ଓଡିଶା

odisha

ଟ୍ରେନ ଯୋଗେ ବିରଳ କଇଁଛ ଚାଲାଣ, ଭୁବନେଶ୍ୱର ଷ୍ଟେସନରୁ ଜବତ କଲା RPF - Indian Flap Seal Turtle Seized

By ETV Bharat Odisha Team

Published : Apr 30, 2024, 7:40 PM IST

Updated : Apr 30, 2024, 8:13 PM IST

Indian Flap Seal Turtle Seized: ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବିରଳ କଇଁଛ ଚାଲାଣ ହେଉବା ବେଳେ ଧରିଲା ଆରପିଏଫ । 4 ଗିରଫ । ଅଧିକ ପଢ଼ନ୍ତୁ

ଟ୍ରେନ ଯୋଗେ ବିରଳ କଇଁଛ ଚାଲାଣ, ଭୁବନେଶ୍ୱର ଷ୍ଟେସନରୁ ଜବତ କଲା RPF
ଟ୍ରେନ ଯୋଗେ ବିରଳ କଇଁଛ ଚାଲାଣ, ଭୁବନେଶ୍ୱର ଷ୍ଟେସନରୁ ଜବତ କଲା RPF

ଟ୍ରେନ ଯୋଗେ ବିରଳ କଇଁଛ ଚାଲାଣ, ଭୁବନେଶ୍ୱର ଷ୍ଟେସନରୁ ଜବତ କଲା RPF

ଭୁବନେଶ୍ବର:ମାଂସ ପାଇଁ ଚାଲାଣ ହେଉଛନ୍ତି କଇଁଛ । ବେଧଡ଼କ ଭାବରେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ବିରଳ କଇଁଛ । ଟ୍ରେନ ଯୋଗେ ଚାଲାଣ ବେଳେ ଧରିଲା ଆରପିଏଫ (RPF) । ଭୁବନେଶ୍ୱର ଷ୍ଟେସନରୁ ଉଧାର ହେଲା ୧୧୭ ଫ୍ଲାପ ସେଲ ପ୍ରଜାତିର (Indian flap seal turtle) କଇଁଛ । ଏନେଇ ବନ୍ୟପ୍ରାଣୀ ଆଇନ ଆଧାରରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ ।

ଟ୍ରେନ ଯୋଗେ ବିରଳ କଇଁଛ ଚାଲାଣ

ପୂର୍ବରୁ ରାଜ୍ୟ ବାହାରକୁ ବଜ୍ରକାପ୍ତା ଓ ପଶୁଙ୍କ ଛାଲ ଚୋରା ଚାଲାଣ ଘଟଣା ନଜିର ରହିଥିବା ବେଳେ ଏବେ ବିରଳ କଇଁଛ ଚୋରା ଚାଲାଣ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଅଞ୍ଚଳର 4 ଜଣ ବ୍ୟକ୍ତି ପୁରୀ ଜିଲ୍ଲାର ପୁରୁଷୋତ୍ତମପୁର ସାକ୍ଷୀଗୋପାଳରୁ କିଛି ଲୋକଙ୍କ ଠାରୁ କଇଁଛ ସଂଗ୍ରହ କରିଥିଲେ । ସେମାନେ କଇଁଛଗୁଡିକୁ ନେଇ ପୁରୁଷୋତ୍ତମପୁରରୁ ଜଳେଶ୍ବର ଯାଇ ସେଠାରୁ ପଶ୍ଚିମବଙ୍ଗକୁ ଚାଲାଣ କରିବା ପାଇଁ ଯୋଜନା କରିଥିଲେ । ହେଲେ ଉତ୍କଳ ଏକ୍ସପ୍ରେସ ଯୋଗେ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଭୁବନେଶ୍ୱର ଷ୍ଟେସନରେ‌ ଆରପିଏଫର ଚେକିଂ ହେଉଥିଲା । ଏନେଇ ବ୍ୟାଗେଜ ସ୍କାନରରେ ଚେକିଂ ବେଳେ ଏତେ ପରିମାଣର କଇଁଛ ଦେଖି ବନବିଭାଗ ମଞ୍ଚେଶ୍ବର ଉପଖଣ୍ଡକୁ ଯୋଗାଯୋଗ କରାଯାଇଥିଲା ।

