ଓଡିଶା

odisha

ଡବଲ ଷ୍ଟାଣ୍ଡର୍ଡ ଯୋଗୁଁ କଂଗ୍ରେସ ତଳକୁ ଖସି ଯାଉଛି: ସାଂସଦ ପ୍ରତାପ ଷଡଙ୍ଗୀ

By ETV Bharat Odisha Team

Published : Jan 29, 2024, 8:12 PM IST

BJP MP Pratap Sarangi target to Congress president: କଂଗ୍ରେସ ଡବଲ ଷ୍ଟାଣ୍ଡର୍ଡ ଯୋଗୁଁ ତଳକୁ ଖସି ଖସି ଯାଉଛି। ଓଡିଶାକୁ ମଲ୍ଲିକାର୍ଜୁନ ଖଡଗେ ରାହୁଲ ଗାନ୍ଧୀ ଆସିଲେ କିଛି ପ୍ରଭାବ ନାହିଁ। ଫ୍ୟୁଜ ହୋଇଥିବା ବଲ ଜଳିବନି । ଖଡଗେ ମୋଦିଙ୍କ ସମାନ ନୁହଁନ୍ତି। ସୂର୍ଯ୍ୟ ଉଦୟ ହେଲେ ଯେତେ ଅନ୍ଧାର ହୁଏ ଆଉ ଜୁଳୁଜୁଲିଆ ପୋକରେ ଅନ୍ଧାର ଦୂର ହୁଏନି । କଂଗ୍ରେସର ପ୍ରଭାବ କମିଛି। ନିର୍ବାଚନ ମଣ୍ଡଳୀରେ ମାତ୍ର ୩ରୁ ୪ ହଜାର ଭୋଟ ବଞ୍ଚିଛି। ଅଧିକ ପଢନ୍ତୁ

ଡବଲ ଷ୍ଟାଣ୍ଡର୍ଡ ଯୋଗୁଁ କଂଗ୍ରେସ  ତଳକୁ ଖସି  ଯାଉଛି: ସାଂସଦ ପ୍ରତାପ ଷଡଙ୍ଗୀ
ଡବଲ ଷ୍ଟାଣ୍ଡର୍ଡ ଯୋଗୁଁ କଂଗ୍ରେସ ତଳକୁ ଖସି ଯାଉଛି: ସାଂସଦ ପ୍ରତାପ ଷଡଙ୍ଗୀ

ଡବଲ ଷ୍ଟାଣ୍ଡର୍ଡ ଯୋଗୁଁ କଂଗ୍ରେସ ତଳକୁ ଖସି ଯାଉଛି: ସାଂସଦ ପ୍ରତାପ ଷଡଙ୍ଗୀ

ଭୁବନେଶ୍ବର:କଂଗ୍ରେସ ଡବଲ ଷ୍ଟାଣ୍ଡର୍ଡ ଯୋଗୁଁ ତଳକୁ ଖସି ଖସି ଯାଉଛି। ଓଡିଶାକୁ ମଲ୍ଲିକାର୍ଜୁନ ଖଡଗେ ରାହୁଲ ଗାନ୍ଧୀ ଆସିଲେ କିଛି ପ୍ରଭାବ ନାହିଁ। ଫ୍ୟୁଜ ହୋଇଥିବା ବଲ ଜଳିବନି। ଖଡଗେ ମୋଦିଙ୍କ ସମାନ ନୁହଁନ୍ତି। ସୂର୍ଯ୍ୟ ଉଦୟ ହେଲେ ଯେତେ ଅନ୍ଧାର ହୁଏ ଆଉ ଜୁଳୁଜୁଲିଆ ପୋକରେ ଅନ୍ଧାର ଦୂର ହୁଏନି । କଂଗ୍ରେସର ପ୍ରଭାବ କମିଛି। ନିର୍ବାଚନ ମଣ୍ଡଳୀରେ ମାତ୍ର ୩ରୁ ୪ ହଜାର ଭୋଟ ବଞ୍ଚିଛି। ପରିବାରବାଦ, ଏକଛତ୍ରବାଦ ପାର୍ଟି ଗୋଟେ ପଟେ ଆଉ ଗୋଟିଏ ପଟେ ମୋଦି ଅଛନ୍ତି । ଅଖିଳ ଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଓଡିଶା ଗସ୍ତକୁ ନେଇ ଏଭଳି ଢଙ୍ଗରେ ଆକ୍ରମଣ କରିଛନ୍ତି ବିଜେପି ସାଂସଦ ପ୍ରତାପ ଷଢଙ୍ଗୀ ।

