ଗୌହାଟି:ଦେଶରେ ନିର୍ବାଚନୀ ମାହୋଲ । ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡିକର ହେଭିଓ୍ୱେଟ ନେତାମାନଙ୍କର ପ୍ରଚାର ଜୋରଦାର କରିଛନ୍ତି । ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ବୁଧବାର) ଆସାମ ଗସ୍ତ କରିଛନ୍ତି । ରାଜ୍ୟର ନଲବାଡିର ବରକୁରାରେ ଆୟୋଜିତ ଏକ ନିର୍ବାଚନୀ ବୈଠକରେ ଯୋଗ ଦେବା ସହ ଜନତାଙ୍କୁ ସମ୍ବୋଧନ କରିଛନ୍ତି । ଏଥିସହ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ।
ଆସାମ ନଲବାଡିରେ ବିଜେପି ମେଣ୍ଟ ସରକାର ପ୍ରାର୍ଥୀ ଫନି ଭୂଷଣ ଚୌଧୁରୀଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ସମୟରେ ମୋଦିଙ୍କ ମୁହଁରେ ଏକ ନୂଆ ନାରା ଶୁଣିବାକୁ ମିଳିଛି । ନଲବାଡିରେ ଲୋକଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "4ଜୁନ 400 ପାର୍" । ସେ ଆଉମଧ୍ୟ କହିଛନ୍ତି ଜୁନ 4ରେ କଣ ଘଟିବାକୁ ଯାଉଛି ତାହା ସମଗ୍ର ଦେଶ ଜାଣିଛି ।
ଆସାମର ଆଞ୍ଚଳିକ ଭାଷା ଅହମିଆରେ ଲୋକଙ୍କୁ ରୋଙ୍ଗାଲି ବିହୁ ଓ ନବ ବର୍ଷର ଶୁଭେଚ୍ଛା ଜଣାଇ ନିଜର ଅଭିଭାଷଣ ଆରମ୍ଭ କରିଥିଲେ ମୋଦି । ଆଉମଧ୍ୟ 500 ବର୍ଷ ପରେ ପବିତ୍ର ରାମ ନବମୀ ଅବସରରେ ଅଯୋଧ୍ୟାରେ ରାମଲଲାଙ୍କ ସୂର୍ଯ୍ୟ ତିଳକ ହେଉଥିବା କଥା ଲୋକମାନଙ୍କୁ ମନେ ପକାଇଦେବା ସହ ଅଯୋଧ୍ୟା ନ ଯାଇପାରିଲେ ସେହିଠାରୁ ହିଁ ପ୍ରାର୍ଥନା କରିବାକୁ ଲୋକମାନଙ୍କୁ କହିଥିଲେ ।