ଓଡିଶା

odisha

ବଲାଙ୍ଗୀରରେ ୪ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ - Nomination By BJP Candidates

By ETV Bharat Odisha Team

Published : Apr 29, 2024, 10:42 PM IST

Nomination By BJP Candidates: ବଲାଙ୍ଗୀର ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆଜି ୪ଟିରେ ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଜାଣନ୍ତୁ କିଏ କିଏ ଦାଖଲ କଲେ ପ୍ରାର୍ଥୀ ପତ୍ର ।

Nomination
Nomination

Nomination

ବଲାଙ୍ଗୀର: ଜିଲ୍ଲାରେ 5T ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆଜି ୪ ଜଣ ବିଜେପି ପ୍ରାର୍ଥୀ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଲୋଇସିଂହା ଆସନ ପାଇଁ ମୁକେଶ ମହାଲିଙ୍ଗ, ବଲାଙ୍ଗୀର ପାଇଁ ଗୋପାଲଜୀ ପାଣିଗ୍ରାହୀ, କଣ୍ଟାବାଞ୍ଜି ଲକ୍ଷ୍ମଣ ବାଗ ଓ ଟିଟିଲାଗଡ ପାଇଁ ନବୀନ ଜୈନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବଲାଙ୍ଗୀର ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆଜି ୪ଟିରେ ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଯାହା ପାଇଁ ବିଜେପି ପ୍ରାର୍ଥୀମାନେ ସବୁଠି ବିଶାଳ ଶୋଭାଯାତ୍ରାରେ ଆସି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।


ଲୋଇସିଂହା ପାଇଁ ବିଜେପି ପକ୍ଷରୁ ମୁକେଶ ମହାଲିଙ୍ଗ, ବଲାଙ୍ଗୀର ପାଇଁ ବିଜେପିର ଗୋପାଲଜୀ ପାଣିଗ୍ରାହୀ, କଣ୍ଟାବାଞ୍ଜି ପାଇଁ ବିଜେପିର ଲକ୍ଷ୍ମଣ ବାଗ ଓ ଟିଟିଲାଗଡ଼ ପାଇଁ ବିଜେପିର ନବୀନ ଜୈନ ନିଜର ନାମାଙ୍କନପତ୍ର ଆଜି ଦାଖଲ କରିଛନ୍ତି । ବିରାଟ ପଟୁଆରରେ ସହର ପରିକ୍ରମା କରିବା ପରେ ସେମାନେ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସବୁ ବିଜେପି ବିଧାୟକ ପ୍ରାର୍ଥୀ ଏଥର ବହୁମତ ପାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଲୋକେ ତାଙ୍କୁ ଅଞ୍ଚଳର ବିକାଶ ପାଇଁ ଓ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବା ପାଇଁ ବିଜୟୀ କରାଇବେ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି ।


ପ୍ରାର୍ଥୀପତ୍ର ଦାଖଲ ପରେ ଗୋପାଲଜୀ ପାଣିଗ୍ରାହୀ କହିଛନ୍ତି, "ମୁଁ ବଲାଙ୍ଗୀର ମାଟିର ପିଲା । ଏଠାକାର ଅନେକ ସମସ୍ୟା ଓ ମୁଦ୍ଦା ଅଛି । ସେସବୁର ସମାଧାନ କରିବାକୁ ଚେଷ୍ଟା ଜାରି ରଖିବି । ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ସବୁ କ୍ଷେତ୍ରରେ ଆଜି ବି ବଲାଙ୍ଗୀର ପଛୁଆ ଅଟେ। ଏଠାରୁ ବହୁ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ସେହିପରି ଅନେକ ନଦୀ ନାଳ ଥିଲେ ସୁଦ୍ଧା ଏଠି ଜଳ ସେଚନ ସୁବିଧା ନାହିଁ ।" ତେଣୁ ଏହି ସବୁ ବିଷୟ ତାଙ୍କର ମୁଖ୍ୟ ମୁଦ୍ଦା ଥିବାବେଳେ ଲୋକେ ତାଙ୍କୁ ଭରସା କରି ବିଜୟୀ କରାଇବେ ବୋଲି ସେ କହିଛନ୍ତି।

ଏହା ବି ପଢନ୍ତୁ...ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ଭରିଲେ ଦିଲ୍ଲୀପ - Dilip Ray File Nomination


ସେପଟେ ଲୋଇସିଂହାର ବିଜେପି ବିଧାୟକ ତଥା ବର୍ତ୍ତମାନର ପ୍ରାର୍ଥୀ ମୁକେଶ ମହାଲିଙ୍ଗ ଆଜି ନାମାଙ୍କନ ପତ୍ର ଦାଖଲ ପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, "ବିଜେପି ସରକାରଙ୍କ ମୋଦି ଗ୍ୟାରେଣ୍ଟି ଓ ବିକାଶମୂଳକ କାମ ପାଇଁ ଲୋକେ ପୁଣି ନିର୍ବାଚିତ କରିବେ ବୋଲି ମୁଁ ଆଶାବାଦୀ ।" ତେବେ ଦଳର ଏଜେଣ୍ଡା ସହିତ ତାଙ୍କର ମଧ୍ୟ କିଛି ଏଜେଣ୍ଡା ଅଛି ଯାହା ଉପରେ ସେ ଆଗକୁ କାମ କରିବେ ବୋଲି କହିଛନ୍ତି । ଯେଉଁଥିରେ ଶିକ୍ଷା ସ୍ୱାସ୍ଥ୍ୟ, ଜଳସେଚନ ଓ ନିଯୁକ୍ତି ପାଇଁ ସେ କାମ କରିବେ ଓ ଲୋକ ଏହି ସବୁ ବିଷୟ ପାଇଁ ତାଙ୍କୁ ବହୁମତ ଦେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁକେଶ ମହାଲିଙ୍ଗ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details