ଓଡିଶା

odisha

ନବରଙ୍ଗପୁରରେ ନାମାଙ୍କନ ଭରିଲେ ବିଜେପି-କଂଗ୍ରେସ ବିଧାୟକ ପ୍ରାର୍ଥୀ - Odisha Assembly election

By ETV Bharat Odisha Team

Published : Apr 23, 2024, 9:50 AM IST

Congress And BJP Candidates File Nomination: ନାମାଙ୍କନ ଭରିଲେ ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ। ବିଜେପିର 3, କଂଗ୍ରେସ ଓ ସିପିଆଇର ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

ODISHA ASSEMBLY ELECTION
ODISHA ASSEMBLY ELECTION

ODISHA ASSEMBLY ELECTION
ନବରଙ୍ଗପୁର: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ପଞ୍ଚମ ଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ନବରଙ୍ଗପୁରର ପ୍ରତିଦ୍ବନ୍ଦି ପ୍ରାର୍ଥୀ । ସୋମବାର 6 ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ରିଟର୍ଣ୍ଣିଙ୍ଗ ଅଧିକାରୀ ନିକଟରେ ଦାଖଲ କରିଥିଲେ l ସେମାନଙ୍କ ମଧ୍ୟରୁ ବିଜେପିରୁ ସର୍ବାଧିକ 3 ଜଣ, ବିଜେଡି, କଂଗ୍ରେସ ଓ ସିପିଆଇ ଦଳ ତରଫରୁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଭରିଥିଲେ ।

ବିଜେଡିର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ସୋମବାର ନିଜର ସମର୍ଥକଙ୍କ ସହ ରିଟର୍ଣ୍ଣିଙ୍ଗ ଅଫିସର ତଥା ନବରଙ୍ଗପୁର ଜିଲ୍ଲାପାଳ କୋମଳ ଲୋଚନ ମିଶ୍ରଙ୍କ ନିକଟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଥିଲେ l ସେହିପରି ଉମରକୋଟ ବିଧାନସଭା ଆସନ ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଉମରକୋଟ ବିଧାନସଭା ଆସନର ରିଟର୍ଣ୍ଣିଙ୍ଗ ଅଫିସର ତଥା ଅତିରିକ୍ତ ଜିଲ୍ଲପାଳ ନବୀନ ନାୟକଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ l

ଏହା ମଧ୍ୟ ପଢନ୍ତୁ-ନାମାଙ୍କନ ଭରିଲେ ପାରଳାଖେମୁଣ୍ଡି ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ - Odisha Assembly Election 2024

ଡାବୁଗାଁ ବିଧାନସଭା ନିର୍ବଚନ ମଣ୍ଡଳୀର ବିଧାୟକ ଆସନ ପାଇଁ ବିଜେପିର ପ୍ରାର୍ଥୀ ସୋମନାଥ ପୂଜାରୀ ନାମାଙ୍କନ ପତ୍ର ଦାଖଲ କରିଥିଲେ l ଡାବୁଗାଁ ବିଧାନସଭା ଆସନ ପାଇଁ ରିଟର୍ଣ୍ଣିଙ୍ଗ ଅଫିସର ତଥା ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିଲେ l ଜିଲ୍ଲାର ଝରୀଗାଁ ବିଧାନସଭା ଆସନ ପାଇଁ ବିଜେପିର ବିଧାୟକ ପ୍ରାର୍ଥୀ ନରସିଂହ ଭତରା ଓ କଂଗ୍ରେସର ବିଧାୟିକା ପ୍ରାର୍ଥିନୀ ହାରାବତୀ ଗଣ୍ଡ ରିଟର୍ଣ୍ଣିଙ୍ଗ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକଙ୍କ ନିକଟରେ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ସେହିପରି ନବରଙ୍ଗପୁର ଲୋକସଭା ପାଇଁ ସିପିଆଇ ଦଳରୁ ତ୍ରିନାଥ ମୁଣ୍ଡାଗୁଡ଼ିଆ ପ୍ରାର୍ଥୀ ଭାବେ ନବରଙ୍ଗପୁରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ରିଟର୍ଣ୍ଣିଙ୍ଗ ଅଫିସର ଜିଲ୍ଲାପାଳ କୋମଳ ଲୋଚନ ମିଶ୍ରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ l


ନାମାଙ୍କନ ପତ୍ର ଦାଖଲର ପଞ୍ଚମ ଦିନରେ ମୋଟ 6 ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ ବିଜେପିରୁ ସର୍ବାଧିକ 3 ଜଣ, ବିଜେଡି, କଂଗ୍ରେସ ଓ ସିପିଆଇ ଦଳ ତରଫରୁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ସମସ୍ତେ ନିଜ ନିଜ ପ୍ରତିକ୍ରିୟାରେ ବିଜୟୀ ହେବାର ଦୃଢୋକ୍ତି ପ୍ରକାଶ କରିଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details