ଓଡିଶା

odisha

ମାଓଗଡ଼ରେ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା: ପୋଲିସ ଇନଫର୍ମର ସନ୍ଦେହ ନା ପୂର୍ବଶତୃତା ? ଜଣାପଡୁନି କାରଣ

By ETV Bharat Odisha Team

Published : Mar 9, 2024, 12:17 PM IST

Updated : Mar 9, 2024, 6:04 PM IST

Couple in Kandhamal: ଫୁଲବାଣୀରେ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା । ଗୋଛାପଡା ଥାନା ଅନ୍ତର୍ଗତ ସଲାଗୁଡା ପଞ୍ଚାୟତର ବିଗାପଦର ଗାଁରେ ପୋଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କରାଯାଇଛି ନା ହତ୍ୟାକାଣ୍ଡ ପଛରେ ପୂର୍ବ ଶତୃତା ରହିଛି ତାହା ଅସ୍ପଷ୍ଟ । ଅଧିକ ପଢନ୍ତୁ

ମାଓବାଦୀଙ୍କ ବର୍ବରକାଣ୍ଡ
ମାଓବାଦୀଙ୍କ ବର୍ବରକାଣ୍ଡ

ମାଓବାଦୀଙ୍କ ବର୍ବରକାଣ୍ଡ

ଫୁଲବାଣୀ:ପଡ଼ୋଶୀ ଛତିଶଗଡ଼ ପରେ ଏବେ ଓଡ଼ିଶାରେ ଲାଲବାହିନୀ ଆତଙ୍କ । ଫୁଲବାଣୀରେ ମାତିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଫୁଲବାଣୀର ଗୋଛାପଡା ଥାନା ଅନ୍ତର୍ଗତ ସଲାଗୁଡା ପଞ୍ଚାୟତର ବିଗାପଦର ଗାଁ ନିକଟ ଜଙ୍ଗଲ ମଧ୍ୟରେ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ତେବେ ମୃତକ ୨ ଜଣ ସ୍ୱାମୀ ଦାହିରା କହଁର ଓ ସ୍ତ୍ରୀ ବତାସି କହଁର ବୋଲି ଜଣାପଡିଛି । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ହତ୍ୟାକାଣ୍ଡ ପରେ ଅଞ୍ଚଳବାସୀ ଭୟଭୀତ ଅଛନ୍ତି ।

ଅନ୍ୟପଟେ ଘଟଣା ବିଷୟରେ ଖବର ପାଇ ଫୁଲବାଣୀ ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କ ସହ ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଓ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ୍ୟରେ ମୃତଦେହକୁ ଜବତ କଲାପରେ ଥାନାକୁ ଆଣି ତଦନ୍ତ ଜାରିରଖିଛନ୍ତି । ଅନ୍ୟପଟେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । କିଛି ଲୋକ ଏହି ଘଟଣାକୁ ଲାଲବାହିନୀଙ୍କ କାଣ୍ଡ କହୁଥିବାବେଳେ ଆଉ କିଛି ଲୋକ ପୂର୍ବଶତ୍ରୁତାରୁ ଏଭଳି ବୀଭତ୍ସ ହତ୍ୟା ହୋଇଥାଇପାରେ ବୋଲି ମତ ଦେଇଛନ୍ତି। "ହତ୍ୟା ପଛରେ ମାଓବାଦୀଙ୍କ ସମ୍ପୃକ୍ତି ନଥାଇ ପରେ ତଦନ୍ତ ଚାଲିଛି ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ" ବୋଲି କହିଛନ୍ତି କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ।

ଏହା ମଧ୍ୟ ପଢନ୍ତୁ- ବିବାହ ଉତ୍ସବକୁ ଯାଉଥିଲେ ବିଜେପି ନେତା, ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ନକ୍ସଲ

ଏହା ମଧ୍ୟ ପଢନ୍ତୁ- ଆନ୍ଧ୍ର ଓ ଛତିଶଗଡ଼ ମୁହାଁ ମାଓବାଦୀ, ନିର୍ବାଚନ ପୂର୍ବରୁ BSFର ନୂଆ COB

ଅନ୍ୟପଟେ ନିର୍ବାଚନ ପୂର୍ବରୁ ନକ୍ସଲ ଅପରେସନ ଜୋରଦାର କରାଯାଉଛି । BSF, SOG, CRPF ଏବଂ ଓଡ଼ିଶା ପୋଲିସ ମିଳିତ ଭାବେ ଅପରେସନ ଜୋରଦାର କରିଛନ୍ତି । ଏବେ ଅଧିକାଂଶ ମାଓବାଦୀ ଛତ୍ରଭଙ୍ଗ ଦେଇ ଆନ୍ଧ୍ର ଓ ଛତିଶଗଡ଼ ମୁହାଁ ହୋଇଛନ୍ତି । କାରଣ ଜାନୁଆରୀରୁ ଏଯାବତ୍ ୬ ଥର ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହେଲାଣି । ଏହାଦ୍ବାରା ମାଓବାଦୀ ନିହତ ହେଉଛନ୍ତି । ପୋଲିସ ଓ ଯବାନମାନେ ଅନେକ ସମୟରେ ଆହତ ବା ଶହୀଦ ହେଉଛନ୍ତି । ନିକଟରେ କେକେବିଏନର କମାଣ୍ଡର ଦସ୍ରୁ ମଧ୍ୟ ନିହତ ହୋଇଥିଲା । ମାଓବାଦୀ ଧିରେ ଧିରେ ପଡୋଶୀ ରାଜ୍ୟ ମୁହାଁ ହେଉଛନ୍ତି । ତେଣୁ ନିର୍ବାଚନ ପରିଚାଳନା ଶାନ୍ତି ଶୃଙ୍ଖଳା ସହ କରିବାକୁ ପ୍ରସ୍ତୁତି ଜୋରଦାର ହୋଇଛି । ମାଓ‌ ପ୍ରଭାବିତ ଜିଲ୍ଲାରେ ମାଓ ଦମନ କରାଯିବ ଏବଂ ଦୁର୍ଗମ ଅଞ୍ଚଳରେ ବିଏସଏଫ ପହଞ୍ଚିବ ବୋଲି ସୂଚନା ମିଳିଛି । ଏଭଳି ସ୍ଥିତିରେ ପୋଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ମାଓବାଦୀ ହତ୍ୟା କରିବା ସୁରକ୍ଷା ବଳ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଇଟିଭି ଭାରତ, କନ୍ଧମାଳ

Last Updated : Mar 9, 2024, 6:04 PM IST

ABOUT THE AUTHOR

...view details