ଓଡିଶା

odisha

ବସ ଦୁର୍ଘଟଣାରେ ମୃତ 5ଜଣଙ୍କ ମଧ୍ୟରୁ 4ଜଣଙ୍କ ମିଳିଲା ପରିଚୟ, ଘଟଣାର ତଦନ୍ତ ଆରମ୍ଭ - Jajpur Bus Accident

By ETV Bharat Odisha Team

Published : Apr 16, 2024, 6:03 PM IST

Jajpur Bus Accident Update: ଯାଜପୁର ବସ ଦୁର୍ଘଟଣା ମାମଲା। ଦୁର୍ଘଟଣାରେ ମୃତ ପାଞ୍ଚ ଜଣଙ୍କ ମଧ୍ୟରୁ ଚାରି ଜଣଙ୍କ ପରିଚୟ ମିଳିଛି। ଅଧିକ ପଡ଼ନ୍ତୁ,

ଯାଜପୁର ବସ ଦୁର୍ଘଟଣା
ଯାଜପୁର ବସ ଦୁର୍ଘଟଣା

ଯାଜପୁର ବସ ଦୁର୍ଘଟଣା

ଯାଜପୁର: ଗତକାଲି ରାତିରେ ଘଟିଛି ଭୟଙ୍କର ବସ ଦୁର୍ଘଟଣା। ଯାଜପୁର ଜିଲ୍ଲାର ବାରବାଟି ଓଭର ବ୍ରିଜରୁ ତଳକୁ ଖସି ପଡ଼ିଥିଲା ଏକ ଯାତ୍ରୀବାହୀ ବସ। ବସ ଦୁର୍ଘଟଣାରେ 5 ଯାତ୍ରୀ ପ୍ରାଣ ହରାଇଥିବା ବେଳେ 40ରୁ ଊର୍ଦ୍ଧ୍ବ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରମାନେ ଏବେ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ 5ଜଣ ଆଇସିୟୁରେ ଭର୍ତି ହୋଇଥିବା ଜଣାପଡିଛି। ତେବେ ମୃତ ପାଞ୍ଚ ଜଣଙ୍କ ମଧ୍ୟରୁ ଚାରି ଜଣଙ୍କର ପରିଚୟ ମିଳିଛି। ଏହି ଦୁର୍ଘଟଣା ପାଇଁ ଡ୍ରାଇଭରର ଅସାବଧାନତା ଓ ବେପରୁଆ ଗାଡ଼ି ଚାଳନାକୁ ଦାୟୀ କରାଯାଇଛି । ପରିବହନ ବିଭାଗ ପକ୍ଷରୁ ମଧ୍ୟ ଡ୍ରାଇଭରଙ୍କ ତ୍ରୁଟିଯୁକ୍ତ ଗଡିଚାଳନାକୁ ଦାୟୀ କରାଯାଇଛି।

ମୃତ ପାଞ୍ଚ ଜଣଙ୍କ ମଧ୍ୟରୁ ପରିଚୟ ମିଳିଥିବା ଚାରିଜଣ ହେଲେ, ମେଦିନାପୁର ଅଞ୍ଚଳର ଭାଗବପୁରର ଅଧିବାସୀ ନରେନ୍ଦ୍ର ମାଇତିଙ୍କ 45 ବର୍ଷିୟ ପୁଅ ଉତ୍ତମ ମାଇତି। ଦ୍ବିତୀୟ ବ୍ୟକ୍ତି ଜଣଙ୍କ ହେଲେ ର୍ବ ମେଦିନାପୁର ଦୁବଡାରେ ରହୁଥିବା ରାଧାନାଥ ମାଇତିଙ୍କ ପୁଅ ଅଚିନ୍ତ୍ୟ ମାଇତି। ତୃତୀୟ ବ୍ୟକ୍ତି ଜଣଙ୍କ ହେଲେ ପଶ୍ଚିମ ମେଦିନାପୁରର 47 ବର୍ଷିୟ ମନୋଜ ଘୋଷ। ମୃତା ମହିଳା ଜଣକ ହେଲେ ପଶ୍ଚିମ ମେଦିନାପୁରର ଦକ୍ଷିଣୀଖୋଦାପାଲି ଅଞ୍ଚଳର ଚନ୍ଦନ କୁମାର ଦାସଙ୍କ ପତ୍ନୀ ବର୍ଣ୍ଣାଳି ଦାସ। ତେବେ ବର୍ଣ୍ଣାଳିଙ୍କ ସ୍ବାମୀଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ସେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ କଟକରେ ବର୍ତ୍ତମାନ ସୁଦ୍ଧା ଅନ୍ୟ 13 ଜଣ ମହିଳା 27 ଜଣ ପୁରୁଷ ଯାତ୍ରୀ ଚିକିତ୍ସାଧୀନ ଅଛନ୍ତି। ଏଥିମଧ୍ୟରୁ 5 ଜଣଙ୍କର ଅବସ୍ଥା ଅତି ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ... ଯାଜପୁରରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା: 5 ମୃତ ଓ ୪୦ରୁ ଊର୍ଦ୍ଧ୍ୱ ଆହତ, ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର - Bus Accident

ପ୍ରକାଶ ଯୋଗ୍ୟ ଯେ, ବସଟି ବାରବାଟି ଓଭରବ୍ରିଜ୍ ଉପରେ ଅନ୍ୟ ଏକ ଗାଡ଼ିକୁ ଓଭରଟେକ କରିବାକୁ ଯାଇ ଭାରସାମ୍ୟ ହରାଇଥିଲା। ସେତେବେଳେ ବସର ଗତି ମଧ୍ୟ ଅଧିକ ରହିଥିଲା। ଏହାପରେ ଗାଡ଼ି ସିଧା ଯାଇ ରାସ୍ତାକଡ ଲୁହାବାଡ଼ାରେ ପିଟି ହେବା ପରେ ଏହାର ଆଉ ନିୟନ୍ତ୍ରଣରେ ରହିନଥିଲା। ତେବେ ଏହି ସମୟରେ ବସ ଚାଳକ ବସରୁ ଡେଇଁପଡ଼ି ଖସି ପଳାଇଥିବା ଅନୁମାନ କରାଯାଉଛି। ବସଟି ଆଗକୁ ପ୍ରାୟ 50ଫୁଟ ପର୍ଯ୍ୟନ୍ତ ଟାଣି ହୋଇ ପଳାଇଯିବା ସହ ସେଠାରେ ଏହା ସିଧା ବ୍ରିଜ ତଳକୁ ଖସି ପଡ଼ିଥିଲା। ଡ୍ରାଇଭରର ଅସାବଧାନତା କାରଣରୁ ଏତେ ଗୁଡ଼ିଏ ଜୀବନ ଗଲା ଏବଂ ଆଉ ଅନେକ ମଧ୍ୟ ଏବେ ଯାଏ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ପରିବହନ ବିଭାଗ ପକ୍ଷରୁ ମଧ୍ୟ ଡ୍ରାଇଭରଙ୍କ ତ୍ରୁଟିକୁ ଦର୍ଶାଯାଇଛି। ମୃତକ 5ଜଣଙ୍କ ମଧ୍ୟରୁ 4ଜଣ ମୃତକଙ୍କର ଏବେ ପରିଚୟ ମିଳିଲା।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details