ଓଡିଶା

odisha

ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ଯୋଗୁଁ ଗୋପାଳପୁରରେ ବଢୁଛି ଜନସମର୍ଥନ: ବିକ୍ରମ - gopalpur assembly constituency

By ETV Bharat Odisha Team

Published : Apr 26, 2024, 9:20 PM IST

GOPALPUR ASSEMBLY CONSTITUENCY: ଗୋପାଳପୁରରେ ବିକ୍ରମଙ୍କ ଶକ୍ତି ପ୍ରଦର୍ଶନ । ନିଜର ହଜାର ହଜାର କର୍ମୀଙ୍କୁ ନେଇ କଲେ ବିରାଟ ଶୋଭାଯାତ୍ରା । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ଯୋଗୁଁ ଗୋପାଳପୁରରେ ଜମୁଛି ଜନସମର୍ଥନ: ବିକ୍ରମ
ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ଯୋଗୁଁ ଗୋପାଳପୁରରେ ଜମୁଛି ଜନସମର୍ଥନ: ବିକ୍ରମ

ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ଯୋଗୁଁ ଗୋପାଳପୁରରେ ଜମୁଛି ଜନସମର୍ଥନ: ବିକ୍ରମ

ବ୍ରହ୍ମପୁର:ଗୋପାଳପୁରରେ ବିକ୍ରମଙ୍କ ଜୋରଦାର ପ୍ରଚାର । ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟକ୍ରମ ଠାରୁ ରୂପାନ୍ତିକରଣ କାର୍ଯ୍ୟ ପାଇଁ ଦିନକୁ ଦିନ ଗୋପାଳପୁରରେ ବିଜେଡି ପ୍ରତି ଜନସମର୍ଥନ ବୃଦ୍ଧି ପାଉଥିବା ଚର୍ଚ୍ଚା ହେଉଛି । ରାଜ୍ୟର ଗୋପାଳପୁର ନିର୍ବାଚନମଣ୍ଡଳୀର ରାଜନୀତି ଏବେ ଚର୍ଚ୍ଚାରେ ରହିଥିବା ବେଳେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବିକ୍ରମ କୁମାର ପଣ୍ଡାଙ୍କ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ଏପରିକି ଦୀର୍ଘ ବର୍ଷ ଧରି ଗୋପାଳପୁର ସହିତ ତାଙ୍କ ସମ୍ପର୍କ ରହିଛି । ବର୍ତ୍ତମାନର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ବିତା କରିବାକୁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଥିବା କହିଛନ୍ତି ବିକ୍ରମ ।

ଗୋପାଳପୁର ଗୋଳାବନ୍ଧ ଠାରେ ରହିଥିବା ପ୍ରସିଦ୍ଧ ଧବଳେଶ୍ୱର ମହାଦେବ ମନ୍ଦିରରୁ ଆଶୀର୍ବାଦ କାମନା କରି ଏକ ଶୋଭାଯାତ୍ରାରେ ବାହାରିଥିଲେ ବିକ୍ରମ ।ଏଥିରେ ହଜାର ହଜାର ସମର୍ଥକ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଯେଉଁଥିରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁବକ୍ସି ପାତ୍ର, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁରର ମେୟର ସଂଘମିତ୍ରା ଦଳେଇ, ନିଗମ ଡେପୁଟି ମେୟର ଇ.ବିବେକ ରେଡି, ବ୍ଲକ୍ ଅଧ୍ୟକ୍ଷା ସି.ଏଚ୍. ଉଷାରାଣୀ, ଉପାଧ୍ୟକ୍ଷା ଅନିତା ମହାଙ୍କୁଡ ସାମିଲ ହୋଇଥିଲେ ।

ଏହି ଶୋଭାଯାତ୍ରାଟି ଗୋଳାବନ୍ଧରୁ ବାହାରି କାମଳାପୁର, କରାପାଲ୍ଲୀ, ପଥରା, ଡୁରା, ଖୋଡାସିଂ, ଇଞ୍ଜିନିୟରିଂ ସ୍କୁଲ ଛକ, ଲାଞ୍ଜିପଲ୍ଲୀରେ ପହଞ୍ଚିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ତୁମ୍ବନାଥ ପଣ୍ଡା ,ଅର୍ବାନ ବ୍ୟାଙ୍କ ସଭାପତି ଆର୍.ମୂରଲୀ ମୋହନ, ଜୋନ୍ ଛାତ୍ର ସଭାପତି ଜ୍ୟୋତି ରଞ୍ଜନ ସାହୁ, ନଗର ଯୁବ ସଭାପତି ଅଜିତ୍ ପଣ୍ଡା, ନଗର ଛାତ୍ର ସଭାପତି ଶୋଭନ ନାୟକ, ଯୁବନେତା ସୁଭାଶିଷ ସାହୁ, ଏ.ସନ୍ତୋଷ ପାତ୍ର ,ଗୋପାଳପୁର ଏନ୍ ଏସି ଅଧ୍ୟକ୍ଷ ଏ.ଜାନକୀ ରାମ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ .....ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ପ୍ରଦୀପ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କୁ କଲେ କଟାକ୍ଷ - LOK SABHA ELECTION 2024

ସେପଟେ ଦିନକୁ ଦିନ ଗୋପାଳପୁରରେ ବିଜେଡିର ଜୋର ହେଉଥିବା ଦେଖିବାକୁ ମିଳିଛି । ଏଥର ତିନି ପ୍ରମୁଖ ଦଳ ମଧ୍ୟରେ କଡ଼ା ଟକ୍କର ହେବା ନେଇ ଚର୍ଚ୍ଚା ହେଉଛି । ବ୍ରହ୍ମପୁରର ସାସଂଦ ଚନ୍ଦ୍ରଶେଖର ସାହୁ କହିଛନ୍ତି ଯେ, ଲୋକଙ୍କ ଜନସମର୍ଥନ ଦେଖିଲେ ବିଜୁ ଜନତା ଦଳ ଉଭୟ ଲୋକସଭା ଓ ବିଧାନସଭା ସର୍ବାଧିକ ସର୍ବାଧିକ ଆସନ୍ନ ଆସିବ । ଗୋପାଳପୁରରେ ଏକତରଫା ନିର୍ବାଚନ । ଗୋପାଳପୁରରେ ନିନ୍ଦୁକମାନେ ବିଭିନ୍ନ କଥା ଯାହା କହୁଛନ୍ତି । ଭୋଟ ଗଣତି ସମୟରେ ଉପଯୁକ୍ତ ଜବାବ ମିଳିବ । ପ୍ରକାଶ ଯୋଗ୍ୟ, ବ୍ରହ୍ମପୁର ଲୋକସଭା ନିର୍ବାଚନ ଆସନ୍ତା ମେ-13 ତାରିଖରେ ହେବ ।


ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details