ଓଡିଶା

odisha

ବାଲେଶ୍ୱରରେ ସାଂସଦ ଖେଳ ମହାକୁମ୍ଭ ଆରମ୍ଭ, ଖେଳ ପଡ଼ିଆ ସଙ୍କୁଚିତ ହେବାନେଇ ସାଂସଦଙ୍କ ଅସନ୍ତୋଷ

By ETV Bharat Odisha Team

Published : Feb 21, 2024, 9:49 AM IST

MP Khel Mahakumbh: ବାଲେଶ୍ବର ପରମିଟ ପଡ଼ିଆରେ ସାଂସଦ ଖେଳ ମହାକୁମ୍ଭର ଶୁଭାରମ୍ଭ ହୋଇଛି । ୧୦ ଦିନ ବ୍ୟାପୀ ଏହି ଖେଳ କାର୍ଯ୍ୟକ୍ରମରେ ସଂସଦୀୟ କ୍ଷେତ୍ରର ସମସ୍ତ ବ୍ଲକମାନଙ୍କରେ ମୋଟ ୨୫ ହଜାରରୁ ଊର୍ଦ୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଅଧିକ ପଢନ୍ତୁ

ବାଲେଶ୍ବରରେ ସାଂସଦ ଖେଳ ମହାକୁମ୍ଭ ଆରମ୍ଭ, ଖେଳପଡ଼ିଆ ସଙ୍କୁଚିତ ହେବା ନେଇ ସାଂସଦଙ୍କ ଅସନ୍ତୋଷ
ବାଲେଶ୍ବରରେ ସାଂସଦ ଖେଳ ମହାକୁମ୍ଭ ଆରମ୍ଭ, ଖେଳପଡ଼ିଆ ସଙ୍କୁଚିତ ହେବା ନେଇ ସାଂସଦଙ୍କ ଅସନ୍ତୋଷ

ବାଲେଶ୍ବରରେ ସାଂସଦ ଖେଳ ମହାକୁମ୍ଭ ଆରମ୍ଭ, ଖେଳପଡ଼ିଆ ସଙ୍କୁଚିତ ହେବା ନେଇ ସାଂସଦଙ୍କ ଅସନ୍ତୋଷ

ବାଲେଶ୍ୱର: ସୁସ୍ଥ ଜୀବନ ପାଇଁ କ୍ରୀଡାର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଯୁବବର୍ଗଙ୍କ ମଧ୍ୟରେ କ୍ରୀଡାର ଭୂମିକା ଓ ଆବଶ୍ୟକତାକୁ ନଜରରେ ରଖି ପ୍ରତିଟି ସଂସଦୀୟ କ୍ଷେତ୍ରରେ ଖେଳ ମହାକୁମ୍ଭ ଆୟୋଜନ କରିବାକୁ ବିଜେପି ସାଂସଦଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ପ୍ରତିବର୍ଷ ପରି ବାଲେଶ୍ବର ପରମିଟ ପଡ଼ିଆରେ ସାଂସଦ ଖେଳ ମହାକୁମ୍ଭର ମଙ୍ଗଳବାର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଆଗାମୀ ୨୯ ତାରିଖରେ ଆୟୋଜିତ ହେବ ।

ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟବକ୍ତା ଭାବେ କେନ୍ଦ୍ର ଖେଳ ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ । ନିର୍ବାଚନ ପରେ ସେ ବ୍ୟକ୍ତିଗତ ଭାବେ ବାଲେଶ୍ଵର ଆସିବେ ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି । ମୁଖ୍ୟ ଅତିଥି ରୂପେ ପଦ୍ମଶ୍ରୀ ପ୍ରଫେସର ଦମୟନ୍ତୀ ବେଶ୍ରା ଆନୁଷ୍ଠାନିକ ଭାବେ ଖେଳ ମହାକୁମ୍ଭର ଶୁଭାରମ୍ଭ କରି କହିଥିଲେ ଖେଳ କେବଳ ଏକ ଜିତିବା ହାରିବାର ପ୍ରତିଯୋଗିତା ନୁହେଁ, ଏହା ମାଧ୍ୟମରେ ବ୍ୟକ୍ତିର ଉଭୟ ଶାରୀରିକ ଓ ମାନସିକ ବିକାଶ ହେବା ସହିତ ସମାଜରେ ଭାତୃତ୍ବର ବନ୍ଧନ ସୃଷ୍ଟି କରିଥାଏ ।

