ଓଡିଶା

odisha

ଏସସିବିରେ ଅଗ୍ନିନିରାପତ୍ତା ମାମଲା: ‘ରୋଗୀ ସେବା ବାଧାପ୍ରାପ୍ତ ନହୋଇ କାର୍ଯ୍ୟ ଶେଷ ହେବ’

By ETV Bharat Odisha Team

Published : Mar 14, 2024, 10:15 PM IST

Fire Safety Work in SCB: ଏସସିବି ବଡ଼ ମେଡିକାଲରେ ଅଗ୍ନିନିରାପତ୍ତା ପ୍ରସଙ୍ଗ । ଯାହାକୁ ନେଇ ଆଜି ପ୍ରତିକ୍ରିୟା ରଖିଲେ ଏସସିବି ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର । ଅଧିକ ପଢ଼ନ୍ତୁ,

ଏସସିବିରେ ଅଗ୍ନିନିରାପତ୍ତା ମାମଲା
ଏସସିବିରେ ଅଗ୍ନିନିରାପତ୍ତା ମାମଲା

ଏସସିବିରେ ଅଗ୍ନିନିରାପତ୍ତା ମାମଲା

କଟକ: ଏସସିବି ବଡ଼ ମେଡିକାଲରେ ଅଗ୍ନିନିରାପତ୍ତା ପ୍ରସଙ୍ଗ । ତେବେ ଗତକାଲି ଏସସିବି ମେଡିକାଲ ଅଗ୍ନି ନିରାପତ୍ତା ପ୍ରସଙ୍ଗକୁ ଅତି ଗୁରୁତ୍ବର ସହ ନେଇଥିଲେ ହାଇକୋର୍ଟ । ଏହି ସମ୍ପର୍କିତ ମାମଲାରେ କୋର୍ଟରେ ବ୍ୟକ୍ତିଗତ ଭାବରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଏସ ସି ବି ଅଧିକ୍ଷକ ଡ଼ଃ ସୁଧାଂଶୁ ଶେଖର ମିଶ୍ର ଆର ଏଣ୍ଡ ବି ଅଧିକ୍ଷଣ ଯନ୍ତ୍ରୀ ପିକେ ମାଝୀ ଆଦି ହାଜର ହୋଇଥିଲେ । ଯାହାକୁ ନେଇ ଆଜି ପ୍ରତିକ୍ରିୟା ରଖିଲେ ଏସସିବି ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ।

ଏସସିବି ଅଧିକ୍ଷକ ସୁଧାଂଶୁ ଶେଖର କହିଛନ୍ତି, ‘‘ଏହି ମେଡିକାଲ କଲେଜର ଅଧିକାଂଶ ବିଲ୍ଡିଂ ପୁରୁଣା। ବେଳେବେଳେ ତାହାକୁ ପୁନ ନିର୍ମାଣ ମଧ୍ୟ କରାଯାଉଛି। ବର୍ତ୍ତମାନ ଅଗ୍ନିଶମ ଯାଞ୍ଚ ଉପରେ ଯେତିକି ଫୋକସ କରାଯାଉଛି ସେହି ଡ଼ଙ୍ଗରେ ପୂର୍ବରୁ ଯାଞ୍ଚ ନଥିଲା। ଆଗମୀ ଛ ମାସ ମଧ୍ୟରେ ଅଧିକାଂଶ କାର୍ଯ୍ୟ ଶେଷ ହେବ। ଆଉ ଯାହା ହାତ ଗଣତି କାର୍ଯ୍ୟ ରହିବ ତାହା ମଧ୍ୟ ତିନି ମାସ ମଧ୍ୟରେ ଶେଷ କରଯିବ । ଏସସିବି ହେଉଛି ଏକ ବ୍ୟସ୍ତ ବହୁଳ ମେଡିକାଲ । ଯେଉଁଠି ପ୍ରତିଦିନ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ତେବେ ରୋଗୀ ସେବା ବାଧାପ୍ରାପ୍ତ ନହୋଇ ଅଗ୍ନି ନିରାପତ୍ତା କାର୍ଯ୍ୟ ଜାରି ରହିବ । ନୂଆ ବିଲଡିଂରେ ଅଗ୍ନି ନିରାପତ୍ତା ନିର୍ମାଣ ସହିତ ରହିବ କିନ୍ତୁ କିଛି ପୁରୁଣା ବିଲଡିଂ ଯେଉଁ ରହିଛି ସେଥିରେ ଅଗ୍ନି ନିରାପତ୍ତା ଦିଗକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ।’’

ଏହା ମଧ୍ୟ ପଢ଼ନ୍ତୁ... କାର୍ଯ୍ୟବନ୍ଦ ଆନ୍ଦୋଳନରେ ଭୀମସାର ମେଡିକାଲ ଡାକ୍ତରୀ ଛାତ୍ରଛାତ୍ରୀ, ରୋଗୀ ସେବା ପ୍ରଭାବିତ

କୋର୍ଟଙ୍କ ପୂର୍ବ ନିର୍ଦ୍ଧେଶ ଅନୁଯାୟୀ,ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ଆଜି ଅଗ୍ନିଶମ ଡିଜି ରିପୋର୍ଟ ଦାଖଲ କରିଥିଲେ। ଫାୟାର ଆଲାର୍ମ ଏବଂ ଏକଷ୍ଟିଙ୍ଗଉଇସର କାମ 3 ମାସ ମଧ୍ୟରେ ଶେଷ ହେଵ ବୋଲି କୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଅବଗତ କରାଇଥିଲେ ଅଗ୍ନିଶମ ଡିଜି । ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକୀୟ ଅତିରିକ୍ତ ନିର୍ମାଣ କାମ ୬ ମାସ ମଧ୍ୟରେ ଶେଷ ହେବ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ମଧ୍ୟ କରାଯାଇଥିଲା। ତେବେ ୮ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ। ଏହି ସମୟ ସୀମା ମଧ୍ୟରେ କାର୍ଯ୍ୟର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି। ଅଗ୍ନିଶମ ଡିଜି ନିଜେ କାର୍ଯ୍ୟର ଅଗ୍ରଗତି ନେଇ କୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିବେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details