ଓଡିଶା

odisha

୭୬ତମ ପ୍ରତିଷ୍ଠା ଦିବସ ପାଳୁଛି ଭୁବନେଶ୍ୱର, ଜୟଦେବ ଭବନରେ ଫଟୋଚିତ୍ର ପ୍ରଦର୍ଶନୀ - Happy Birthday Bhubaneswar

By ETV Bharat Odisha Team

Published : Apr 13, 2024, 2:47 PM IST

Happy Birthday Bhubaneswar: ଆଜି ସ୍ବପ୍ନର ସହର ଭୁବନେଶ୍ବରର ଜନ୍ମଦିନ । ଏହି ଅବସରରେ ବିଧାନସଭା ସମ୍ମୁଖରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜୟଦେବ ଭବନରେ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟନ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

୭୬ତମ ପ୍ରତିଷ୍ଠା ଦିବସ ପାଳୁଛି ଭୁବନେଶ୍ୱର, ଜୟଦେବ ଭବନରେ ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ବର:ଆଜି ୭୬ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ୱର । ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ଯୋଗୁଁ ଧୁମଧାମରେ ନୁହେଁ, ନିରାଡ଼ମ୍ବର ଭାବେ ଭୁବନେଶ୍ବରର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରରେ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସରେ ମାଲ୍ୟାର୍ପଣ ସହିତ ପତାକା ଉତ୍ତୋଳନ କରାଯାଇଛି । ଏହାପରେ ଅତିଥିଙ୍କ ଦ୍ଵାରା ଜୟଦେବ ଭବନରେ ଏକ ସ୍ଵତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀର ଉଦଘାଟନ କରାଯାଇଛି । ଏହି ଅବସରରେ ମୁଖ ଶାସନ ସଚିବ ପ୍ରଦୀପ ଜେନାଙ୍କ ସମେତ ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଡିସିପି ପ୍ରତୀକ ସିଂ, ବିଏମସି କମିଶନର ରାଜେଶ ପ୍ରଭାକର ପଟେଲ, ବିଡିଏ ଉପାଧ୍ୟକ୍ଷ ବଲବନ୍ତସିଂ, ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରର ୭୬ତମ ପ୍ରତିଷ୍ଠା ଦିବସ ପାଳୁଛି । ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ବାରା ରାଜଧାନୀର ଶୁଭ ଦିଆଯାଇଥିଲା । ସମୟ ସହିତ ତାଳ ଦେଇ ବୃଦ୍ଧି ପାଇଛି ଭୁବନେଶ୍ବରର କଳେବର । ବିକାଶ ଧାରାରେ ସାମିଲ ହୋଇ ଦେଶର ୧ନମ୍ବର ସ୍ମାର୍ଟସିଟିର ମାନ୍ୟତା ହାସଲ କରିଛି । ସହରର ଆକାର ବଢିବା ସହ ଚିତ୍ର ଚରିତ୍ରରେ ପରିବର୍ତ୍ତନ ହୋଇ ଜନସଂଖ୍ୟା ୧୫ ହଜାରରୁ ୧୫ ଲକ୍ଷରେ ପହଞ୍ଚିଛି । ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ସବୁ କ୍ଷେତ୍ରରେ ଜାରି ରହିଛି ବିକାଶ । ଦେଶର ନମ୍ବର ଓ୍ବାନ୍ ସ୍ମାର୍ଟସିଟିର ମାନ୍ୟତା ହାସଲ କରିସାରିଛି ଭୁବନେଶ୍ବର । ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଜରିଆରେ ଭୁବନେଶ୍ବରର ବିକାଶ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ: ସ୍ବପ୍ନର ସହର ଭୁବନେଶ୍ବର, ନା ଥକିଛି ନା ଅଟକିଛି - Bhubaneswar Foundation Day

ଆଜି ପ୍ରତିଷ୍ଠା ଦିବସ ଉପଲକ୍ଷେ ସଜେଇ ହୋଇଛି ପୂରା ରାଜଧାନୀ । ବିଧାନସଭା, ଲୋକସେବା ଭବନ, କମିଶନରେଟ୍ ବିଲ୍ଡିଂ ସମେତ ରାସ୍ତାଘାଟ ରଙ୍ଗୀନ ଆଲୋକମାଳାରେ ଝଲସୁଛି । ରାଜଧାନୀ ପ୍ରତିଷ୍ଠା କମିଟିର ସଭାପତି କହିଛନ୍ତି ଯେ, କଳେବର ବଢିଛି, ନୂଆ ଭୁବନେଶ୍ୱରର ବିକାଶ ହୋଇଛି । ହେଲେ ଏବେ ବି ଅନେକ କିଛି ରହିଯାଇଛି । ଜଳ ନିଷ୍କାସନ ସମସ୍ୟାଠୁ ଆରମ୍ଭ କରି ରାସ୍ତାଘାଟ, ଅନଧିକାର ଭାବେ ଜବରଦଖଲ ଆଦି ସମସ୍ୟାର ଏବେ ବି ସମାଧାନ ହେବାର ଅଛି । ତେଣୁ ଆଜି ଦିନରେ ଯୋଜନାବଦ୍ଧ ଭାବେ ସହରର ବିକାଶ ଓ ସୌନ୍ଦର୍ଯ୍ୟ ଦିଗରେ ସରକାର ସଂକଳ୍ପବଦ୍ଧ ଭାବେ ପ୍ରୟାସ କରିବା ଉଚିତ ବୋଲି ସେ କହିଛନ୍ତି । ସରକାରଙ୍କର ଏହି ପ୍ରୟାସରେ ହିଁ ବିକାଶ ଦିଗରେ ଭୁବନେଶ୍ୱର ଶିଖର ଛୁଇଁବା ସହ ସବୁବେଳେ ଦେଶରେ ଏକ ନମ୍ବର ସହର ଭାବେ ପରିଗଣିତ ହେବ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details