ETV Bharat / state

କାର୍ଯ୍ୟବନ୍ଦ ଆନ୍ଦୋଳନରେ ଭୀମସାର ମେଡିକାଲ ଡାକ୍ତରୀ ଛାତ୍ରଛାତ୍ରୀ, ରୋଗୀ ସେବା ପ୍ରଭାବିତ

author img

By ETV Bharat Odisha Team

Published : Mar 14, 2024, 3:55 PM IST

Medical Student Protest: ଆଜି ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ଭୀମସାରର ହାଉସ ସର୍ଜନ ଓ ୟୁଜି ମେଡିକାଲ ଛାତ୍ରଛାତ୍ରୀ l ମେଡିକାଲର ବିଭିନ୍ନ ସମସ୍ୟା ତଥା ଡାକ୍ତରୀ ଛାତ୍ରଙ୍କ ଷ୍ଟାଇପେନ୍ ଦାବିରେ ଆନ୍ଦୋଳନ । ଅଧିକ ପଢ଼ନ୍ତୁ,

କାର୍ଯ୍ୟବନ୍ଦ ଆନ୍ଦୋଳନରେ ଭୀମସାର ମେଡିକାଲ ଡାକ୍ତରୀ ଛାତ୍ରଛାତ୍ରୀ
କାର୍ଯ୍ୟବନ୍ଦ ଆନ୍ଦୋଳନରେ ଭୀମସାର ମେଡିକାଲ ଡାକ୍ତରୀ ଛାତ୍ରଛାତ୍ରୀ

କାର୍ଯ୍ୟବନ୍ଦ ଆନ୍ଦୋଳନରେ ଭୀମସାର ମେଡିକାଲ ଡାକ୍ତରୀ ଛାତ୍ରଛାତ୍ରୀ

ସମ୍ବଲପୁର: ଆଜି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଭୀମସାରର ହାଉସ ସର୍ଜନ ଓ ୟୁଜି ମେଡିକାଲ ଛାତ୍ରଛାତ୍ରୀ l ମେଡିକାଲର ବିଭିନ୍ନ ସମସ୍ୟା ତଥା ଡାକ୍ତରୀ ଛାତ୍ରଙ୍କ ଷ୍ଟାଇପେନ ନମିଳିବା ସମସ୍ୟା ନେଇ ଦୀର୍ଘ 6 ମାସ ଧରି ଦାବି କରାଯାଉଥିଲା । ତେବେ ବୁଧବାର ସୁଦ୍ଧା ମେଡିକାଲ କଲେଜ କର୍ତ୍ତୃପକ୍ଷ ତଥା ରାଜ୍ୟ ସରକାର କୌଣସି ସକାରାତ୍ମକ ପଦକ୍ଷେପ ନନେବାରୁ ଆଜି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ମେଡିକାଲ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି l ରୋଗୀଙ୍କ ଅସୁବିଧାକୁ ନଜରରେ ରଖି ଛାତ୍ରଛାତ୍ରୀ ଅତ୍ୟାବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ।

