ଓଡିଶା

odisha

କେନ୍ଦ୍ରାପଡା ସଂରକ୍ଷିତ ବିଧାନସଭା ଆସନ ପାଇଁ ଟେନସନରେ ତିନି ଦଳ - Kendrapara Assembly constituency

By ETV Bharat Odisha Team

Published : Apr 10, 2024, 5:57 PM IST

Kendrapara Assembly constituency: ଦଳକୁ ଟେନସନ୍ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେସୁଦ୍ଧା କେନ୍ଦ୍ରାପଡା ଅଙ୍କ ଛିଡୁନି । କାହାକୁ ପ୍ରାର୍ଥୀ କରିବେ ବିଜେଡି, ବିଜେପି ଓ କଂଗ୍ରେସ ତାକୁ ନେଇ ଏବେବି ସସପେନ୍ସ ଜାରି । ଦେଖନ୍ତୁ ପୁରା ଖବର

Etv Bharat
Etv Bharat

Kendrapara Assembly constituency

କେନ୍ଦ୍ରାପଡା: ରାଜନୈତିକ ହାଇଡ୍ରାମା ଦେଖୁଛି ବିଜୁ ପଟ୍ଟନାୟକଙ୍କ କର୍ମଭୂମି କେନ୍ଦ୍ରାପଡା । କେନ୍ଦ୍ରାପଡା ବିଧାନସଭା ନିର୍ବାଚନୀ ମଣ୍ଡଳ ପାଇଁ ପ୍ରାର୍ଥୀ ପାଉନାହାନ୍ତି କି ରାଜନୈତିକ ଦଳ ? ଏଭଳି ପ୍ରଶ୍ନ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ 5 ବିଧାନସଭା ଆସନରୁ 4ଟିରେ ବିଜେଡି ଓ 3ଟିରେ ବିଜେପି ପ୍ରାର୍ଥୀ ଦେଇଥିବା ବେଳେ କେନ୍ଦ୍ରାପଡା ପାଇଁ ପ୍ରାର୍ଥୀ ଚୟନ କରିନାହାନ୍ତି ଉଭୟ ଦଳ । ଏପଟେ କଂଗ୍ରେସ 147 ସିଟରୁ ମାତ୍ର 47ଟି ପ୍ରାର୍ଥୀ ଘୋଷଣା କରିଥିବା କେନ୍ଦ୍ରାପଡାରୋ ଗୋଟିଏ ପ୍ରାର୍ଥୀ ଘୋଷଣା କରିନାହିଁ । ତେବେ ନିଜ ନେତା ନାଁ ଆମଦାନୀ ନେତା କମାଣ ସମ୍ଭାଳିବେ ତାକୁ ନେଇ ଚର୍ଚ୍ଚା ।

କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସବୁବେଳେ ପ୍ରାର୍ଥୀ ବଦଳାଇଥାଏ । ବିଗତ କିଛି ଦିନର ନିର୍ବାଚନୀ ଇତିହାସ ଉପରେ ନଜର ପକାଇଲେ ଏହା ସ୍ପଷ୍ଟ ହୋଇଯିବ । କାରଣ ୨୦୦୯ ମସିହାରେ ସୀମା ପୁନଃ ନିର୍ଦ୍ଧାରଣ ପରେ କେନ୍ଦ୍ରାପଡା ପୌରପାଳିକା,କେନ୍ଦ୍ରାପଡା ବ୍ଳକ ଓ ପଟ୍ଟାମୁଣ୍ଡାଇ ବ୍ଲକର କିଛି ପଞ୍ଚାୟତ ମିଶି ଗଠିତ ହୋଇଥିଲା କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଯାହାକି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଥିଲା । କେନ୍ଦ୍ରାପଡା ବ୍ଲକର ୨୭ଟି ପଞ୍ଚାୟତ, ପଟ୍ଟାମୁଣ୍ଡାଇ ବ୍ଲକର ୧୨ ଟି ପଞ୍ଚାୟତ ଏବଂ କେନ୍ଦ୍ରାପଡା ପୌରପାଳିକାର ୨୧ଟି ୱାର୍ଡକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ୨୦୦୯ ମସିହାରେ ମହିଳା କାର୍ଡ ଖେଳିଥିଲା ।

ଏହାମଧ୍ୟ ପଢନ୍ତୁ..କଂଗ୍ରେସ ଛାଡୁଛନ୍ତି ଟାଣୁଆ ନେତା, କେନ୍ଦ୍ରାପଡାରେ ସତ୍ତା ହରାଇବ କି ଦଳ ? - Election 2024

ପୁରୁଖା ରାଜନେତା ତଥା ସ୍ୱାଧୀନତା ସଂଗ୍ରାମୀ ପ୍ରହ୍ଲାଦ ମଲିକଙ୍କ ଝିଅ ସିପ୍ରା ମଲିକଙ୍କୁ ଏଠାରୁ ପ୍ରାର୍ଥୀ କରି ବିଜେଡି ବିରୋଧି କଂଗ୍ରେସ ଦଳର ନେତା ଗଣେଶ୍ୱର ବେହେରାଙ୍କୁ ପରାସ୍ତ କରିଥିଲା । ତେବେ ୨୦୧୪ରେ ପ୍ରାର୍ଥୀ ପରିବର୍ତ୍ତନ କରି ଏଠାରୁ ପୂର୍ବତନ ପଟ୍ଟାମୁଣ୍ଡାଇ ବିଧାୟକ କିଶୋର ତରାଇଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ କିଶୋରଙ୍କ ବିରୋଧରେ ସମାନ ବିରୋଧି ପ୍ରାର୍ଥୀ କଂଗ୍ରେସର ଗଣେଶ୍ୱର ବେହେରା ହାରି ଯାଇଥିଲେ । ତେବେ ୨୦୧୯ ମସିହାରେ ଶଶୀଭୂଷଣ ବେହେରାଙ୍କୁ ବିଜେଡି ଏଠାରୁ ପ୍ରାର୍ଥୀ କରି ସମସ୍ତ ଆଶାୟୀଙ୍କୁ ଚକମା ଦେଇ ଲୋକ ସମର୍ଥନ ପାଇ ପୁନଃ ଗଣେଶ୍ୱରଙ୍କୁ ପରାଜିତ କରିଥିଲା ।