ଅଧିକ ପଢନ୍ତୁ- ସତ୍ୟର ସାମ୍ନା କରିବାକୁ INDIA ମେଣ୍ଟର ସାହସ ନାହିଁ: ସାଂସଦ ପ୍ରତାପ ଷଡଙ୍ଗୀ

ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, ‘‘ଖଡଗେଙ୍କ ଓଡିଶା ଗସ୍ତର କିଛି ପ୍ରଭାବ ପଡିବ ନାହିଁ। କଂଗ୍ରେସର ଡବଲ ଷ୍ଟାଣ୍ଡାର୍ଡ ଯୋଗୁଁ ତଳକୁ ଖସି ଖସି ଯାଉଛି। ଖଡଗେ ହୁଅନ୍ତୁ କି ରାହୁଲ ଗାନ୍ଧୀ ଯିଏ ଆସିଲେ ବି କିଛି ପ୍ରଭାବ ପଡିବ ନାହିଁ। ଫ୍ୟୁଜ ହୋଇଥିବା ବଲ ଜଳିବନି। ମୋଦି ଖଡଗେ ସମାନ ନୁହଁନ୍ତି। ସୂର୍ଯ୍ୟ ଉଦୟ ହେଲେ ଯେତେ ଅନ୍ଧାର ହୁଏ ଆଉ ଜୁଳୁଜୁଲିଆ ପୋକରେ ଅନ୍ଧାର ଦୂର ହୁଏନି । ମୋଦି ହେଉଛନ୍ତି ସୂର୍ଯ୍ୟ ।’’

ସେହିପରି କଂଗ୍ରେସ ଅଧ୍ୟକ୍ଷଙ୍କ ଓଡିଶା ଗସ୍ତକୁ ନେଇ ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ଖଡଗେ ଆସିଲେ ଓଡ଼ିଶା କଂଗ୍ରେସର ଗଛ ବଢିପାରେ କିନ୍ତୁ ଫଳ ଫଳିବନି। ବାଞ୍ଝ ଗଛ ହୋଇ ବାହାରିବ। ବିଜେପି ବିଜେଡ଼ି ସଂପର୍କ କଥା କହିଲେ ଲୋକ ଗ୍ରହଣ କରିବେନି। ଓଡ଼ିଶା ବିଜେଡି ସହ ବିଜେପି ଲଢେଇ କରୁଛି କରିବ । ଯଦି ବିଜେପି ବିଜେଡି ସଂପର୍କ ଥାନ୍ତା ମୋ ଉପରେ ବିଜେଡି ବୋମା ମାଡ କରି ନଥାନ୍ତା। ଫେବୃଆରୀ ୩ ରେ ମୋଦିଙ୍କ ଓଡ଼ିଶା ଗସ୍ତ ଲଢେଇରେ ସଂକେତ ବୋଲି ।

ଆଜି ଲୋୟର ପିଏମଜିରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଓଡ଼ିଶା ବଞ୍ଚାଅ ସମାବେଶରେ ଯୋଗଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏହି ସମାବେଶରେ ବରିଷ୍ଠ ନେତାଙ୍କଠାରୁ ଆରମ୍ଭ କରି ପଞ୍ଚାୟତ, ବୁଥ, ବ୍ଲକ ସ୍ତରର କର୍ମୀଙ୍କୁ ଉଦବୋଧନ ଦେଇଥିଲେ ଖଡଗେ। ନିଜ ଉଦବୋଧନରେ ଉଭୟ ବିଜେପି ଓ ବିଜେଡି ବିରୋଧରେ ବିଷୋଦଗାର କରିଥିଲେ । ପରେ ଖଡଗେ ଦଳୀୟ ନେତାଙ୍କ ଏକ ବୈଠକ କରିବେ । ଆସନ୍ତା ଫେବ୍ରୁଆରୀ ୧୪ ରେ ଓଡିଶା ଆସିବାକୁ ଥିବା ନ୍ୟାୟ ଯାତ୍ରାର ପ୍ରସ୍ତୁତି ନେଇ ଆଲୋଚନା କରାଯିବ । ଓଡିଶାର ୪ ଜିଲ୍ଲାରେ ୪ ଦିନିଆ ଭାରତ ଯୋଡ ନ୍ୟାୟ ଯାତ୍ରା କରାଯିବ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details