ଓଡିଶା

odisha

ମୁଖ୍ୟମନ୍ତ୍ରୀଙ୍କୁ ଘେରିଲା ଯୁବ କଂଗ୍ରେସ, ନିଜ ଜିଲ୍ଲାରେ କର୍ମନିଯୁକ୍ତି ନେଇ କଲା ପ୍ରଶ୍ନ - ODISHA ASSEMBLY ELECTION 2024

By ETV Bharat Odisha Team

Published : Apr 24, 2024, 10:28 PM IST

Youth Congress Target Odisha CM: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯୁବବର୍ଗଙ୍କ ନିଯୁକ୍ତି ନେଇ ଟାର୍ଗେଟ କଲା ଯୁବ କଂଗ୍ରେସ । ନିଜ ଜିଲ୍ଲାରେ କେତେ କର୍ମ ନିଯୁକ୍ତି ସୁଷ୍ଟି କରିପାରିଛନ୍ତି ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଘେରିଲା ଯୁବ କଂଗ୍ରେସ, ନିଜ ଜିଲ୍ଲାରେ କର୍ମନିଯୁକ୍ତି ନେଇ କଲା ପ୍ରଶ୍ନ
ମୁଖ୍ୟମନ୍ତ୍ରୀଙ୍କୁ ଘେରିଲା ଯୁବ କଂଗ୍ରେସ, ନିଜ ଜିଲ୍ଲାରେ କର୍ମନିଯୁକ୍ତି ନେଇ କଲା ପ୍ରଶ୍ନ

ମୁଖ୍ୟମନ୍ତ୍ରୀଙ୍କୁ ଘେରିଲା ଯୁବ କଂଗ୍ରେସ, ନିଜ ଜିଲ୍ଲାରେ କର୍ମନିଯୁକ୍ତି ନେଇ କଲା ପ୍ରଶ୍ନ

ଭୁବନେଶ୍ବର:ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରଚାର ହିଞ୍ଜିଳିରୁ ଆରମ୍ଭ କରିଛନ୍ତି । ଏହା ସହ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି ଯୁବ କଂଗ୍ରେସ । ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦୀପ ସାମଲ କହିଛନ୍ତି ଯେ ପୂର୍ବରୁ ଯୁବ କଂଗ୍ରେସ କହିଥିଲା ଯେ ଯେବେ ଠାରୁ ମୁଖ୍ୟମନ୍ତ୍ରୀ ତାଙ୍କର ପ୍ରଚାର କାର୍ଯ୍ୟକୁ ଆରମ୍ଭ କରିବେ ସେହି ଦିନ ଠାରୁ ଯୁବ କଂଗ୍ରେସ ତାଙ୍କୁ ପ୍ରଶ୍ନ ପଚାରିବ ।

ସେ କହିଛନ୍ତି ଯେ, ସରକାର ଯୁବକ ଏବଂ ଯୁବତୀଙ୍କ ସାଙ୍ଗରେ ପ୍ରତାରଣା କରିଛନ୍ତି । ରୋଜଗାର ଦେବାର ପ୍ରତିଶୃତି ଦେଇ ଯୁବପିଢିଙ୍କୁ ଠକିଛନ୍ତି । ଆଜି ଯେଉଁ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ପ୍ରଚାର ଆରମ୍ଭ କରିଛନ୍ତି ସେହି ଜିଲ୍ଲାରେ କେତେ ଯୁବକଙ୍କୁ ଚାକିରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ କହିପାରିବେ ବୋଲି ପ୍ରଶ୍ନ କରିଛନ୍ତି ସୁଦୀପ । ଏହାସହ ସାରା ରାଜ୍ୟର ବେକାରୀ ଯୁବପିଢ଼ିଙ୍କ ପାଇଁ ସରକାର କେତେ କର୍ମ ନିଯୁକ୍ତି ସୁଷ୍ଟି କରିପାରିଛନ୍ତି ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ । ଏପରିକି ଯୁବକଙ୍କୁ ୨ ଲକ୍ଷ ଚାକିରୀ ଦେବାର ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା କୁଆଡେ ଗଲା ବୋଲି ପ୍ରଶ୍ନ କରିଛି । ସେହିପରି ଖାଲି ରୋଜଗାର ନୁହେ ସ୍ବାସ୍ଥ୍ୟ, ଗମନାଗମନ, ଶିକ୍ଷା ଭଳି ମୌଳିକ ସୁବିଧା ସୁଯୋଗ ଯୋଗାଇବାରେ ମଧ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି । ତେଣୁ ମୁଖ୍ୟମନ୍ତ୍ରୀ ମିଛ ପ୍ରଚାର କରୁଛନ୍ତି ବୋଲି କହିଛି ଯୁବ କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ...୨୦୩୬ ସୁଦ୍ଧା ଓଡ଼ିଶା ହେବ ଦେଶର ଏକ ନମ୍ୱର ରାଜ୍ୟ: ନବୀନ - NAVEEN PATNAIK CAMPAIGN

ମୁଖ୍ୟମନ୍ତ୍ରୀଙ୍କ ଏହି ମିଛ ପ୍ରଚାରକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ଯେଉଁ ଜିଲ୍ଲାକୁ ପ୍ରଚାର କରିବାକୁ ଯିବେ ଯୁବ କଂଗ୍ରେସ ତାଙ୍କୁ ସେହି ଜିଲ୍ଲାରେ ପ୍ରଶ୍ନ ପଚାରିବ ବୋଲି ପ୍ରତିକ୍ରିୟା ରଖିଛି ଦଳ । କେବଳ ଆଜି ନୁହେଁ ଆପଣ ସିଧା ସିଧାସଳଖ ପ୍ରଶ୍ନ ପଚାରିବାର ସୁଯୋଗ ଦେବେନି କିନ୍ତୁ ଆପଣ ଯୁଆଡେ ଯିବେ ଲୋକଙ୍କ ଆଗରେ ମିଛ କରିବେ ସେଠାରେ ଆମେ ଆପଣାକୁ ପ୍ରଶ୍ନ ବାଣରେ ଧୋଇଦେବୁ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ । ଅନ୍ୟପଟେ ଏହି ପ୍ରଶ୍ନ ପଚାରିବା ଛଳରେ କେନ୍ଦ୍ର ସରକାରଙ୍କ ମିଛ ମୋଦି ଗ୍ୟାରେଣ୍ଟିକୁ ନେଇ ମଧ୍ୟ ପ୍ରଶ୍ନ କରିଛି ଯୁବ କଂଗ୍ରେସ । ଦୁଇ ସରକାରକୁ ସମାଲୋଚନା କରି ଦଳ କହିଛି ଦୁଇଜଣଯାକ ସରକାର ମିଛୁଆ । ତେଣୁ କିଏ ମିଛ କହିବା ରେସରେ ଆଗରେ ରହିବ ତାହା ବଡ ପ୍ରଶ୍ନବାଚୀ । ତେଣୁ ସଚେତନ ନାଗରିକ ଭାବରେ ସବୁ ଯୁବ ଭୋଟର ଏଥର ଆଖି ଖୋଲନ୍ତୁ ଆଉ ସରକାରଙ୍କ ମିଛ ପ୍ରଚାର ବିରୋଧରେ ସ୍ବର ଉଠାନ୍ତୁ । କଂଗ୍ରେସର ୫ ନ୍ୟାୟ ଏବଂ ୨୫ ଗ୍ୟାରେଣ୍ଟିକୁ ବିଶ୍ୱାସ କରନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details