ଓଡିଶା

odisha

ମଞ୍ଚରେ ଧର୍ମେନ୍ଦ୍ରଙ୍କୁ ବିକାଶର ହିସାବ ମାଗିଲେ ପ୍ରଣବ - Pranab Targets Dharmendra

By ETV Bharat Odisha Team

Published : Apr 18, 2024, 5:50 PM IST

Pranab Targets Dharmendra: ନିର୍ବାଚନ ପାଇଁ ଜନମତ ଯୋଗାଡ଼ କରିବାରେ ଲାଗିଛି ବିଜେଡି । ଅନୁଗୋଳରେ ଆୟୋଜିତ ଏକ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛନ୍ତି ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଅଧିକ ପଢନ୍ତୁ

Pranab Targets Dharmendra
Pranab Targets Dharmendra

Pranab Targets Dharmendra

ଅନୁଗୋଳ:ନିର୍ବାଚନୀ ସଭା ମଞ୍ଚରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ । ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଅନୁଗୋଳ ତୁରଙ୍ଗ ପଡ଼ିଆରୁ କେନ୍ଦ୍ର ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି । ନାଁ ନନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନାହାନ୍ତି ପ୍ରଣବ । ସେ କହିଛନ୍ତି, "କେବଳ ସଂଖ୍ୟାର ରାଜନୀତି କରୁଛନ୍ତି କେନ୍ଦ୍ର ସରକାର । ୧୦ ବର୍ଷ କେନ୍ଦ୍ରରେ ମନ୍ତ୍ରୀ ରହି ଅନୁଗୋଳ, ଢେଙ୍କାନାଳ ଆଉ ସମ୍ବଲପୁର ପାଇଁ କ'ଣ କରିଛନ୍ତି ? କେନ୍ଦ୍ରରେ ଏକ ସରକାର ଅଛି ଯାହାର ଲୋକଙ୍କ ପାଇଁ କାମ ଦରକାର ନାହିଁ ବରଂ ସଂଖ୍ୟା ଦରକାର । ଦୀର୍ଘ ୧୦ବର୍ଷ ହେଲା ଏହି ମାଟିର ଜଣେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି । ସେ କ'ଣ କରିଛନ୍ତି, ତାହା ଏ ଜାତୀୟ ରାଜପଥର ଅବସ୍ଥା ଦେଖିଲେ ଜଣାପଡୁଛି ।"

ଆଜି ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର ତୁରଙ୍ଗଠାରେ ଅନୁଷ୍ଠିତ ୨୫ ଓ ୨୬ ନମ୍ବର ଜୋନର କର୍ମୀ ସମ୍ମିଳନୀରେ ଯୋଗ ଦେବା ଅବସରରେ ଏପରି କହିଛନ୍ତି ପ୍ରଣବ ପ୍ରକାଶ । ସେ ଆହୁରି ମଧ୍ୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ନେତୃତ୍ୱରେ କାମ କରୁଥିବା ସମସ୍ତ ନେତା କେବଳ କାମରେ ବିଶ୍ୱାସ କରନ୍ତି । କଥାରେ ନୁହେଁ । ଯାହା ଆଜି ବିକାଶ ହୋଇଛି ସେଥିରୁ ଏହା ସ୍ପଷ୍ଟ ପ୍ରମାଣିତ ।"

ଏହା ବି ପଢନ୍ତୁ...ଗାଁକୁ ଗାଁ ବୁଲି ଅସନ୍ତୁଷ୍ଟ କର୍ମୀଙ୍କୁ ବୁଝାଇବାକୁୁ ବିଜେପି ପ୍ରାର୍ଥୀ ଅରବିନ୍ଦ ଢ଼ାଲିଙ୍କ ପ୍ରୟାସ - Arvind Dhali

ଏହା ବି ପଢନ୍ତୁ...ସମ୍ବଲପୁର ଲୋକସଭା କ୍ଷେତ୍ର ଦଖଲ ନେଇ ବିଜେଡିର ଦୃଢୋକ୍ତି, ଏକ ତରଫା ଜିତିବୁ କହିଲେ ଲେନିନ - Election 2024

ସୂଚନା ଅନୁସାରେ, ସକାଳ ପ୍ରାୟ ୧୧ଟାରେ ପ୍ରଣବ ହଜାର ହଜାର କର୍ମୀଙ୍କ ସହ ଚାଲି ଚାଲି ମଞ୍ଚ ନିକଟରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ମିଶିଥିଲେ । ସଭାରେ ପ୍ରଣବ ଉଦବୋଧନ ଦେବା ପରେ ମଞ୍ଚ ତଳକୁ ଆସି ମହିଳା ଓ ଅନ୍ୟ ଉପସ୍ଥିତ କର୍ମୀମାନଙ୍କ ସହ ଜଣ ଜଣ କରି ମିଶିଥିଲେ । ଆସନ୍ତା ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଆହୁରି ଟାଣ କରିବାକୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା, ତାଳଚେର ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।

ଇଟିଭି ଭାରତ,ଅନୁଗୋଳ

ABOUT THE AUTHOR

...view details