ଓଡିଶା

odisha

ବୌଦ୍ଧରେ ଥମୁନି ମନ୍ଦିରରୁ ସିରିଜ ଚୋରି, ପୋଲିସ ଓ ଅବକାରୀ ବିଭାଗ ଉପରେ ବର୍ଷିଲା ଜିଲ୍ଲା ବିଜେପି

By ETV Bharat Odisha Team

Published : Feb 5, 2024, 9:15 PM IST

BJP slams Police and Excise Dept : ବୌଦ୍ଧ ଜିଲ୍ଲାରେ ଥମୁନି ସିରିଜ ଚୋରି ଘଟଣା । ପୋଲିସର ଅପାରଗତା ଓ ଅବକାରୀ ବିଭାଗର ଅବହେଳାକୁ ନେଇ ଟାର୍ଗେଟ କରିଛି ଜିଲ୍ଲା ବିଜେପି । ଅଧିକ ପଢନ୍ତୁ

ବୌଦ୍ଧରେ ଥମୁନି ମନ୍ଦିରରୁ ସିରିଜ ଚୋରି, ପୋଲିସ ଓ ଅବକାରୀ ବିଭାଗ ଉପରେ ବର୍ଷିଲା ଜିଲ୍ଲା ବିଜେପି
ବୌଦ୍ଧରେ ଥମୁନି ମନ୍ଦିରରୁ ସିରିଜ ଚୋରି, ପୋଲିସ ଓ ଅବକାରୀ ବିଭାଗ ଉପରେ ବର୍ଷିଲା ଜିଲ୍ଲା ବିଜେପି

ବୌଦ୍ଧରେ ଥମୁନି ମନ୍ଦିରରୁ ସିରିଜ ଚୋରି, ପୋଲିସ ଓ ଅବକାରୀ ବିଭାଗ ଉପରେ ବର୍ଷିଲା ଜିଲ୍ଲା ବିଜେପି

ବୌଦ୍ଧ:ଜିଲ୍ଲାରେ ଥମୁନି ସିରିଜ ଚୋରି ଘଟଣା । ଲଗାତାର ଭାବେ ଗୋଟେ ପରେ ଗୋଟେ ମନ୍ଦିରରୁ ହେଉଛି ଲୁଟ । ଗତ କିଛି ଦିନ ମଧ୍ୟରେ ଜିଲ୍ଲା ସଦରମହକୁମାର ବିଭିନ୍ନ ମନ୍ଦିରରୁ ଲୁଟେରା ଗ୍ୟାଙ୍ଗ ଲୁଟପାଟ କରୁଥିଲେ ମଧ୍ୟ ପୋଲିସ ଏମାନଙ୍କୁ ଧରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ପୋଲିସ ଓ ଅବକାରୀ ବିଭାଗ ଉପରେ ବର୍ଷିଲା ଜିଲ୍ଲା ବିଜେପି ।

ବିଳମ୍ବିତ ରାତିରେ ବୌଦ୍ଧ ଜିଲ୍ଲା ସଦର ମହକୁମାର ଚନ୍ଦ୍ରଚୂଡ ମନ୍ଦିର, ମହାନଦୀ ଗର୍ଭରେ ଅବସ୍ଥିତ ହନୁମାନ ମନ୍ଦିର, ଜଳେଶ୍ଵର ମନ୍ଦିର ଭଳି ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ଚୋର ଲୁଟେରା ଗ୍ୟାଙ୍ଗ ଲୁଟପାଟ କରିଥିବା ବେଳେ ଆଜି ପୁଣିଥରେ ଜିଲ୍ଲାର ଆରାଧ୍ୟ ଦେବୀ ମା' ଭୈରବୀଙ୍କ ମନ୍ଦିରରେ ଚୋରମାନେ ପଶି ଲୁଟପାଟ କରିଥିବା ଅଭିଯୋଗ ହୋଇଛି । ଏହି ଚୋର ଲୁଟେରା ଗ୍ୟାଙ୍ଗ ବିଶେଷ ଭାବରେ ମନ୍ଦିରର ଦାନ ହୁଣ୍ଡି ବା ଦାନବାକ୍ସକୁ ଲୁଟ କରିବାକୁ ଟାର୍ଗେଟ କରୁଥିବା ବେଳେ ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ .... କଟକ ଦୁର୍ଗା ମନ୍ଦିର ଲୁଟ ପଛରେ ବଞ୍ଜାରା ଗ୍ୟାଙ୍ଗ, ପୋଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ !

ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ବିଜେପି ଜିଲ୍ଲା ପ୍ରଶାସନ ଓ ପୋଲିସ ଉପରେ ବର୍ଷିଛି । ଦୀର୍ଘ ବର୍ଷ ଧରି ବୌଦ୍ଧ ସହରରେ ଥିବା ମନ୍ଦିରରୁ ଆଦୌ ଚୋରି ହେଉନଥିବା ବେଳେ କିଛି ଅପରାଧୀ ଉଦ୍ଦେଶ୍ୟମୂଳକ ଭାବେ ଚୋରି କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ବୌଦ୍ଧ ସହରର ଛାତି ଉପରୁ ଏଭଳି ଚୋରି ଘଟଣା ପୋଲିସର କାର୍ଯ୍ୟ ଦକ୍ଷତାକୁ ସନ୍ଦେହ ଘେରକୁ ଆଣୁଛି । ପୋଲିସକୁ ଅପରାଧୀମାନେ ସିଧାସଳଖ ଚ୍ୟାଲେଞ୍ଜ ଦେଉଛନ୍ତି । ସହର ମଧ୍ୟରେ ପୋଲିସ ପାଟ୍ରୋଲିଂ ହେଉନଥିବା ବେଳେ ପୋଲିସର ଅପରାଧୀଙ୍କ ପ୍ରତି କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନାହିଁ ।

ମୋଟ ଉପରେ ବୌଦ୍ଧ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଏଥି ପାଇଁ ଜିଲ୍ଲାରେ ସକ୍ରିୟ ଥିବା ମଦ ମାଫିଆ ଓ ଗଞ୍ଜେଇ ମାଫିଆ ଦାୟୀ । ସେମାନଙ୍କ ପ୍ରତି ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଯୋଗୁଁ ଏଭଳି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଏନେଇ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗକୁ ଟାର୍ଗେଟ କରିଛି ଜିଲ୍ଲା ବିଜେପି । ଏପରିକି ବୌଦ୍ଧ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ଜିଲ୍ଲା ବିଜେପି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details