ରାଉରକେଲା: କୃଷକଙ୍କ ସମର୍ଥନରେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ରାଉରକେଲାରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ନୀତିକୁ ବିରୋଧ କରି କୃଷକଙ୍କ ସମର୍ଥନରେ ମଶାଲ ଯାତ୍ରା କରିଛି କଂଗ୍ରେସ । କେନ୍ଦ୍ର ସରକାର ଏକାଧିକ ନିରୀହ ଚାଷୀଙ୍କୁ ହତ୍ୟା କରିଛନ୍ତି ଏବଂ କୃଷକଙ୍କ ଦାବିକୁ ନଶୁଣି ଅନ୍ନଦାତାଙ୍କୁ ଅବହେଳା କରୁଥିବା ଅଭିଯୋଗ କରିଛି କଂଗ୍ରେସ । ରାଉରକେଲାରେ ବିଶ୍ରା ଛକ ନିକଟରେ ଆଜି କୃଷକ ଆନ୍ଦୋଳନ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ ଦଳର କର୍ମକର୍ତ୍ତା ।
କେନ୍ଦ୍ର ସରକାରଙ୍କ କୃଷି ବିରୋଧୀ ନୀତି ବିରୋଧରେ ବର୍ତ୍ତମାନ ସାରା ଦେଶରେ ବିରୋଧ ପ୍ରଦର୍ଶନ ହେଉଛି । କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଚାଷୀ ଆତ୍ମହତ୍ୟା କରୁଛନ୍ତି । ତେଣୁ ଚାଷୀ ମୃତ୍ୟୁ ପାଇଁ କେନ୍ଦ୍ର ସରକାର ଦାୟୀ ବୋଲି ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ବହୁ କୃଷକ ସଂଗଠନ । କେନ୍ଦ୍ର ସରକାରଙ୍କୁ ଏମ୍ଏସ୍ପି ଦାବି କରି ବିଭିନ୍ନ କୃଷକ ସଂଗଠନର 'ଦିଲ୍ଲୀ ଚଲୋ' ଆନ୍ଦୋଳନ ବର୍ତ୍ତମାନ ଜାରି ରହିଛି । ଏଥିରେ ନିକଟରେ ଜଣେ ଯୁବ କୃଷକଙ୍କର ମୃତ୍ୟୁ ଘଟିଥିବା ମଧ୍ୟ ଦାବି କରାଯାଉଛି । ବାରମ୍ବାର ସରକାରଙ୍କ ସହ ଆଲୋଚନା ପରେ ମଧ୍ୟ କୌଣସି ସିଦ୍ଧାନ୍ତ ବାହାରି ପାରୁନାହିଁ ।