ଏହାମଧ୍ୟ ପଢନ୍ତୁ.. କେନ୍ଦ୍ରାପଡା ବିଜେଡିର ଅସନ୍ତୁଷ୍ଟ କର୍ମୀ ସମ୍ମିଳନୀ, ବିଜେଡି ଗଣେଶ୍ବରଙ୍କୁ ଟିକେଟ ଦେବା ଚର୍ଚ୍ଚାକୁ ବିରୋଧ - BJD Workers Meeting

ଚଳିତଥର ବିଜେଡି ଟିକେଟ ଦୌଡ଼ରେ ପୂର୍ବତନ ବିଧାୟକ କିଶୋର ତରାଇ, ସିପ୍ରା ମଲିକ, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ରାଜେଶ ଦାସ, ଜିଲ୍ଲା ପତିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀଙ୍କ ଭଳି ନେତୃତ୍ୱ ଟିକେଟ ଦୌଡ଼ରେ ଥିବା ବେଳେ ବିଜେଡି ଏଥର ରଣନୀତି ବଦଳାଇ ଗତ ୨୫ ବର୍ଷ ଧରି ବିଜେଡି ବିରୋଧରେ ଲଢ଼ି ଆସୁଥିବା କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କୁ ୭ ତାରିଖ ଦିନ କୋଳେଇ ନେଇଛି ଯେଉଁଥିପାଇଁ ବିଜେଡି ଟିକେଟ ଆଶାରେ ଥିବା ସମସ୍ତ ପ୍ରାର୍ଥୀ ଏକ ମେଳି ବାନ୍ଧି ଗଣେଶ୍ୱରଙ୍କୁ ଖୋଲାଖୋଲି ବିରୋଧ ପାଇଁ ଚେତାବନୀ ଦେଇଛନ୍ତି।



ଏହାମଧ୍ୟ ପଢନ୍ତୁ..ମାଳମାଳ ଦୁର୍ନୀତିରେ ବୁଡି ରହିଛି ପାଟକୁରା, ଅଭିଯୋଗ ଆଣିଲେ ବିଜେପି ବିଧାୟକ ପ୍ରାର୍ଥୀ ତେଜେଶ୍ୱର - Tejeswar Parida Targets BJD

ସେହିପରି କଂଗ୍ରେସକୁ ଗଣେଶ୍ୱର ଛାଡି ଯିବା ପରେ ଦଳ ଏକପ୍ରକାର ସ୍ଥାଣୁ ପାଲଟିଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଗଣେଶ୍ୱରଙ୍କ ସହ କଂଗ୍ରେସ ଦଳର ଥିବା ବିଭିନ୍ନ ପଞ୍ଚାୟତ ସଭାପତି, ନଗର ସଭାପତି ଓ ବିଭିନ୍ନ ଶାଖାର ସଭାପତି ଏବଂ କର୍ମୀ ଗତ ୭ ତାରିଖ ଦିନ ଶଙ୍ଖ ଭବନରେ ବିଜେଡି ଉତ୍ତରୀୟ ପକାଇ ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ ଏକପ୍ରକାର ମୂଳପୋଛ କରି ଦେଇଛନ୍ତି ।

ଏଭଳି ସମୟରେ ଦଳର ନେତା ହଳଧର ସେଠୀଙ୍କ ଉପରେ ଦଳ ଭରଷା କରୁଥିବା ବେଳେ ବିଜେଡି ଦଳରେ ବିଦ୍ରୋହ କରି ବିଧାୟକ ପ୍ରାର୍ଥୀ ତାଙ୍କ ଦଳକୁ ଆସିବେ ବୋଲି ଆଶା ରଖିଛନ୍ତି ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି । ଗଣେଶ୍ୱର ବେହେରା କଂଗ୍ରେସ ଟିକେଟରୁ ଏଠାରେ ୩ଟି ଟର୍ମରେ ପରାଜିତ ହୋଇଛନ୍ତି । ସେହିପରି ବିଜେପି ୨୦୦୯ ମସିହାରେ ଏହି ସମ୍ମାନଜନକ ସିଟରୁ ବିଜୟ ମଲିକଙ୍କୁ ପ୍ରାର୍ଥୀ କରିଥିବା ବେଳେ ୨୦୧୪ ଓ ୨୦୧୯ ମସିହାରେ ବିଜେପି ଦଳ ସୁନାକର ବେହେରାଙ୍କୁ ପ୍ରାର୍ଥୀ କରିଥିଲେ ସୁଦ୍ଧା ପରାଜୟ ବରଣ କରି ସୁନାକର କର୍ମୀଙ୍କଠାରୁ ଧୀରେଧିରେ ଦୂରେଇ ଗଲେ । ୨୦୨୪ ନିର୍ବାଚନ ପାଇଁ ମାଳମାଳ ଆଶାୟୀ ରହିଥିବା କିଏ କେନ୍ଦ୍ରାପଡାରୁ ପ୍ରତିନିଧିତ୍ୱ କରିବ ତା ଉପରେ ସମସ୍ତଙ୍କ ନଜର ।



ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details