ଏହା ମଧ୍ୟ ପଢନ୍ତୁ...ଲୋକାର୍ପିତ ହେଲା ବ୍ରହ୍ମପୁର ଆଇଜର୍ ସ୍ଥାୟୀ କ୍ୟାମ୍ପସ, ଭିଡିଓ କନଫରେନ୍ସରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ସମ୍ମାନିତ ଅତିଥି ଭାବେ ଜିଲ୍ଲା ଏଥେଲେଟିକ୍ ଆସୋସିଏସନର ଉପସଭାପତି ଅଜୟ ମିଶ୍ର ଯୋଗଦେଇ ଆୟୋଜକମାନଙ୍କୁ ପ୍ରଶଂସା କରି କହିଥିଲେ ଯେ, ପିଲାମାନଙ୍କ କ୍ରୀଡା ବିକାଶ ପାଇଁ ଏଥେଲେଟିକ୍ ଆସୋସିଏସନ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବ । ମୋବାଇଲ ବ୍ୟବହାର ଯୋଗୁଁ କିଶୋର କିଶୋରୀ ଠାରୁ ଯୁବକମାନେ ଖେଳପଡ଼ିଆରୁ ଦୂରେଇ ଯାଉଛନ୍ତି, ଏହିଭଳି ଖେଳ ପ୍ରତିଯୋଗିତା ହେଲେ ପିଲାଠାରୁ ଯୁବାବର୍ଗଙ୍କର ଶାରିରୀକ ଓ ମାନସିକ ବିକାଶ ହେବ ବୋଲି ସାଂସଦ ନିଜ ବକ୍ତବ୍ୟରେ କହିଥିଲେ । ସେ ଆହୁରି କହିଥିଲେ ଯେ, ଖେଳ ସମାଜକୁ ଏକତ୍ରିତ କରିଥାଏ, ଖେଳ ମଧ୍ୟରେ କୌଣସି ଭେଦଭାବ ନଥାଏ । ଆଧୁନିକ ଖେଳ ଯୋଗୁଁ ଭାରତର ପାରମ୍ପରିକ ଖେଳଗୁଡ଼ିକର ଲୋକପ୍ରିୟତା ହ୍ରାସ ପାଉଛି, ଏଥିପାଇଁ ସେସବୁକୁ ଗୁରୁତ୍ବ ଦେଇ ତାର ଅଧିକ ପ୍ରଚାର ପ୍ରସାର ଦିଗରେ କାମ କରିବାକୁ ପଡ଼ିବ ।

ଏହାସହ ଜିଲ୍ଲାରେ ଥିବା ବିଭିନ୍ନ ଖେଳ ପଡିଆରେ ଘର ତିଆରି ଯୋଗୁଁ ପଡ଼ିଆ ସଙ୍କୁଚିତ ହୋଇଯାଉଥିବା ବେଳେ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଖେଳ ପଡ଼ିଆ ପାଇଁ ରାଜ୍ୟ ସରକାର ଏବଂ ପ୍ରଶାସନକୁ ଦାୟୀ କରିଥିଲେ । ଏମିତି ଘଟଣା ନିନ୍ଦନୀୟ ବୋଲି ସାଂସଦ ନିଜ ପ୍ରତିକ୍ରିୟାରେ କହିଛନ୍ତି । ୧୦ ଦିନ ବ୍ୟାପୀ ଏହି ଖେଳ କାର୍ଯ୍ୟକ୍ରମରେ ସଂସଦୀୟ କ୍ଷେତ୍ରର ସମସ୍ତ ବ୍ଲକମାନଙ୍କରେ ମୋଟ ୨୫ ହଜାରରୁ ଊର୍ଦ୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି । ଆଜିର ଏହି ଉଦଘାଟନୀ ଉତ୍ସବରେ ସମସ୍ତ ବ୍ଲକର ଖେଳାଳିଙ୍କ ପ୍ରତନିଧିମାନେ ଅଂଶଗ୍ରହଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ମାଣିଖମ୍ବ ସରସ୍ବତୀ ଶିଶୁ ମନ୍ଦିର ଓଡ଼ିଶୀ, ଲେଜିମ୍ ଓ ଡ଼ମ୍ବେଲ୍ ନୃତ୍ୟ ପରିବେଷଣ କରିଥିବା ବେଳେ 'ଶ୍ରୀକୃଷ୍ଣ ନୃତ୍ୟନାଟିକା' ସିଦ୍ଧି ବିନାୟକ ସ୍କୁଲ ଦ୍ଵାରା ଓ ବ୍ୟାଣ୍ଡ ବାଦ୍ୟ ସରସ୍ବତୀ ଶିଶୁ ମନ୍ଦିର ବାଲିଆ ଦ୍ଵାରା ପରିବେଷିତ ହୋଇଥିଲା ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details