ନବରଙ୍ଗପୁର: ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ । ଚାଲିଗଲା ଦୁଇ ଜଣଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ତୁରୀ ନଦୀ ନିର୍ମାଣଧୀନ ପୋଲ ନିକଟରେ । ଦୁର୍ଘଟଣାରେ ଦୁହେଁ ପ୍ରଥମେ ଗୁରୁତର ଭାବରେ ଆହତ ହୋଇଥିଲେ । ଆହତମାନଙ୍କୁ ହସ୍ପିଟାଲ ନେବା ସମୟରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଗୋଇଦୌଡ଼ି ଗ୍ରାମର ବଳରାମ ମୁଦୁଲି (24) ନାମକ ଜଣେ ଯୁବକ ଓ ଡାବୁଗାଁ ଥାନା ଅନ୍ତର୍ଗତ ସିଉନାଗୁଡା ଗ୍ରାମର ରାଇନା ଯାନୀ ନାମକ ଜଣେ ଯୁବତୀ ଦୁହେଁ ଏକ ବାଇକ OD24J 4210 ଯୋଗେ ନବରଙ୍ଗପୁର ବ୍ଲକ ଲୋଦିଯୋଡି ଯାଉଥିଲେ । ଏହି ସମୟରେ ପାପଡାହାଣ୍ଡି ତୁରୀ ନଦୀ ପୋଲ ନିର୍ମାଣ କାମ ଜାରି ରହିଥିବାରୁ ଲୋକଙ୍କ ସୁରକ୍ଷା ପାଇଁ ପୋଲରୁ କିଛି ଦୂରରେ ଏକ ମାଟି କାନ୍ଥ କରାଯାଇଛି । ତେବେ ବାଇକ ଚାଳକ ଭାରସାମ୍ୟ ହରାଇ ପ୍ରଥମେ ମାଟି କାନ୍ଥରେ ବାଡେଇ ହେବା ପରେ ପୋଲ ତଳକୁ ଖସି ପଡ଼ିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ସେହି ଶେଷ ନାଟକ, ଅଭିନୟ ପୂର୍ବରୁ ଅଫେରା ରାଇଜକୁ ବାହୁଡି ଗଲେ 3 କଳାକାର