ଓଡିଶା

odisha

ବ୍ୟାଟେରି ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣ, ବିହାର ଚାଲାଣ ବେଳେ ଭୁବନେଶ୍ବରରୁ ଟ୍ରକ ଜବତ

By ETV Bharat Odisha Team

Published : Mar 5, 2024, 7:49 PM IST

Ganja Seized From Battery Laden Truck: ଓଡିଶାରୁ ବ୍ୟାଟେରୀ ବୋଝେଇ ଟ୍ରକ ଆଢୁଆଳରେ ବିହାରକୁ ଗଞ୍ଜେଇ ଚାଲାଣ । ଏସଟିଏଫ ଦ୍ବାରା ରାଜଧାନୀରେ ୧୪୮କେଜିର ଗଞ୍ଜେଇ ଜବତ । ଅଧିକ ପଢନ୍ତୁ

ବ୍ୟାଟେରୀ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ଭୁବନେଶ୍ବରରୁ ୧୪୮ କେଜି ଗଞ୍ଜେଇ ଜବତ କଲା ଏସଟିଏଫ୍
ବ୍ୟାଟେରୀ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ଭୁବନେଶ୍ବରରୁ ୧୪୮ କେଜି ଗଞ୍ଜେଇ ଜବତ କଲା ଏସଟିଏଫ୍

ବ୍ୟାଟେରୀ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ଭୁବନେଶ୍ବରରୁ ୧୪୮ କେଜି ଗଞ୍ଜେଇ ଜବତ କଲା ଏସଟିଏଫ୍

ଭୁବନେଶ୍ବର: ଓଡିଶା ପୋଲିସକୁ ମିଳିଛି ବଡ ସଫଳତା । ଗଞ୍ଜେଇ ବୋଝେଇ ଟ୍ରକକୁ ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ ବିହାରରେ ମଦ ବ୍ୟାନ ହୋଇଥିବାବେଳେ ସେଠାରେ ନିଶାଡିଙ୍କ ମଧ୍ୟରେ ଗଞ୍ଜେଇର ଡିମାଣ୍ଡ ବଢିଚାଲିଛି । ଏଥିପାଇଁ ରୀତିମତ ଭାବେ ଓଡିଶାରୁ ଗଞ୍ଜେଇ ଏବେ ବିହାର ହେଉଛି ଚାଲାଣ । କ୍ରାଇମବ୍ରାଞ୍ଚ ଏସଟିଏଫ ଏସପି କିଶୋର ଚନ୍ଦ୍ର ପାଣିଗ୍ରାହୀଙ୍କ ସୂଚନା ମୁତାବକ, UP 22T3635 ନମ୍ବର ଥିବା ଏକ ଟ୍ରକ ଆନ୍ଧ୍ରର ବିଜୟନଗରମରୁ ବ୍ୟାଟେରୀ ବୋଝେଇ କରି ବିହାର ଆସୁଥିଲା । ପୂର୍ବ ଯୋଜନା ମୁତାବକ ବ୍ରହ୍ମପୁରରେ ଗାଡିଟି ଗିରିସୋଲାରେ ପହଞ୍ଚିଥିଲା । ପୁର୍ବରୁ ଗଞ୍ଜାମ ଓ ଗଜପତିରୁ ଆସିଥିବା ଗଞ୍ଜେଇକୁ ବ୍ୟାଟେରି ବୋଝେଇ ଗାଡିରେ ଭର୍ତି କରି ଥିଲେ ଅଭିଯୁକ୍ତ ।

ପରେ ମାଷ୍ଟର ମାଇଣ୍ଡ ସେଠାରୁ ଟ୍ରେନ ଯୋଗେ ବିହାର ଯାଇଥିବା ବେଳେ ସେହିଠାରୁ ଟ୍ରକରେ ଗଞ୍ଜେଇ ଭର୍ତି କରି ଭୁବନେଶ୍ବର ଦେଇ ବିହାର ଚାଲାଣ ହେଉଥିବାର ଖବର ପାଇଥିଲା ଏସଟିଏଫ ଟିମ୍ । ଏନେଇ ଇଣ୍ଟେଲିଜେନସ ତଥ୍ୟ ଆଧାରରେ ଭୁବନେଶ୍ବର ରସୁଲଗଡ ଛକରୁ ଟ୍ରକକୁ ଜବତ କରିଥିଲା ଏସଟିଏଫ । ଏନେଇ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତିନିଜଣ ମଧ୍ୟରୁ ଜଣେ ବିହାର ଅଞ୍ଚଳର ଓ ଦୁଇ ଜଣ ୟୁପିର ହୋଇଥିବା ବେଳେ ସେମାନଙ୍କ ନାଁ ମହେନ୍ଦ୍ର ପାଲ ,ଅରୁନ ମହତୋ ଓ ସନ୍ନି କୁମାର ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ...ଅବକାରୀ ଆଖିରେ ଧୂଳି ଦେଇ ନଡ଼ିଆ ବୋଝେଇ ଟ୍ରକରେ ଚାଲିଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ

