ସତ୍ୟର ସାମ୍ନା କରିବାକୁ INDIA ମେଣ୍ଟର ସାହସ ନାହିଁ: ସାଂସଦ ପ୍ରତାପ ଷଡଙ୍ଗୀ
ସତ୍ୟର ସାମ୍ନା କରିବାକୁ INDIA ମେଣ୍ଟର ସାହସ ନାହିଁ: ସାଂସଦ ପ୍ରତାପ ଷଡଙ୍ଗୀ
ଏହାକୁ ନେଇ ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି ଗଣତନ୍ତ୍ରରେ ଗଣମାଧ୍ୟମ ଏକ ବଡ ଅସ୍ତ୍ର। ହେଲେ ଗଣମାଧ୍ୟମକୁ ଏଭଳି ବୟକଟ କରିବା କେତେ ସମୀଚିନ? ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଅପମାନିତ କରୁଛନ୍ତି କାରଣ ସତ୍ୟକୁ ସାମ୍ନା କରିବାକୁ ତାଙ୍କ ସାହସ ନାହିଁ। ଇଣ୍ଡିଆ ମେଣ୍ଟ ଏକ ଅସାଧୁ ମେଣ୍ଟ। ୟୁପିଏକୁ ନେଇ ସ୍ଥିର ନିଶ୍ଚିତ ହୋଇପାରିଲେ ନାହିଁ। ଅଧିକ ପଢନ୍ତୁ
ଭୁବନେଶ୍ବର: ସତ୍ୟର ସାମ୍ନା କରିବାକୁ ଇଣ୍ଡିଆ ମେଣ୍ଟର ସତସାହସ ନାହିଁ । ଭାରତର ଇତିହାସରେ ପ୍ରଥମଥର ପାଇଁ କୌଣସି ରାଜନୈତିକ ଦଳ ଟିଭି ଚ୍ୟାନେଲ ଆଙ୍କର ମାନଙ୍କ ଶୋ’ କୁ ବର୍ଜନ କରିଛନ୍ତି। ସେମାନଙ୍କ କହିବା କଥା ହେଲା ଏହି ସବୁ ଚ୍ୟାନେଲ ମାନଙ୍କରେ ଘୃଣା ଭାବର ପ୍ରଚାର ଓ ପ୍ରସାର ଚାଲିଛି। ତେଣୁ ସେହି ସବୁ ଚ୍ୟାନେଲର ନିର୍ଦ୍ଦିଷ୍ଟ ଉପସ୍ଥାପକ ମାନଙ୍କ ଶୋ’କୁ ଇଣ୍ଡିଆ ମେଣ୍ଟର କୌଣସି ନେତା ଯିବେ ନାହିଁ ବୋଲି ଇଣ୍ଡିଆ ମେଣ୍ଟ ବୈଠକରେ ନିଷ୍ପତ୍ତି ହୋଇଛି ।
ଏହାକୁ ନେଇ ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି ଗଣତନ୍ତ୍ରରେ ଗଣମାଧ୍ୟମ ଏକ ବଡ ଅସ୍ତ୍ର । ହେଲେ ଗଣମାଧ୍ୟମକୁ ଏଭଳି ବୟକଟ କରିବା କେତେ ସମୀଚିନ ? ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଅପମାନିତ କରୁଛନ୍ତି କାରଣ ସତ୍ୟକୁ ସାମ୍ନା କରିବାକୁ ତାଙ୍କ ସାହସ ନାହିଁ। ଇଣ୍ଡିଆ ମେଣ୍ଟ ଏକ ଅସାଧୁ ମେଣ୍ଟ। ୟୁପିଏକୁ ନେଇ ସ୍ଥିର ନିଶ୍ଚିତ ହୋଇପାରିଲେ ନାହିଁ। ସେମାନଙ୍କ ବିଶ୍ବାସ ହେଲାନାହିଁ ସେଥିପାଇଁ ପରିବର୍ତ୍ତନ କଲେ ଇଣ୍ଡିଆ । ଗାନ୍ଧୀଙ୍କ ମୌଳିକ ଶିକ୍ଷା, କୁଟୀର ଶିଳ୍ପ, ଗୋ ରକ୍ଷା ଏପରିକି ଗାନ୍ଧୀଙ୍କ ଆତ୍ମାକୁ ସେମାନେ ହତ୍ୟା କରିଛନ୍ତି। ଗାନ୍ଧୀଙ୍କ ସାଙ୍ଗିଆକୁ ହଡପ କଲେ। ସେ ମେଣ୍ଟ ଆଉ ଜନତାର ବିଶ୍ବାସର ପାତ୍ର ହୋଇପାରିଲେ ନାହିଁ । ଭାରତର ଜନତା ତାଙ୍କୁ ପ୍ରତ୍ୟାଖ୍ୟାନ କରି ସାରିଛନ୍ତି। ସେମାନେ ବିରୋଧୀ ଦଳ ମାନ୍ୟତା ବି ପାଇଲେନି ।
ସୂଚନାଯୋଗ୍ୟଯେ ବିଜେପି ମେଣ୍ଟ ବିରୋଧରେ ଏକାଠି ହୋଇଛନ୍ତି ଦେଶର 26 ଟି ରାଜନୈତିକ ଦଳ । ଏହି ମେଣ୍ଟ ଏବେ ମିଳିତ ଭାବେ ବିଜେପି ବିରୋଧରେ ଲଢେଇ କରିବାକୁ ଯାଉଥିବା ବେଳେ, ମେଣ୍ଟ ଗତତାଲି ଜାତୀୟ ଗଣମାଧ୍ୟମର କିଛି ଆଙ୍କରଙ୍କ ଶୋ’କୁ ବର୍ଜନ କରିବାକୁ ଘୋଷଣା କରିଛି । ଯାହାକୁ ନେଇ ଏବେ ଶାସକ ବିରୋଧୀ ମୁହାଁମୁହାଁ ହୋଇଛନ୍ତି ।
ଏପଟେ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଆରମ୍ଭ କରିବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ତଥା ବିଶ୍ଵକର୍ମା ପୂଜା ଅବସରରେ 17 ସେପ୍ଟେମ୍ବରରେ ଆରମ୍ଭ ହେବ ଯୋଜନା । ଭାରତର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ହେବ । ଓଡ଼ିଶାରେ ମଧ୍ୟ 3ଟି ସ୍ଥାନରେ କାର୍ଯ୍ୟକ୍ରମ ପାଇଁ ଯୋଜନା ରହିଛି । ଭୁବନେଶ୍ୱରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସମ୍ବଲପୁରରେ କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜନ୍ ବର୍ଲା ଏବଂ ପୁରୀରେ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡ଼. ମୁଞ୍ଜାପରା ମହେନ୍ଦ୍ର ଭାଇ କାଲୁଭାଇ ଉପସ୍ଥିତ ରହିବେ ।
ଇଟିଭି ଭାରତ, ଭୁବନେଶ୍ବର