ଟ୍ରେନ ଯୋଗେ ବିରଳ କଇଁଛ ଚାଲାଣ

ସେପଟେ ଘଟଣା ସମ୍ପର୍କରେ ଖବର ପାଇଁ ତୁରନ୍ତ ଏକ ଟିମ୍ ପହଞ୍ଚି ପ୍ରାୟ ୧୧୭ଟି ବିରଳ ପ୍ରଜାତିର Indian flap seal turtle କଇଁଛ ଉଦ୍ଧାର କରିଛନ୍ତି । ଏହାସହ ଆରପିଏଫ ଟିମ୍ ସହାୟତାରେ କଇଁଛ ଚୋରା ଚାଲାଣ କରୁଥିବା ଅଭିଯୋଗରେ 4 ଜଣଙ୍କୁ ଗିରଫ କରି ବନ୍ୟପ୍ରାଣୀ ଆଇନ ଆଧାରରେ କୋର୍ଟ ଚାଲାଣ କରାଯାଇଛି । ତେବେ ସେମାନଙ୍କ ମଧ୍ୟରୁ ଜଣେ ମହିଳା ରହିଛନ୍ତି । ଗିରଫ ହୋଇଥିବା 4 ଜଣ ହେଲେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଅଞ୍ଚଳର ସୁଷମା ସେନ, ଶୁଭାଶିଷ ପରିଡା, ବିମଳ ସିଟ୍ ଓ ଅଜୟ ମହନା । ସେପଟେ ଏହି ରାକେଟରେ ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ତଦନ୍ତ ଜାରି ରଖିଥିବା କହିଛନ୍ତି ମଞ୍ଚେଶ୍ବର ବନ୍ୟପ୍ରାଣୀ ରେଞ୍ଜର ସତ୍ୟାନନ୍ଦ ପାଲ ।

ଏହା ମଧ୍ୟ ପଢ଼ନ୍ତୁ...ବେଙ୍ଗାଲୁରୁକୁ କଇଁଛ ଚୋରା ଚାଲାଣ, ମାଡ଼ି ବସିଲା DRI

ତେବେ ଏହି indian flap seal turtle ବିରଳ ପ୍ରଜତିର କଇଁଛ ବିଶେଷ କରି ରାଜ୍ୟ ବାହର ଓ ଦେଶ ବାହାରକୁ ଚାଲାଣ ହୋଇଥାଏ । ଯାହକି ବିଶେଷ କରି ବଡବଡ ହୋଟେଲରେ ଏହାର ବେସ ଚାହିଦା ଥାଏ । ଏପରିକି ଏହାର କିଲୋ ପିଛା ଦର ୧୧୦୦ଟଙ୍କା ରହିଥାଏ । ଏହାକୁ କିଛି ଲୋକ ଲୁଚାଛପାରେ ଖାଇଥାନ୍ତି । ଯାହାର ଫାଇଦା ନେବାକୁ ବଡବଡ ହୋଟେଲର ଡିସ ମେନୁରେ ଏପରି ବିରଳ କଇଁଛ ମାଂସ ପରଷାଯାଏ । ଯାହକି ଏପରି ଚୋରା ଚାଲାଣର ବଢ଼ିଥାଏ । ତେଣୁ ଏସବୁ ପାଇଁ ଚୋରାରେ କଇଁଛ ଧରି ବିକ୍ରି କରିଥାନ୍ତି । ଏଥିପାଇଁ କିଛି ଦଲାଲ ଥାନ୍ତି, ଯେଉଁମାନେ ଏପରି କାରବାର କରିଥାନ୍ତି । ତେବେ ଆଇନତଃ ଏହା ଅପରାଧ ଓ ବିରଳ ପ୍ରାଣୀ ଯୋଗୁଁ ଏହାକୁ ବଞ୍ଜାଇ ରଖିବା ଆଇନରେ ରହିଛି । ତେବେ ଏହା ପୁର୍ବରୁ ଗତ ବର୍ଷ ୩୦ ଜୁଲାଇରେ ନୟାପଲ୍ଲୀ ଥାନା ଅଞ୍ଚଳର ଏକ ତାରକା ହୋଟେଲରୁ ୫ଟି କଇଁଛ ଉଧାର କରଯାଇଥିଲା । ଏହାସହ ପିପିଲି ଅଞ୍ଚଳରୁ ୨୦୦୯ରୁ ୧୦ମସିହା ଭିତରେ ପ୍ରାୟ ୨୪୦ଟି ଏହି ଭଳି କଇଁଛ ଅଟୋ ଯୋଗେ ଚାଲାଣ ହେଉଥିବା ବେଳେ ଧରାପଡ଼ିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 30, 2024, 8:13 PM IST

ABOUT THE AUTHOR

...view details