ସେମାନଙ୍କଠାରୁ ବ୍ୟାଟେରି ବୋଝେଇ ଟ୍ରକ ଜବତ କରାଯାଇଛି । ଏଥି ସହ ୧୪୮କେଜିର ଗଞ୍ଜେଇ ଜବତ କରାଯାଇଛି, ଯାହାକି ୧୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ ଗିରଫ ପରେ ଏସଟିଏଫ ଏସପି ସୂଚନା ଦେଇଛନ୍ତି ଯେ ବିହାରରେ ମଦ ବ୍ୟାନ ପରେ ନିଶା ପାଇଁ ଏବେ ଗଞ୍ଜେଇ ପାଇଁ ଡହଳ ବିକଳ ହେଉଛନ୍ତି । ଏନେଇ ବିଶେଷ କରି ଓଡ଼ିଶା ଗଞ୍ଜେଇ ଉପରେ ଡିମାଣ୍ଡ ରହିଛି । ତେଣୁ କମ ମୂଲ୍ୟରେ ଗଞ୍ଜେଇ ନେଇ ଚଢା ଦରରେ ବିକ୍ରି କରିବାକୁ ଗଞ୍ଜେଇ ବେପାରୀ ଯୋଜନା ଚଳାଇଛନ୍ତି ।

ଇତି ମଧ୍ୟରେ ଏହି କାରବାର ପଛର ମାଷ୍ଟର ମାଇଣ୍ଡ ସୁରାକ ପାଇଛି ଏସଟିଏଫ । ଏନେଇ ଖୁବଶୀଘ୍ର ଧରିବାକୁ ଯୋଜନା ଚାଲିଛି । ତେବେ ବିହାର ଚାଲାଣ ପାଇଁ କେବଳ ଏହି ଗୋଟିଏ ମଧ୍ୟମ ନୁହେଁ । ଏଥି ପାଇଁ ଭିନ୍ନ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରାଯାଉଛି ବିହାର । କିଛି ଦିନ ତଳେ ୨୬ ଫେବୃଆରୀରେ ଜଟଣି ଷ୍ଟେସନରୁ ବିହାର ଗଞ୍ଜେଇ ଚାଲାଣ ପାଇଁ ଉଦ୍ୟମ ବେଳେ ଦୁଇ ଜଣ ଧାନବାଦର ଅଭିଯୁକ୍ତ ଧରାପଡିଥିଲେ । ଯେ କି ଉତ୍କଳ ଏକ୍ସପ୍ରେସରେ ଗଞ୍ଜେଇ ଚାଲାଣ ପାଇଁ ଷ୍ଟେସନରେ ଯୋଜନା କରୁଥିଲେ । ଏନେଇ ଜାଣିପାରି ଜିଆରପି ପୋଲିସ ୩୬ କେଜି ଗଞ୍ଜେଇ ଜବତ କରିଥିଲା । ଦୁଇ ଜଣଙ୍କୁ ଗିରଫ କରି‌ କୋର୍ଟ ଚାଲାଣ କରିଥିଲା ପୋଲିସ । ସେହିପରି ଗତ ଫେବୃଆରି ୮ରେ ବରମୁଣ୍ଡା ବସ ଷ୍ଟାଣ୍ଡରୁ ବସ ଯୋଗେ ୩୦ କେଜି ଗଞ୍ଜେଇ ବିଭିନ୍ନ ବ୍ୟାଗ ରେ ବିହାର ଚାଲାଣ ବେଳେ ୫ଜଣ ବିହାରୀ ଯୁବକଙ୍କୁ ଧରି ଅବକାରୀ ବିଭାଗର ଭୁବନେଶ୍ବରର ଟିମ । ଏହିଭଳି ବିଭିନ୍ନ ସମୟରେ ବିହାରକୁ ଏବେ ଗଞ୍ଜେଇ ଚାଲାଣର ଖବର ଆସିବା ପରେ ଆଲର୍ଟ ହୋଇଛି ଓଡ଼ିଶା ପୋଲିସ । ଏନେଇ ବିଭିନ୍ନ ସମୟରେ ଏସବୁ ଦିଗ ପ୍ରତି ନଜର ରଖିଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details