ସୂଚନା ଅନୁଯାୟୀ, ବିଗତ 7 ଦିନ ଦିନ ଧରି ଛାତ୍ରଛାତ୍ରୀମାନେ କଳା ବ୍ୟାଚ ପିନ୍ଧି ଏହାର ପ୍ରତିବାଦ କରି ଆସୁଥିଲେ l ଗତକାଲି ମେଡିକାଲ ଛାତ୍ର ଛାତ୍ରୀ ବୁର୍ଲାରେ ପ୍ରତିବାଦ ଶୋଭାଯାତ୍ରା କରିବା ସହ ଉତ୍ତରାଞ୍ଚଳ RDCଙ୍କ ସହ ଆଲୋଚନା କରିଥିଲେ l ତେବେ କୌଣସି କୌଣସି ସକାରାତ୍ମକ ପଦକ୍ଷେପ ନନେବାରୁ ଏହି ଆନ୍ଦୋଳନକୁ ଓଲ୍ଲାଇଥିବା ସେମାନେ ମତ ଦେଇଛନ୍ତି । ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ଏହି ଆନ୍ଦୋଳନ କାରଣରୁ ଭୀମସାର ମେଡିକାଲରେ ରୋଗୀ ସେବା ଅଂଶୀକ ଭାବେ ପ୍ରଭାବିତ ହୋଇଛି l ବିଭିନ୍ନ ସମସ୍ୟା ନେଇ ଜୁନିୟର ଡାକ୍ତର ଆସୋସିଏସନ ପକ୍ଷରୁ ଗତକାଲି ବୁର୍ଲା ସହରରେ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇ ମେଡିକାଲ କଲେଜ ସମ୍ମୁଖରେ ପ୍ରତିବାଦ ମଧ୍ୟ କରାଯାଇଥିଲା l ଏହା ପରେ ମେଡିକାଲ କଲେଜ କତୃପକ୍ଷଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ଓ ପରେ RDCଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା l ତେବେ ଏହି ଆଲୋଚନା ପରେ ସବୁ ସମସ୍ୟାର ସମାଧାନ ହୋଇ ନପାରିବାରୁ ଆଜି ଠାରୁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ହେଉଛି l

ଏହା ମଧ୍ୟ ପଢ଼ନ୍ତୁ.... ରାଜ୍ୟ ସରକାରଙ୍କ ବିରୋଧରେ ଇସି ମେମ୍ବରଙ୍କ ମେଳି, 'ଆମକୁ ଠକିଦେଲେ'

ଜୁନିୟର ଡାକ୍ତର ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ ‘‘ବୁର୍ଲା ଭୀମସାର ମେଡିକାଲ ପଶ୍ଚିମ ଓଡିଶାର ପ୍ରମୁଖ ମେଡିକାଲ କଲେଜ ଅଟେ l ଏହା ଉପରେ ପଶ୍ଚିମ ଓଡିଶା ସହ ରାଜ୍ୟ ବାହାରର ରୋଗୀ ନିର୍ଭର କରନ୍ତି l ତେବେ ଆଜି ପର୍ଯ୍ୟନ୍ତ ଏଠାରେ MRI ସେବା ଉପଲବ୍ଧ ନାହିଁ l ଏହି ସେବା ପାଇଁ ରୋଗୀଙ୍କୁ ପ୍ରାଇଭେଟ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡୁଛି l ଓଟି, ଆଇସିୟୁ କମ୍ପ୍ଲେକ୍ସ 5 ବର୍ଷ ହେଲା ତିଆରି ହୋଇ ସାରିଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇ ପାରି ନାହିଁ l ରୋଗୀଙ୍କ ପାଇଁ ଇଲେଟ୍ରିକ ଭେଇକିଲ ସେବା ନାହିଁ କି ମେଡିକାଲରେ ସିସିଟିଭି ବ୍ୟବସ୍ଥା ନାହିଁ l ଏହା ଫଳରେ ରୋଗୀ ମାନେ ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡକୁ ଯିବା ଆସିବାରେ ଅସୁବିଧା ହେଉଛି l ଏହା ସହ ସିସି ଟିଭି ନଥିବାରୁ ମହିଳା ମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଗତ ବର୍ଷ Doctors Dayରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଭୀମସାର ମେଡିକାଲକୁ WiFi କ୍ୟାମ୍ପସ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ଏହା ଆଜି ପର୍ଯ୍ୟନ୍ତ ହୋଇ ପାରି ନାହିଁ l ଏହା ସହ ମେଡିକାଲ ଛାତ୍ର ଛାତ୍ରୀଙ୍କ ଷ୍ଟାଇପେନ ମଧ୍ୟ ଠିକ ସମୟରେ ମିଳୁ ନଥିବା ଅଭିଯୋଗ କରିଛନ୍ତି ଛାତ୍ର ଛାତ୍ରୀ l’’

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.