ଓଡିଶା

odisha

ଲାଲିଆଚାଞ୍ଚଡ଼ା କ୍ଷୁଦ୍ର ଜଳସେଚନ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

By ETV Bharat Odisha Team

Published : Mar 3, 2024, 10:24 AM IST

Laliachencheda Minor Irrigation Project: କନ୍ଧମାଳ ତୁମୁଡ଼ିବନ୍ଧ ବ୍ଲକ ଡଙ୍ଗରପଦର ଠାରେ ଲାଲିଆଚାଞ୍ଚଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପ୍ ଲାଇନ୍ ଜଳସେଚନ ଯୋଜନାରେ ଭିତ୍ତିପ୍ରସ୍ତର ସ୍ଥାପନ । ଅଧିକ ପଢ଼ନ୍ତୁ

ଭିତ୍ତିପ୍ରସ୍ତର ସ୍ଥାପନ
ଭିତ୍ତିପ୍ରସ୍ତର ସ୍ଥାପନ

ଲାଲିଆଚାଞ୍ଚଡ଼ା କ୍ଷୁଦ୍ର ଜଳସେଚନ

ଫୁଲବାଣୀ: ଜଳସେଚନ କ୍ଷେତ୍ରରେ ସୃଷ୍ଟି ହୋଇଛି ସୁବର୍ଣ୍ଣ ଅଧ୍ୟାୟ । ଗୋଟିଏ ଦିନରେ 3037କୋଟି ଟଙ୍କା ବ୍ୟୟର ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଡଙ୍ଗରପଦର ଠାରେ ଲାଲିଆଚାଞ୍ଚଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପ୍ ଲାଇନ୍ ଜଳସେଚନ ଯୋଜନା ଗତକାଲି (ଶନିବାର) ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି ପ୍ରକଳ୍ପ ପାଇଁ ୫୮ଲକ୍ଷ ୧୮ ହଜାର ମୂଲ୍ୟ ଅଟକଳ ରାଶି ରହିଛି ।

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଡଙ୍ଗରପଦର ଠାରେ ଲାଲିଆଚାଞ୍ଚଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ଡଙ୍ଗରପଦର, ତେଲିମୁଣ୍ଡା ଓ ଧୁବଲଖମନ ଆଦି ଗ୍ରାମର ଅଧିବାସୀମାନେ ଉପକୃତ ହୋଇପାରିବେ । ଏହି ଲାଲିଆଚାଞ୍ଚଡା ପ୍ରକଳ୍ପଟି ସମୁଦାୟ ୫୮ଲକ୍ଷ ୧୮ହଜାର ମୂଲ୍ୟ ଅଟକଳରେ ପ୍ରଶାସନିକ ସ୍ତରରେ ଅନୁମୋଦନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ, ଫୁଲବାଣୀ ସୁନିଲ୍ କୁମାର ତ୍ରିପାଠୀ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶନିବାର ୪ଟି ଜିଲ୍ଲାରେ ୧୩୧ କୋଟି ଟଙ୍କା ବିନିମୟରେ କୁସୁମି ବ୍ୟରେଜ୍ ଓ ଭୂତଳ ପାଇପ୍ ଲାଇନ୍ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବଣ୍ଟନ ବ୍ୟବସ୍ଥାର ଉଦ୍‌ଘାଟନ ହୋଇଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଜଳସେଚନ କ୍ଷେତ୍ରରେ ବଡ଼ ପଦକ୍ଷେପ, ୩୦୩୭ କୋଟି ଟଙ୍କାର ୫୨ ପ୍ରକଳ୍ପର ଶୁଭାରମ୍ଭ

ସେହିପରି ୧୫ଟି ଜିଲ୍ଲାରେ ୨୯୦୬ କୋଟି ଟଙ୍କା ବିନିମୟରେ ୩୯ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପ୍ ଲାଇନ୍ ବଣ୍ଟନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଫଳରେ ସେହି ସବୁ ଅଞ୍ଚଳରେ ପିଇବା ପାଣି ସହିତ ଚାଷ ପାଇଁ ଜଳର ଅଭାବରହିବ ନାହିଁ । ଚାଷୀମାନଙ୍କ ସହିତ ସବୁବେଳେ ରହିଆସିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ଉଦ୍‌ଘାଟନୀ ଓ ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ କନ୍ଧମାଳ ଜିଲ୍ଲାପାଳଙ୍କ ଓସ୍ୱାନ୍ ହଲ୍‌ରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫଳକ ଉନ୍ମୋଚନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଅଶୋକ କୁମାର ଭୋଇ, ତୁମୁଡ଼ିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତି ମାଝି, ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ, ଫୁଲବାଣୀ ସୁନିଲ୍ କୁମାର ତ୍ରିପାଠୀଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details