ଓଡିଶା

odisha

ବଲାଙ୍ଗୀରେ କଂଗ୍ରେସରେ ଦଳ ଛାଡୁଛନ୍ତି ନେତାଏ, କିଛି ପ୍ରଭାବ ପଡିବନି କହିଲେ ସମରେନ୍ଦ୍ର - Balangir congress

By ETV Bharat Odisha Team

Published : Apr 29, 2024, 12:31 PM IST

Congress leaders left party: ଦୁର୍ବଳ ହେଉଛି ବଲାଙ୍ଗୀର କଂଗ୍ରେସ । ଦଳ ଛାଡୁଛନ୍ତି ଜଣେଙ୍କ ପରେ ଜଣେ ନେତା । ଦଳ ଉପରେ ଏହାର ପ୍ରଭାବ ପଡିବନି ବୋଲି କହିଲେ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର । ଅଧିକ ପଢନ୍ତୁ

BALANGIR CONGRESS
BALANGIR CONGRESS

BALANGIR CONGRESS

ବଲାଙ୍ଗୀର:ନିର୍ବାଚନ ଯେତିକି ପାଖଉଛି ଦଳଡିଆଁ ପର୍ବ ସେତେ ଜୋରରେ ଚାଲିଛି । ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମଜବୁତ କରିବାକୁ ତୃଣମୂଳ ସ୍ତରରେ ଉଦ୍ୟମ ଚାଲିଥିବା ବେଳେ ଦଳ ଛାଡିବାରେ ଲାଗିଛନ୍ତି ନେତାଏ । ବଲାଙ୍ଗୀର କଂଗ୍ରେସରେ ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଆଗକୁ ଆହୁରି ନେତା ଦଳ ଛାଡିବେ ବୋଲି ଚର୍ଚ୍ଚା ମଧ୍ୟ ହେଉଛି । ଅନ୍ୟପଟେ ନେତା ଦଳ ଛାଡିଲେ କୌଣସି କ୍ଷତି ହେବ ନାହିଁ ଓଲଟା ଏହି ନିର୍ବାଚନ ପରେ କଂଗ୍ରେସ ଦଳ ସ୍ୱଚ୍ଛ ହୋଇ ବାହାରିବ ବୋଲି କହିଛନ୍ତି ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ।

ନିକଟରେ ପୂର୍ବତନ ବିଧାୟକ ତଥା ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅ ଆକାଶ ମିଶ୍ର ତାଙ୍କ ଶତାଧିକ ସମର୍ଥକଙ୍କ ସହ ଦଳ ଛାଡିଥିଲେ । ସେ ସ୍ଥାନୀୟ କଂଗ୍ରେସ ନେତାଙ୍କ ଉପରେ ଦୋଷରୋାପ କରି ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣିଥିଲେ । ସେହିପରି ବଲାଙ୍ଗୀରର ଏଆଇସିସି ସଦସ୍ୟ କଂଗ୍ରେସ ନେତା ବିଧୁ ଭୂଷଣ ତ୍ରିପାଠୀ ମଧ୍ୟ ନିଜ ସମର୍ଥକଙ୍କ ସହ ଦଳ ଛାଡି ବିଜେଡିରେ ଯୋଗଦାନ କରିଥିଲେ। ତେବେ ସେ ମଧ୍ୟ ସ୍ଥାନିୟ କଂଗ୍ରେସ ନେତୃତ୍ୱ ଉପରେ ଦୋଷ ଦେଇଥିଲେ। ସେପଟେ କଂଗ୍ରେସ ଦଳରୁ ଗୋଟିଏ ପରେ ଗୋଟିଏ ଛାମୁଆ ନେତା ଦଳ ଛାଡିଥିବା ବେଳେ କଂଗ୍ରେସ ଦଳ ଏଠି ଛିଡୁ ଥିବାର ଚର୍ଚ୍ଚା ହୋଇଛି। ସେହିପରି ନିର୍ବାଚନରେ ଦଳକୁ କ୍ଷତି ପହଞ୍ଚି ପାରେ ବୋଲି ମଧ୍ୟ ଆଲୋଚନା ଜୋର ହୋଇଛି।

ଏହା ମଧ୍ୟ ପଢନ୍ତୁ-ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ବଲାଙ୍ଗୀର ବିଧାୟକ ପ୍ରାର୍ଥୀ - ODISHA ASSEMBLY ELECTION 2024

ସେପଟେ ବଲାଙ୍ଗୀର କଂଗ୍ରେସ ଦଳର ମୁରବି ନରସିଂହ ମିଶ୍ରଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ର ଏଥର କଂଗ୍ରେସ ବିଧାୟକ ପାର୍ଥୀ ହୋଇଛନ୍ତି। ନେତା ଦଳ ଛାଡିବା ନେଇ ସେ କହିଛନ୍ତି ଯେ, ଯେଉଁ ନେତା ମାନେ ଦଳ ଛାଡିଛନ୍ତି ସେମାନେ ଦଳରେ କେବେ ନ ଥିଲେ । ଏମାନେ କଂଗ୍ରେସରେ ଥାଇ ବିଜେଡି ପାଇଁ କାମ କରି ଆସୁଥିଲେ । ଯାହା ସମସ୍ତଙ୍କୁ ଭଲରେ ଜଣା । ଏମାନେ ଦଳ ଛାଡିବା ଦ୍ୱାରା ଦଳର କୌଣସି କ୍ଷତି ହେବ ନାହିଁ । ଚଳିତ ନିର୍ବାଚନ ପରେ କଂଗ୍ରେସ ଦଳ ସ୍ୱଚ୍ଛ ହୋଇ ସମ୍ନାକୁ ଆସିବ ଓ ସୁଦୃଢ ହେବ । ଦଳରୁ ଏଭଳି ନେତା ଯିବା ଦଳ ପାଇଁ ଭଲ । ''

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details