ETV Bharat / state

ଲୋକାର୍ପିତ ହେଲା ବ୍ରହ୍ମପୁର ଆଇଜର୍ ସ୍ଥାୟୀ କ୍ୟାମ୍ପସ, ଭିଡିଓ କନଫରେନ୍ସରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Feb 20, 2024, 10:16 PM IST

PM Modi Virtually Inaugurated IISER Berhampur: ଲୋକାର୍ପିତ ହେଲା ବ୍ରହ୍ମପୁରର ଆଇଜର୍ ସ୍ଥାୟୀ କ୍ୟାମ୍ପସ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି । ଅଧିକ ପଢ଼ନ୍ତୁ

ଲୋକାର୍ପିତ ହେଲା ବ୍ରହ୍ମପୁରର ଆଇଜର୍ ସ୍ଥାୟୀ କ୍ୟାମ୍ପସ
ଲୋକାର୍ପିତ ହେଲା ବ୍ରହ୍ମପୁରର ଆଇଜର୍ ସ୍ଥାୟୀ କ୍ୟାମ୍ପସ

ଲୋକାର୍ପିତ ହେଲା ବ୍ରହ୍ମପୁରର ଆଇଜର୍ ସ୍ଥାୟୀ କ୍ୟାମ୍ପସ

ବ୍ରହ୍ମପୁର: ଲୋକାର୍ପିତ ହେଲା ବ୍ରହ୍ମପୁରର ଆଇଜର୍‌ର ସ୍ଥାୟୀ କ୍ୟାମ୍ପସ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି । ବ୍ରହ୍ମପୁର ସହର ଉପକଣ୍ଠ ରଙ୍ଗେଇଲୁଣ୍ଡା ବ୍ଲକ ଲଉଡ଼ିଗାଁ ଠାରେ ନିର୍ମିତ ହୋଇଛି ଏହି ସ୍ଥାୟୀ କ୍ୟାମ୍ପସ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳସମ୍ପଦ ବିଭାଗର ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ, ବ୍ରହ୍ମପୁର ଆଇଜରର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ଓ ଶିକ୍ଷାନୁଷ୍ଠାନର ରେଜିଷ୍ଟାର ପ୍ରଦୀପ କୁମାର ରାୟ ପ୍ରମୁଖ ମଞ୍ଚାସୀନ ରହିଥିଲେ ।

ବ୍ରହ୍ମପୁର ଆଇଜର ଗତ ୨୦୧୬-୧୭ ଶିକ୍ଷାବର୍ଷରୁ ଆରମ୍ଭ ହୋଇଥିଲା । ପ୍ରଥମେ ସହରର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନ ପରିସରରେ ଏକ ଅସ୍ଥାୟୀ କ୍ୟାମ୍ପସ୍‌ରେ ପାଠପଢ଼ା ଆରମ୍ଭ ହୋଇଥିଲା। କେନ୍ଦ୍ର ସରକାରଙ୍କ ଏହି ପ୍ରମୁଖ ଶିକ୍ଷାନୁଷ୍ଠାନକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୦୧୮ ମସିହା ଡିସେମ୍ୱର ୨୪ ତାରିଖରେ ସ୍ଥାୟୀ କ୍ୟାମ୍ପସ୍ ପାଇଁ ଘୋଷଣା କରିବା ପରେ ଏହା ୨୦୧୯ ମସିହା ସେପ୍ଟେମ୍ୱର ୫ରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହାକି ୨୬୩ କୋଟି ୭୯ ଲକ୍ଷ ବ୍ୟୟରେ ନିର୍ମିତ ହେବାକୁ ରହିଥିବା ମୋଟ ୨୯ ଗୋଟି ବିଲିଡିଙ୍ଗ୍ ମଧ୍ୟରୁ ୧୫ ଗୋଟି ସଂପୂର୍ଣ୍ଣ ହୋଇଥିବା କୁହାଯାଇଛି । ଦେଶରେ ବ୍ରହ୍ମପୁରର ଆଇଜରକୁ ମିଶାଇ ମୋଟ ସାତୋ ଗୋଟି ଏଭଳି ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ (ଆଇଜର) ଶିକ୍ଷାନୁଷ୍ଠାନ କରାଯାଇଛି ।ବ୍ରହ୍ମପୁରର ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଙ୍ଗୋପସାଗର ଉପକୂଳରେ ଲଉଡିଗାଁ ଠାରେ ଦୁଇ ଶହ ଏକରରୁ ଅଧିକ ଜମି ଯୋଗାଇ ଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ..... ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ପ୍ରଥମ ଦିନରୁ AI ଧରିଲା ତୃଟି

ଏହି ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନରେ ଅସ୍ଥାୟୀ କ୍ୟାମ୍ପସ୍‌ରେ ଶିକ୍ଷାଦାନ ଓ ଗବେଷଣା ଜାରି ରହିଥିବା ବେଳେ ଦୁଇଟି ବ୍ୟାଚ୍ ବିଦ୍ୟାର୍ଥୀ ସ୍ନାତକ ଡିଗ୍ରୀ ହାସଲ କରିସାରିଲେଣି । ୨୦୧୯ ସେପ୍ଟେମ୍ବର ମାସରୁ ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣ ଆରମ୍ଭ ହୋଇଥିବା ବେଳେ କୋଭିଡ୍-୧୯ ଯୋଗୁଁ ଏହାର ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିଲା। ଏହି ସ୍ଥାୟୀ କ୍ୟାମ୍ପସରେ ବିଦ୍ୟାର୍ଥୀଙ୍କ ପାଇଁ ହଷ୍ଟେଲ, ରୋଷେଇ, ଡାଇନିଂ ହଲ୍, କମ୍ୟୁନିଟି ସେଣ୍ଟର, ସ୍ୱାସ୍ଥ୍ୟକେନ୍ଦ୍ର, ଅଧ୍ୟାପିକା ଓ କର୍ମଚାରୀଙ୍କ ପାଇଁ ଆବାସିକ କମ୍ପ୍ଲେକ୍ସ ନିର୍ମାଣ ସହିତ ଟେନିସ୍‌ କୋର୍ଟ, ବାସ୍କେଟବଲ, ଭଲିବଲ୍ କୋର୍ଟ, କ୍ରିକେଟ୍‌ ପଡ଼ିଆ ଓ ଷ୍ଟାଡିୟମ ସହିତ ଅନେକ ପ୍ରକାର ସୁବିଧା ରହିଥିବା ଜଣାପଡ଼ିଛି । ଏହି ସ୍ଥାୟୀ କ୍ୟାମ୍ପସ୍ କାର୍ଯ୍ୟ ଉଦଘାଟନ ପରେ ବ୍ରହ୍ମପୁର ଆଇଟିଆଇ ଠାରେ ରାଲିଥିବା ଅସ୍ଥାୟୀ କ୍ୟାମ୍ପସ୍‌ରୁ ଏହା ଏଠାକୁ ଆଗାମୀ ଦିନରେ ସ୍ଥାନାନ୍ତର ହେବ ବୋଲି କୁହାଯାଇଛି। ସେପଟେ କେନ୍ଦ୍ର ସରକାର ଏହି ଶିକ୍ଷା ଓ ଗବେଷଣା କେନ୍ଦ୍ରକୁ ଆଗାମୀ ଦିନରେ ଉଚ୍ଚକୋଟୀର ଶିକ୍ଷାନୁଷ୍ଠାନ ଭାବରେ ପରିଗଣିତ କରିବେ ବୋଲି କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.