisha

ଆସନ୍ତା ସୋମବାର ପର୍ଯ୍ୟନ୍ତ ବାଲି ଉଠାଣ ଉପରେ ରୋକ ଲଗାଇଲେ ହାଇକୋର୍ଟ

By ETV Bharat Odisha Team

Published : Feb 1, 2024, 9:07 PM IST

Odisha High Court Issues Stay Order on Sand Mining : ବେଆଇନ ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଲେ ହାଇକୋର୍ଟ । କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ନିୟମ ମୁତାବକ କାର୍ଯ୍ୟ ହେଉନଥିବା ସମ୍ପର୍କରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ବାଲି ଉଠାଣ ଉପରେ ରୋକ ଲଗାଇଛନ୍ତି କୋର୍ଟ । ଅଧିକ ପଢନ୍ତୁ

ଆସନ୍ତା ସୋମବାର ଦିନ ପର୍ଯ୍ୟନ୍ତ ବାଲି ଉଠାଣ ଉପରେ ରୋକ ଲଗାଇଲେ ହାଇକୋର୍ଟ
ଆସନ୍ତା ସୋମବାର ଦିନ ପର୍ଯ୍ୟନ୍ତ ବାଲି ଉଠାଣ ଉପରେ ରୋକ ଲଗାଇଲେ ହାଇକୋର୍ଟ

ଆସନ୍ତା ସୋମବାର ଦିନ ପର୍ଯ୍ୟନ୍ତ ବାଲି ଉଠାଣ ଉପରେ ରୋକ ଲଗାଇଲେ ହାଇକୋର୍ଟ

କଟକ : ବେଆଇନ ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଲେ ହାଇକୋର୍ଟ । ଆସନ୍ତା ସୋମବାର ପର୍ଯ୍ୟନ୍ତ ବାଲି ଉଠାଣ ଉପରେ ରୋକ ଲଗାଇଛନ୍ତି କୋର୍ଟ । ବାଲିଘାଟରୁ କେମିତି ବାଲି ଉଠିବ, ଏଥିପାଇଁ କଣ ନିର୍ଦ୍ଧିଷ୍ଟ ନୀତି ନିର୍ଧାରଣ ହୋଇଛି, ତାହା ଜାଣିବାକୁ ଚାହିଁଛନ୍ତି ହାଇକୋର୍ଟ । 2016 ମସିହାରେ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ନିୟମ ମୁତାବକ କାର୍ଯ୍ୟ ହେଉନଥିବା ସମ୍ପର୍କରେ ଆଜି ଆବେଦନକାରୀ କୋର୍ଟଙ୍କୁ ଅବଗତ କରାଇଛନ୍ତି । ସେହିପରି କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଜାରି କରିଥିବା ଗାଇଡଲାଇନକୁ ଆଧାର କରି ରାଜ୍ୟରେ ବାଲି ଉଠାଣ ହେଉନଥିବାକୁ ନେଇ ଆବେଦନକାରୀ ଆପତ୍ତି ଉଠାଇଛନ୍ତି । ଯାହା ଉପରେ ଆସନ୍ତା ସୋମବାର ଦିନ ରାଜ୍ୟ ସରକାରଙ୍କ ତରଫରୁ ପକ୍ଷ ରଖିବେ ଆଡ଼ଭୋକେଟ ଜେନେରାଲ ।

ତେବେ କେନ୍ଦ୍ରୀୟ ନିୟମ ଆଧାରରେ ରାଜ୍ୟ ସରକାର କଣ କରିବାକୁ ନିଷ୍ପତ୍ତି ନେଉଛନ୍ତି ବା ନିଷ୍ପତ୍ତି ନେବାକୁ ଯାଉଛନ୍ତି ସେ ବାବଦୀୟ ତଥ୍ୟ ରଖିବାକୁ ଆଜି ଆଡ଼ଭୋକେଟ ଜେନେରାଲଙ୍କୁ ନିର୍ଦେଶ ହୋଇଛି । ତେବେ ବାଲି ଉଠାଣକୁ ନେଇ ଜାରି ହୋଇଥିବା ରହିତାଦେଶ ବଳବତ୍ତର ରହିଛି । ଗତ ଡିସେମ୍ବର ମାସ 21 ତାରିଖରେ ରାଜ୍ୟ ଖଣି ବିଭାଗ ତରଫରୁ ଏକ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଯାହା ବଳରେ ପୁଣି ଥରେ ବାଲି ଚାଲାଣ ଆରମ୍ଭ ହୋଇଥିଲା । ତେବେ ମାମଲା ବିଚରାଧୀନ ଥିବାବେଳେ, ବିନା ପରାମର୍ଶରେ ଖଣି ବିଭାଗ କେମିତି ଏଭଳି ଏକ ବିଜ୍ଞପ୍ତି ପ୍ରକାଶ କଲା ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ । ଆବଶ୍ୟକତା ଅନୁଯାୟୀ ବାଲି ଉଠାଣ ପାଇଁ ଅନୁମତି ଦେଇଥିଲା ଖଣି ଓ ଇସ୍ପାତ ବିଭାଗ । ଯାହା ଉପରେ ଶୁଣାଣି କରି ଗତ ଜାନୁୟାରୀ ୧୦ ତାରିଖ ଦିନ ବାଲି ଉଠାଣ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ ।

