ଓଡିଶା

odisha

ପିପିଲିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନସମ୍ପର୍କ ରାଲି, ବଖାଣିଲେ ମୋଦି ସରକାରଙ୍କ ସଫଳତା

By ETV Bharat Odisha Team

Published : Jan 28, 2024, 10:54 PM IST

Union Minister Dharmendra Pradhan in Pipili : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଜିଲ୍ଲାର ପିପିଲି ଅଞ୍ଚଳକୁ ଗସ୍ତ କରିଛନ୍ତି । ଦଳୀୟକର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହ ମୋଦି ସରକାରଙ୍କ ସଫଳତା ବିଷୟରେ କଲେ ଚର୍ଚ୍ଚା । ଅଧିକ ପଢନ୍ତୁ

ପିପିଲିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନସମ୍ପର୍କ ରାଲି
ପିପିଲିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନସମ୍ପର୍କ ରାଲି

ପିପିଲିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନସମ୍ପର୍କ ରାଲି

ନିମାପଡା: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏ ନେଇ ରାଜ୍ୟରେ ସଜବାଜ ଆରମ୍ଭ କଲାଣି ଭାରତୀୟ ଜନତା ପାର୍ଟି । ଏହି କ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଜିଲ୍ଲାର ପିପିଲି ଅଞ୍ଚଳକୁ ଗସ୍ତ କରିଛନ୍ତି । ରାଜ୍ୟରେ ଜନସମ୍ପର୍କ ବଢାଇବା ପାଇଁ ପିପିଲି ଗସ୍ତରେ ଯାଇଥିବା କେନ୍ଦ୍ରମନ୍ତ୍ରୀଙ୍କୁ କରାଯାଇଛି ଭବ୍ୟ ସ୍ବାଗତ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିପିଲିର କଣ୍ଟି ଗ୍ରାମ ପଞ୍ଚାୟତର ପାତ୍ରସାହି ସ୍ଥିତ 144 ନମ୍ବର ବୁଥର ସମୀକ୍ଷା ବୈଠକରେ ଯୋଗ ଦେଇ ଦଳୀୟ କର୍ମକର୍ତ୍ତାଙ୍କୁ ଆଗାମୀ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଥିଲେ ।

ସେପଟେ ବିକଶିତ ଭାରତ ସଂକଳ୍ପ ନେଇ ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ ହିତକାରୀ ଯୋଜନା ସମ୍ପର୍କରେ ସେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କର ରୋଜଗାର ଦିଗୁଣା କରିବା ପାଇଁ ପଦକ୍ଷେପ ନେଇଥିବା ବେଳେ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା କିପରି ଗରିବ ନିରୀହ ଲୋକମାନଙ୍କ ଘରେ ପହଞ୍ଚିବ ଏଥିପ୍ରତି ଅକ୍ଲାନ୍ତ ଉଦ୍ୟମ ଜାରି ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର ଯୋଗଦେଇଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ " ବିଜେପିକୁ ନେଇ ଯୁବକ, ମହିଳା, ଗୁରୁଜନ ଏବଂ ପିଲାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ପୁରୀର ଲୋକମାନଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ହିମାଳୟ ଭଳି ସୁଉଚ୍ଚ ବିଶ୍ବାସ ରହିଛି । ପ୍ରଭୁ ଜଗନ୍ନାଥ ଓ ମା' ସମଲେଇଙ୍କ କୃପାରୁ ଓଡିଶାରେ ମଧ୍ୟ ମୋଦି ଗ୍ୟାରେଣ୍ଟି କାମ କରିବ । "

ଏହା ମଧ୍ୟ ପଢନ୍ତୁ ...'ମନ କି ବାତ' ଶୁଣିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସେଠାରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ସିଉଳା ଅଭିମୁଖେ ଯାଉଥିବା ବାଟରେ କଣ୍ଟି ବଜାର, ମାଧିପୁର ଛକ ଏବଂ ପିପିଲି ହାଟଛକ ଠାରେ ହଜାର ସଂଖ୍ୟାରେ ସାଧାରଣ ଜନତା ଓ ଦଳୀୟ କର୍ମକର୍ତ୍ତା ଫୁଲ ତୋଡ଼ା ଉତ୍ତରୀୟ ଦେଇ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ପରେ ପିପିଲି ଗୋବିନ୍ଦପୁର ପଞ୍ଚାୟତର ସିଉଳା ଗ୍ରାମରେ ଦଳୀୟ ସମର୍ଥକ ଓ ହଜାର ହଜାର ଜନସାଧାରଣଙ୍କ ସହ ପଦଯାତ୍ରା କରିଥିଲେ ।

ସିଉଳା ଗ୍ରାମରେ କେନ୍ଦ୍ରମନ୍ତ୍ରୀଙ୍କ ପଦଯାତ୍ରା ସମୟରେ ସାରା ଗ୍ରାମ ଚଳଚଞ୍ଚଳ ହୋଇପଡ଼ିଥିଲା ବେଳେ ଛୋଟ ଠୁଁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଫୁଲତୋଡ଼ା ଉତ୍ତରୀୟ ଦେଇ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ତେବେ କାର୍ଯ୍ୟକ୍ରମ ଶେଷରେ କେନ୍ଦ୍ରମନ୍ତ୍ରୀ ଜଗେଶ୍ବରୀ କ୍ରିକେଟ କ୍ଲବର 13ତମ କ୍ରିକେଟ ଟୁର୍ନାମେଣ୍ଟରେ ଯୋଗ ଦେଇ ବିଜୟୀ ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details