ETV Bharat / state

ଢେଙ୍କାନାଳରେ ଦଳ ଡିଆଁ ପର୍ବ; ବିଜେଡିରେ ସାମିଲ ହେଲେ ଶତାଧିକ ବିଜେପି କର୍ମୀ - bjd joining program

author img

By ETV Bharat Odisha Team

Published : Apr 15, 2024, 8:38 PM IST

bjd joining program: ଭୁବନରେ ବିଜେଡିର ମିଶ୍ରଣ ପର୍ବ । ପୁଣି କାମାକ୍ଷାନଗର ବିଧାନସଭା ଆସନରେ କ୍ଷମତାକୁ ଆସିବା ପାଇଁ ବିଜେଡିର ଆପ୍ରାଣ ଉଦ୍ୟମ । ଅଧିକ ପଢନ୍ତୁ

ଢେଙ୍କାନାଳରେ ଦଳ ଡିଆଁ ପର୍ବ: ବିଜେଡିରେ ସାମିଲ ହେଲେ ଶତାଧିକ ବିଜେପି କର୍ମୀ
ଢେଙ୍କାନାଳରେ ଦଳ ଡିଆଁ ପର୍ବ: ବିଜେଡିରେ ସାମିଲ ହେଲେ ଶତାଧିକ ବିଜେପି କର୍ମୀ

ଢେଙ୍କାନାଳରେ ଦଳ ଡିଆଁ ପର୍ବ: ବିଜେଡିରେ ସାମିଲ ହେଲେ ଶତାଧିକ ବିଜେପି କର୍ମୀ

ଢେଙ୍କାନାଳ: ବଳ ଗୋଟାଉଛି ଭୁବନ ବିଜେଡି । ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଦଳ ଡିଆଁ ପରମ୍ପରା ଜାରି ରହିଛି । ସେପଟେ ଦଳୀୟ ନେତାମାନେ ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ରଣନୀତି । ଏହାରି ଭିତରେ ଆଜି(ସୋମବାର) ଦିନ ଭୁବନରେ ଶହଶହ ବିଜେପି କର୍ମୀ ଦଳ ଛାଡ଼ି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବ ଭୁବନ ବ୍ଲକ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କାମାକ୍ଷାନଗର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସମସ୍ତଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।

ବିଜେଡି କାମାକ୍ଷାନଗର ବିଧାନସଭା ଆସନକୁ ନିଜ ଅକ୍ତିଆରରେ ରଖିବା ପାଇଁ ଫୁଲ ଦମରେ ଲାଗି ପଡ଼ିଛି । ଭୁବନ ବ୍ଲକର ଏକତାଳୀ ପଞ୍ଚାୟତ ଅନ୍ତର୍ଗତ ବେଣ୍ଟସାଳିଆ ଗ୍ରାମର ଶହ ଶହ ଅସନ୍ତୁଷ୍ଟ ବିଜେପି କର୍ମୀ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଏବଂ ଉନ୍ନୟନମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେମାନେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା କହିଛନ୍ତି । ଏହି ମିଶ୍ରଣ ପର୍ବରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ବ୍ଲକ ସଭାପତି ରମେଶ ଚନ୍ଦ୍ର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଯୋଗ ଦେଇଥିଲେ । ଚଳିତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁନର୍ବାର ଜିତଇବାକୁ ଶପଥ ନେଇଛନ୍ତି ।

ସେପଟେ ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ କହିଛନ୍ତି ଯେ, ଭୁବନ ବ୍ଲକର ଘରେ ଘରେ ବାଜିବ ଶଙ୍ଖ । ଏହି ଗ୍ରାମର ପ୍ରତ୍ୟେକଟି ଭୋଟ ବିଜେଡି ହାତେଇବ । ଏଠି ବିଜେପି ନିଶ୍ଚିହ୍ନ ହୋଇ ଯାଇଛି । ପ୍ରତ୍ୟେକଟି ପରିବାର ବିଜୁ ଜନତା ଦଳରେ ସାମିଲ ହେବା ସହ ଆଗାମୀ ଦିନରେ କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାଥୀ ପ୍ରଫୁଲ ମଲ୍ଲି ବହୁ ଭୋଟରେ ନିଶ୍ଚୟ ବିଜୟ ଲାଭ କରିବେ ।

ଏହା ମଧ୍ୟ ପଢନ୍ତୁ .....କଂଗ୍ରେସରୁ ମିଳିଲାନି ଟିକେଟ୍‌, ବିଜେଡିରେ ସାମିଲ ହେଲେ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପୀଡିକା - BJD Joining Program

ପ୍ରକାଶ ଯୋଗ୍ୟ, ସେପଟେ ଆଜି ବିଜେଡିରେ ସାମିଲ ହୋଇଛନ୍ତି କୋରାପୁଟ ଲକ୍ଷ୍ମୀପୁରରୁ ଆଶାୟୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳି ପୀଡିକା । କଂଗ୍ରେସ ନେତ୍ରୀ ତଥା ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପୀଡିକା । ଗୀତାଞ୍ଜଳି ପୀଡିକାଙ୍କ ସହ ଅଞ୍ଚଳର ଅଧିକାଂଶ ସମିତି ସଭ୍ୟ ଶଙ୍ଖ ଶିବିରରେ ସାମିଲ ହୋଇଛନ୍ତି । ବିଜେଡିରେ ସାମିଲ କଂଗ୍ରେସର ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସ୍ବାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.