ଖଣି ବିଭାଗ ବିଜ୍ଞପ୍ତି ଉପରେ ଅନ୍ତରୀଣ ସ୍ଥଗିତାଦେଶ ମଧ୍ୟ ଜାରୀ କରିଛନ୍ତି ହାଇକୋର୍ଟ । ଗତ 21 ଡିସେମ୍ବର ରେ ଖଣି ବିଭାଗ ପକ୍ଷରୁ ଜାରୀ ହୋଇଥିବା ବିଜ୍ଞପ୍ତି ଉପରେ କୋର୍ଟ ଅଙ୍କୁଶ ଲଗାଇଛନ୍ତି । କଟକ ଜିଲ୍ଲାରେ ବେଆଇନ ବାଲି ଉଠାଣ ଏବଂ ଚାଲାଣ ମାମଲା ର ହାଇକୋର୍ଟରେ ଗତ ଶୁଣାଣି ସମୟରେ ସତ୍ୟପାଠ ଦାଖଲ କରାଯାଇଥିଲା । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା । ଜିଲ୍ଲାରେ ମୋଟ 14 ଟି ବାଲି ଖାଦାନର ଅନୁମତିକୁ ସାମୟିକ ଭାବେ ପ୍ରତ୍ୟାହାର ହୋଇଥିବା ନେଇ ସତ୍ୟପାଠରେ କୋର୍ଟଙ୍କୁ ଦର୍ଶାଯାଇଥିଲା । ଆଗକୁ ସମସ୍ତ ବେଆଇନ ଖାଦାନ ଉପରେ ପଦକ୍ଷେପ ଗ୍ରହଣ କରାଯିବ । ଲିଜ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା । କେବଳ ସେତିକି ନୁହେଁ,ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଥିବା କୋର୍ଟଙ୍କୁ ଅବଗତ କରାଯାଇଥିଲା ।

ଏହା ବି ପଢନ୍ତୁ.....ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକର ବିଭିନ୍ନ ବାଲିଘାଟରୁ ବାଲି ଉତ୍ତୋଳନ ମାମଲାରେ ପୂର୍ବତନ କଟକ ଜିଲ୍ଲାପାଳଙ୍କୁ ପୂର୍ବରୁ କଡା ଭର୍ସନା କରିଛନ୍ତି ଓଡିଶା ହାଇକୋର୍ଟ । ବେଆଇନ ବାଲି ଉଠାଣକୁ ନେଇ ରୁଜୁ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ପୂର୍ବତନ କଟକ ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚୟନୀଙ୍କ ଉପରେ ହାଇକୋର୍ଟ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ବେଆଇନ୍ ବାଲି ଉତ୍ତୋଳନକାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ କେତେ ଜରିମାନା ଆଦାୟ କରାଯାଇଛି ସେନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା । ପ୍ରଶାନ୍ତ ଜେନା ନାମକ ଜଣେ ବ୍ୟକ୍ତି ଏହି ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ଆବେଦନକାରୀ ଆବେଦନରେ ଦର୍ଶାଇଥିଲେ ଯେ କାଠଯୋଡ଼ିରୁ ବେଆଇନ ବାଲି ଉଠାଯାଉଛି ।

ଏପରିକି ବେଆଇନ ବାଲି ଉଠାଯିବା ଦ୍ବାରା ରାସ୍ତାରେ ପଡି ରାସ୍ତା ଖରାପ ହେଉଛି । ଯେଉଁ କାରଣରୁ ଅନେକ ଲୋକ ଦୁର୍ଘଟଣା ର ଶିକାର ହେଉଛନ୍ତି । ତେବେ ଏନେଇ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏସମ୍ପର୍କ ରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ । ପୂର୍ବତନ ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନୀ ଏନେଇ ଗତ ଜୁଲାଇ ୧୯ ତାରିଖରେ କୋର୍ଟ ରେ ସତ୍ୟପାଠ ଦାଖଲ କରିଥିଲେ । ଦାଖଲ ପିଆଇଏଲ ଉପରେ କଟକ ଜିଲ୍ଲା ପ୍ରଶାସନ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଆବେଦନକାରୀ କୋର୍ଟଙ୍କୁ ଅବଗତ କରିଥିଲେ । ତେବେ ଜିଲ୍ଲା ପ୍ରଶାସନର ମିଥ୍ୟା ସତ୍ୟପାଠ ଉପରେ ହାଇକୋର୍ଟ ଖପ୍ପା ହୋଇଥିଲେ । ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ବିରୋଧରେ କାହିଁକି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ମାମଲାର ଶୁଣାଣି ସମୟରେ କୋର୍ଟ କହିଥିଲେ । ଜଣେ ଜିଲ୍ଲାର ମୁଖ୍ୟ ଏପରି ମିଥ୍ୟା ସତ୍ୟପାଠ ଦାଖଲ କରିବାକୁ କୋର୍ଟ କଡା ଭାଷାରେ ସମାଲୋଚନା ମଧ୍ୟ କରିଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details