ଓଡିଶା

odisha

ଭୁବନ 3 ନମ୍ବର ଜୋନରେ କର୍ମୀ ସମ୍ମିଳନୀ କରି ଶକ୍ତି ପ୍ରଦର୍ଶନ କଲା ବିଜେଡି - Dhenkanal BJD

By ETV Bharat Odisha Team

Published : Apr 16, 2024, 10:35 PM IST

BJD Workers Conference In Dhenkanal: କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଭୁବନ ବ୍ଲକ 3 ନମ୍ବର ଜୋନରେ ବିଜେଡିର କର୍ମୀ ସମ୍ମିଳନୀ । ଅଧିକ ପଢ଼ନ୍ତୁ

ଭୁବନ 3 ନମ୍ବର ଜୋନରେ କର୍ମୀ ସମ୍ମିଳନୀ କରି ଶକ୍ତି ପ୍ରଦର୍ଶନ କଲା ବିଜେଡି
ଭୁବନ 3 ନମ୍ବର ଜୋନରେ କର୍ମୀ ସମ୍ମିଳନୀ କରି ଶକ୍ତି ପ୍ରଦର୍ଶନ କଲା ବିଜେଡି

ଭୁବନ 3 ନମ୍ବର ଜୋନରେ କର୍ମୀ ସମ୍ମିଳନୀ କରି ଶକ୍ତି ପ୍ରଦର୍ଶନ କଲା ବିଜେଡି

ଢେଙ୍କାନାଳ: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢୁଛି । ରାଜନୈତିକ ଦଳମାନେ ନିଜ ନିଜ ଦଳକୁ ସୃଦୃଢ଼ କରିବାକୁ ମୈଦାନକୁ ଓହ୍ଲାଇ ସାରିଛନ୍ତି । ଗାଁ ଗାଁରେ ପହଞ୍ଚି ଭୋଟରମାନଙ୍କୁ ଆକୃଷ୍ଠ କରିବାକୁ ସବୁ ଦଳ ଗୋଟି ଚଳାଇଲେଣି । ତେବେ ବିଜୁ ଜନତା ଦଳ ଖୁବ ଜୋରସୋରରେ ତାର ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଛି । ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲି ନିଜ ଦଳର କର୍ମୀମାନଙ୍କୁ ସୃଦୃଢ଼ କରିବାକୁ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଆଜି (ମଙ୍ଗଳବାର) କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଭୁବନ ବ୍ଲକ 3 ନମ୍ବର ଜୋନରେ ବିଜେଡିର କର୍ମୀ ସମ୍ମିଳନୀ କରି ଦଳର ଶକ୍ତି ପ୍ରଦର୍ଶନ କରିଛି ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଭୁବନ ବ୍ଲକ 3 ନମ୍ବର ଜୋନରେ ବିଜେଡିର କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ । ଏଥିରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଢେଙ୍କାନାଳର ନବାଗତ ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ସାମିଲ ହୋଇଥିଲେ । ପ୍ରଥମେ ସହିଦ ବୀର ବାଜି ରାଉତଙ୍କ ଜନ୍ମମାଟିରୁ ଏକ ବିଶାଳ ବାଇକ ରାଲିରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ବାହାରି ମହୁଲପାଳ ଗ୍ରାମ ନୂଆହାଟରେ ପହଞ୍ଚିଥିଲେ । ଏହି ରାଲିରେ ବହୁ ସଂଖ୍ୟାରେ ବିଜୁ ଜନତା ଦଳର କର୍ମୀମାନେ ଯୋଗା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରାୟ ୫ ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ ବହୁ ସଂଖ୍ୟାରେ ମହିଳା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଅନେକ ଉତ୍ସହ ଦେଖିବାକୁ ମିଳିଥିଲା ।

ଏହି ଅବସରରେ ମନ୍ତ୍ରୀ ତଥା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ ମଲ୍ଲିକ କହିଛନ୍ତି, " ବିଜେଡି ପ୍ରତି ଲୋକମାନଙ୍କ ସ୍ନେହ ଶ୍ରଦ୍ଧା ଅଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧା ରହିଛି । ତାଙ୍କ ବିକାଶ ଧାରାକୁ ଲୋକ ବିଶ୍ୱାସ କରୁଛନ୍ତି । ତେଣୁ ଆମର ବିଶ୍ୱାସ ରହିଛି ଏହି ଅଞ୍ଚଳରେ ଆମେ ବହୁ ସଂଖ୍ୟାରେ ଭୋଟ ପାଇ ନିଶ୍ଚୟ ବିଜୟ ଲାଭ କରିବୁ ।"

ସେହିପରି ଢେଙ୍କାନାଳ ଲୋକସଭା ଆସନ ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ସାମଲ କହିଛନ୍ତି, "କର୍ମୀ ସମ୍ମିଳନୀରେ ମହିଳା ସଶକ୍ତିକରଣ ଦେଖିବାକୁ ମିଳିଛି । 90 ପ୍ରତିଶତ ଏଠି ମହିଳା ହିଁ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ ପ୍ରଗତି କରିଛନ୍ତି l ଏହି ଅଞ୍ଚଳର ଅନେକ ଉନ୍ନତି ହୋଇଛି । ଆଗକୁ ମଧ୍ୟ ଅନେକ ବିକାଶ ହେବ । ତେଣୁ ଡବଲ ଶଙ୍ଖରେ ବହୁ ପରିମାଣରେ ଭୋଟ ପାଇ ଆମେ ଜୟଯୁକ୍ତ ହେବୁ ।"

ଏହା ମଧ୍ୟ ପଢ଼ନ୍ତୁ...ଢେଙ୍କାନାଳରେ ଦଳ ଡିଆଁ ପର୍ବ; ବିଜେଡିରେ ସାମିଲ ହେଲେ ଶତାଧିକ ବିଜେପି କର୍ମୀ - Bjd Joining Program

ତେବେ ଆଜିର କର୍ମୀ ସମ୍ମିଳନୀରେ 3 ନମ୍ବର ଜୋନର ବାଲିବୋ, ଏକତାଳୀ, ମହୁଲପାଳ ଓ ଭୁଷଳ ପଞ୍ଚାୟତର ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ଯୋଗ ଦେଇଥିଲେ । ଚାରୋଟି ପଞ୍ଚାୟତର ସମସ୍ତ ସରପଞ୍ଚ ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ, ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ଓ ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଯୋଗଦେବା ସହିତ ବହୁ କର୍ମୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details